ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ ଅଧିକ ବ୍ୟୟ କରିବେ ଯାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖରାପ ଖବର। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ରେଳରେ ଯାତ୍ରା। ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର କହିବାନୁଯାୟୀ, ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ଭିନ୍ନ ଭିନ୍ନ […]

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖରାପ ଖବର। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ରେଳରେ ଯାତ୍ରା। ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର କହିବାନୁଯାୟୀ, ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ଭିନ୍ନ ଭିନ୍ନ ରହିବ। ସହରତଳି ବା ସବ୍‌-ଅର୍ବାନ୍‌ ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନ ଏବଂ ସିଜନ୍‌ ଟିକେଟ୍‌କୁ ଏଥିରୁ ଦୂରେଇ ବାଦ୍‌ ଦିଆଯାଇଛି। ବିକାଶ କରାଯାଇଥିବା ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ଏବଂ ସେହି ଷ୍ଟେସନରେ ଓହ୍ଲାଇଥିବା ଯାତ୍ରୀମାନଙ୍କଠାରୁ ଏହି ଶୁଳ୍କ ସଂଗ୍ରହ କରାଯିବ। ତଥାପି, କେଉଁ ଷ୍ଟେସନ ପାଇଁ ଏବଂ କେଉଁଠାରୁ ଏହା ପ୍ରଯୁଜ୍ୟ ହେବ ସେ ସମ୍ପର୍କରେ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ନୂଆ ନିୟମାନୁଯାୟୀ, ରେଳ ଷ୍ଟେସନ ପାଇଁ ଯାତ୍ରୀମାନଙ୍କଠାରୁ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରାଯିବ। ଯାତ୍ରୀମାନଙ୍କୁ ଉଭୟ ଷ୍ଟେସନରୁ ବୋର୍ଡିଂ କିମ୍ବା ଡେବୋର୍ଡିଂରେ ଏସ୍‌ଡିଏଫ୍‌ ଚାର୍ଜ ଲାଗୁ କରାଯିବ। ଏହା ଟିକେଟ୍ ମହଙ୍ଗା ହୋଇ ଯାତ୍ରା ଟିକେଟ୍ ସହିତ ଯୋଡାଯିବ। ଏହି ପଦକ୍ଷେପ ରେଳବାଇକୁ ଅଧିକ ଷ୍ଟେସନର ପୁନଃବିକାଶ କରାଯିବା ପାଇଁ ଅର୍ଥ ସଂଗ୍ରହରେ ସାହାଯ୍ୟ କରିବା। ରେଳଯାତ୍ରା ନିମନ୍ତେ ସଂରକ୍ଷିତ ଟିକଟ କରୁଥିବା ଯାତ୍ରୀମାନଙ୍କୁ ୧୦ ଟଙ୍କା ଫି’ ଆକାରରେ ଦେୟ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ସେହିଭଳି ଅଣ ସଂରକ୍ଷିତ ଏସି ଯାତ୍ରୀଙ୍କ ପାଇଁ ଏହି ଚାର୍ଜ ୨୫ ଟଙ୍କା ହେବାଉ ଥିବାବେଳେ ସଂରକ୍ଷିତ ଏସି ଯାତ୍ରୀଙ୍କ ପାଇଁ ଚାର୍ଜ ୫୦ ଟଙ୍କା ହେବ। କେବଳ ଏତିକି ନୁହେଁ, ଯେଉଁ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ କିଣୁଛନ୍ତି ସେମାନଙ୍କୁ ଏଥିପାଇଁ ୧୦ ଟଙ୍କା ମଧ୍ୟ ଦେବାକୁ ପଡିବ। ଯାତ୍ରୀମାନଙ୍କୁ ଷ୍ଟେସନ୍‌ରେ ଓହ୍ଲାଇବା ପାଇଁ ଏହି ଫି’ ପରିମାଣ ଉପରୋକ୍ତ ହାରର ୫୦ ପ୍ରତିଶତ ହେବ। ଯଦି କୌଣସି ଯାତ୍ରୀ ଏହିପରି କୌଣସି ରେଳ ଷ୍ଟେସନରୁ ବୋର୍ଡିଂ କରନ୍ତି ଏବଂ ନିଜେ ସେହି ଷ୍ଟେସନରେ ଡେ ବୋର୍ଡିଂ କରନ୍ତି, ତେବେ ସେହି କ୍ଷେତ୍ରରେ ଏସ୍‌ଡିଏଫ୍ ପ୍ରଯୁଜ୍ୟ ହାରର ୧.୫ ଗୁଣ ହେବ। ଏସ୍‌ଡିଏଫ ଅର୍ଥାତ୍ ୟୁଜର୍ ଫି ଯୋଗୁଁ ଟ୍ରେନ୍ ଭଡା ମହଙ୍ଗା ହେବ। ଉଦାହରଣ ସ୍ୱରୂପ, ଯଦି ଜଣେ ଯାତ୍ରୀ ନୂଆଦିଲ୍ଲୀରୁ ମୁମ୍ବାଇ ଯାଏ ତେବେ ତାଙ୍କୁ ଉଭୟ ଷ୍ଟେସନ ପାଇଁ ୟୁଜର୍ ଫି ଦେବାକୁ ପଡିବ। କିନ୍ତୁ ଯଦି ଜଣେ ଯାତ୍ରୀ ଛୋଟ ଷ୍ଟେସନରୁ ନୂଆଦିଲ୍ଲୀ କିମ୍ବା ମୁମ୍ବାଇକୁ ଟିକେଟ ବୁକ୍ କରନ୍ତି, ତେବେ ତାଙ୍କୁ ସାଧାରଣ ଚାର୍ଜର ମାତ୍ର ୫୦ ପ୍ରତିଶତ ୟୁଜର୍ ଫି ବାବଦରେ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

ସୂଚନାନୁସାରେ, ପ୍ରାରମ୍ଭରେ ଏହି ସିଷ୍ଟମ ଦେଶର ୫୦ଟି ଷ୍ଟେସନରେ ଆରମ୍ଭ ହୋଇପାରିବ। ଷ୍ଟେସନଗୁଡିକର ପୁନଃନିର୍ମାଣ ଉପରେ କାର୍ଯ୍ୟ କରୁଥିବା ରେଳବାଇ ଅନେକ ଷ୍ଟେସନର ପୁନଃନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି ଷ୍ଟେସନଗୁଡିକରେ ଉପଲବ୍ଧ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଆଦାୟ କରାଯାଉଥିବା ୟୁଜର୍ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ପରି ଅଲଗା ଫି ଦେବାକୁ ପଡିବ।

09 Jan 2022 By The Sakala

ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ ଅଧିକ ବ୍ୟୟ କରିବେ ଯାତ୍ରୀ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖରାପ ଖବର। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ରେଳରେ ଯାତ୍ରା। ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର କହିବାନୁଯାୟୀ, ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ଭିନ୍ନ ଭିନ୍ନ ରହିବ। ସହରତଳି ବା ସବ୍‌-ଅର୍ବାନ୍‌ ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନ ଏବଂ ସିଜନ୍‌ ଟିକେଟ୍‌କୁ ଏଥିରୁ ଦୂରେଇ ବାଦ୍‌ ଦିଆଯାଇଛି। ବିକାଶ କରାଯାଇଥିବା ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ଏବଂ ସେହି ଷ୍ଟେସନରେ ଓହ୍ଲାଇଥିବା ଯାତ୍ରୀମାନଙ୍କଠାରୁ ଏହି ଶୁଳ୍କ ସଂଗ୍ରହ କରାଯିବ। ତଥାପି, କେଉଁ ଷ୍ଟେସନ ପାଇଁ ଏବଂ କେଉଁଠାରୁ ଏହା ପ୍ରଯୁଜ୍ୟ ହେବ ସେ ସମ୍ପର୍କରେ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ।

ନୂଆ ନିୟମାନୁଯାୟୀ, ରେଳ ଷ୍ଟେସନ ପାଇଁ ଯାତ୍ରୀମାନଙ୍କଠାରୁ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରାଯିବ। ଯାତ୍ରୀମାନଙ୍କୁ ଉଭୟ ଷ୍ଟେସନରୁ ବୋର୍ଡିଂ କିମ୍ବା ଡେବୋର୍ଡିଂରେ ଏସ୍‌ଡିଏଫ୍‌ ଚାର୍ଜ ଲାଗୁ କରାଯିବ। ଏହା ଟିକେଟ୍ ମହଙ୍ଗା ହୋଇ ଯାତ୍ରା ଟିକେଟ୍ ସହିତ ଯୋଡାଯିବ। ଏହି ପଦକ୍ଷେପ ରେଳବାଇକୁ ଅଧିକ ଷ୍ଟେସନର ପୁନଃବିକାଶ କରାଯିବା ପାଇଁ ଅର୍ଥ ସଂଗ୍ରହରେ ସାହାଯ୍ୟ କରିବା। ରେଳଯାତ୍ରା ନିମନ୍ତେ ସଂରକ୍ଷିତ ଟିକଟ କରୁଥିବା ଯାତ୍ରୀମାନଙ୍କୁ ୧୦ ଟଙ୍କା ଫି’ ଆକାରରେ ଦେୟ ଦେବାକୁ ପଡିବ।

ସେହିଭଳି ଅଣ ସଂରକ୍ଷିତ ଏସି ଯାତ୍ରୀଙ୍କ ପାଇଁ ଏହି ଚାର୍ଜ ୨୫ ଟଙ୍କା ହେବାଉ ଥିବାବେଳେ ସଂରକ୍ଷିତ ଏସି ଯାତ୍ରୀଙ୍କ ପାଇଁ ଚାର୍ଜ ୫୦ ଟଙ୍କା ହେବ। କେବଳ ଏତିକି ନୁହେଁ, ଯେଉଁ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ କିଣୁଛନ୍ତି ସେମାନଙ୍କୁ ଏଥିପାଇଁ ୧୦ ଟଙ୍କା ମଧ୍ୟ ଦେବାକୁ ପଡିବ। ଯାତ୍ରୀମାନଙ୍କୁ ଷ୍ଟେସନ୍‌ରେ ଓହ୍ଲାଇବା ପାଇଁ ଏହି ଫି’ ପରିମାଣ ଉପରୋକ୍ତ ହାରର ୫୦ ପ୍ରତିଶତ ହେବ। ଯଦି କୌଣସି ଯାତ୍ରୀ ଏହିପରି କୌଣସି ରେଳ ଷ୍ଟେସନରୁ ବୋର୍ଡିଂ କରନ୍ତି ଏବଂ ନିଜେ ସେହି ଷ୍ଟେସନରେ ଡେ ବୋର୍ଡିଂ କରନ୍ତି, ତେବେ ସେହି କ୍ଷେତ୍ରରେ ଏସ୍‌ଡିଏଫ୍ ପ୍ରଯୁଜ୍ୟ ହାରର ୧.୫ ଗୁଣ ହେବ। ଏସ୍‌ଡିଏଫ ଅର୍ଥାତ୍ ୟୁଜର୍ ଫି ଯୋଗୁଁ ଟ୍ରେନ୍ ଭଡା ମହଙ୍ଗା ହେବ। ଉଦାହରଣ ସ୍ୱରୂପ, ଯଦି ଜଣେ ଯାତ୍ରୀ ନୂଆଦିଲ୍ଲୀରୁ ମୁମ୍ବାଇ ଯାଏ ତେବେ ତାଙ୍କୁ ଉଭୟ ଷ୍ଟେସନ ପାଇଁ ୟୁଜର୍ ଫି ଦେବାକୁ ପଡିବ। କିନ୍ତୁ ଯଦି ଜଣେ ଯାତ୍ରୀ ଛୋଟ ଷ୍ଟେସନରୁ ନୂଆଦିଲ୍ଲୀ କିମ୍ବା ମୁମ୍ବାଇକୁ ଟିକେଟ ବୁକ୍ କରନ୍ତି, ତେବେ ତାଙ୍କୁ ସାଧାରଣ ଚାର୍ଜର ମାତ୍ର ୫୦ ପ୍ରତିଶତ ୟୁଜର୍ ଫି ବାବଦରେ ଦେବାକୁ ପଡିବ।

ସୂଚନାନୁସାରେ, ପ୍ରାରମ୍ଭରେ ଏହି ସିଷ୍ଟମ ଦେଶର ୫୦ଟି ଷ୍ଟେସନରେ ଆରମ୍ଭ ହୋଇପାରିବ। ଷ୍ଟେସନଗୁଡିକର ପୁନଃନିର୍ମାଣ ଉପରେ କାର୍ଯ୍ୟ କରୁଥିବା ରେଳବାଇ ଅନେକ ଷ୍ଟେସନର ପୁନଃନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି ଷ୍ଟେସନଗୁଡିକରେ ଉପଲବ୍ଧ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଆଦାୟ କରାଯାଉଥିବା ୟୁଜର୍ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ପରି ଅଲଗା ଫି ଦେବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର