ଗ୍ଯାସ ବୋଝେଇ ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା: ୧୬ ମୃତ, ୧୪ ଗୁରୁତର

The Sakala Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କ ଶେଚନୀୟ ମୃତ୍ୟୁ ହେବା ସହିତ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ କଟାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯାତ୍ରୀମାନଙ୍କ ଶବ ରାସ୍ତାର ଦୁଇ ପାର୍ଶ୍ବରେ ଛିଟିକି ପଡ଼ିଥିବାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି। ମିଳିଥିବା ଖବର ଅନୁଯାୟୀ, ବୁଧବାର ସକାଳେ ଝାଡଖଣ୍ଡର ସାହିବଗଞ୍ଜରୁ ଦୁମକା ଯାଉଥିବା […]

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କ ଶେଚନୀୟ ମୃତ୍ୟୁ ହେବା ସହିତ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ କଟାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯାତ୍ରୀମାନଙ୍କ ଶବ ରାସ୍ତାର ଦୁଇ ପାର୍ଶ୍ବରେ ଛିଟିକି ପଡ଼ିଥିବାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ମିଳିଥିବା ଖବର ଅନୁଯାୟୀ, ବୁଧବାର ସକାଳେ ଝାଡଖଣ୍ଡର ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମରାପଡ଼ା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ବସ୍‌ରେ ୪୦ ଜଣରୁ ଅଧିକ ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ହିଁ ୧୬ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଦୁଇଟି ଗାଡିର ଆଗ ଭାଗ ପୂରା ଖଣ୍ଡବିଖଣ୍ଡିତ ହୋଇ ଉଡି ଯାଇଥିଲା । କିଛି ଲୋକ ବସରୁ ଛିଟିକି ପଡି ବାହାରେ ପଡିଥିଲେ। ବସ ଭିତରେ ରହିଥିବା ଲୋକ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବସକଉ କର ମେସିନରେ କାଟିବାକୁ ପଡ଼ିଥିଲା । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗମ୍ଭୀର ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଘନ କୁହୁଡି ଦୁର୍ଘଟଣାର କାରଣ ହୋପାରେ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

06 Jan 2022 By The Sakala

ଗ୍ଯାସ ବୋଝେଇ ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା: ୧୬ ମୃତ, ୧୪ ଗୁରୁତର

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କ ଶେଚନୀୟ ମୃତ୍ୟୁ ହେବା ସହିତ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ କଟାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯାତ୍ରୀମାନଙ୍କ ଶବ ରାସ୍ତାର ଦୁଇ ପାର୍ଶ୍ବରେ ଛିଟିକି ପଡ଼ିଥିବାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି।

ମିଳିଥିବା ଖବର ଅନୁଯାୟୀ, ବୁଧବାର ସକାଳେ ଝାଡଖଣ୍ଡର ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମରାପଡ଼ା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ବସ୍‌ରେ ୪୦ ଜଣରୁ ଅଧିକ ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ହିଁ ୧୬ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଦୁଇଟି ଗାଡିର ଆଗ ଭାଗ ପୂରା ଖଣ୍ଡବିଖଣ୍ଡିତ ହୋଇ ଉଡି ଯାଇଥିଲା । କିଛି ଲୋକ ବସରୁ ଛିଟିକି ପଡି ବାହାରେ ପଡିଥିଲେ। ବସ ଭିତରେ ରହିଥିବା ଲୋକ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବସକଉ କର ମେସିନରେ କାଟିବାକୁ ପଡ଼ିଥିଲା । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗମ୍ଭୀର ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଘନ କୁହୁଡି ଦୁର୍ଘଟଣାର କାରଣ ହୋପାରେ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

https://www.thesakala.in/national-international/16-killed-as-bus-collides-with-truck-in-jharkhand/article-8183
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର