ଫ୍ଲାଏ ଓଭରରେ ୧୫ ମିନିଟ୍ ଅଟକିଲା ମୋଦିଙ୍କ କାର୍, ସୁରକ୍ଷା ଉଲଙ୍ଘନ ନେଇ ପଞ୍ଜାବ ସରକାରକୁ ନଡ୍ଡାଙ୍କ ନିନ୍ଦା

The Sakala Picture
Published On

ଫିରୋଜପୁର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଭଟିଣ୍ଡା ବିମାନବନ୍ଦରରୁ ଫିରୋଜପୁର ସଡ଼କମାର୍ଗରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତାରେ ଅଟକାଇଥିଲେ ଆନ୍ଦୋଳନକାରୀ କୃଷକ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫିରୋଜପୁର ରାଲିକୁ ଯିବାକୁ ଦେଇନଥିଲେ । ୧୫ ମିନିଟ୍ ଧରି ଭଟିଣ୍ଡାର ଏକ ଫ୍ଲାଏଓଭର ଉପରେ ଅଟକି ରହିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରକୁ ଫେରିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ […]

ଫିରୋଜପୁର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଭଟିଣ୍ଡା ବିମାନବନ୍ଦରରୁ ଫିରୋଜପୁର ସଡ଼କମାର୍ଗରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତାରେ ଅଟକାଇଥିଲେ ଆନ୍ଦୋଳନକାରୀ କୃଷକ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫିରୋଜପୁର ରାଲିକୁ ଯିବାକୁ ଦେଇନଥିଲେ । ୧୫ ମିନିଟ୍ ଧରି ଭଟିଣ୍ଡାର ଏକ ଫ୍ଲାଏଓଭର ଉପରେ ଅଟକି ରହିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରକୁ ଫେରିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ କହିଥିଲେ ଯେ, ‘ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ କହିବେ ଯେ, ମୁଁ ଭଟିଣ୍ଡା ବିମାନବନ୍ଦର ପର୍ୟ୍ୟନ୍ତ ଜୀବିତ ପହଞ୍ଚି ପାରିଲି’ । ସୂଚନାଯୋଗ୍ୟ ଯେ, ଫିରୋଜପୁରରେ ଏକ କାର୍ଯ୍ଯକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଯାଉଥିଲେ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ଯକ୍ରମରେ ପହଞ୍ଚି ନପାରିବାରୁ କାର୍ଯ୍ଯକ୍ରମକୁ ସ୍ଥଗିତ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଏଭଳି ରୋକାଯିବାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ବିଭାଗ ଏହାକୁ ଗମ୍ଭୀର ଭୁଲ ଭାବେ ଗ୍ରହଣ କରି ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଛି । ଏହା ସହିତ ଏଥିପାଇଁ ଯେଉଁମମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ଗୃହ ବିଭାଗ କହିଛି । ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଭଟିଣ୍ଡାରୁ ହୁସୈନିବାଲାରେ ଜାତୀୟ ସହିଦ ସ୍ମାରକସ୍ଥଳକୁ ଯାତ୍ରା କରୁଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ଅନ୍ୟପକ୍ଷରେ ଫିରୋଜପୁରରେ ଉପସ୍ଥିତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆପଣ ମାନଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ କିନ୍ତୁ କିଛି କାରଣ ପାଇଁ ସେ ଆସି ପାରିନାହାନ୍ତି । ତେବେ କାର୍ଯ୍ଯକ୍ରମ ରଦ୍ଦ କରାଯାଇ ନାହିଁ କେବଳ ସ୍ଥଗିତ ହୋଇଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ବିରୋଧରେ ବିଜେପି ଓ ଅକାଳୀ ଦଳ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଛ । ବିଜେପି ନେତା ମଜିନ୍ଦର ସିଂହ ସିରଶା ଏହି ଘଟଣା କଂଗ୍ରେସ ପ୍ରାୟୋଜିତ ବୋଲି କହିଛନ୍ତି । ଆଇଏସଆଇ ଓ ପାକିସ୍ତାନ ସହିତ ମିଶି କଂଗ୍ରେସ ପଂଜାବରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

ସେପଟେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ପଞ୍ଜାବର କଂଗ୍ରେସ ସରକାରକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାରକେଡ଼କୁ ସୁରକ୍ଷିତ ଓ ନିରାପଦ ଭାବେ ଯାତ୍ରା କରିବା ଲାଗି ବ୍ୟବସ୍ତା ନ କରାଇବା ନେଇ ସେ ପଞ୍ଜାବ ସରକାରକୁ ଦାୟୀ କରିଛନ୍ତି। ସେ ଏହି ଘଟଣାକୁ ଏକ ବଡ ସୁରକ୍ଷାଜନିତ ତ୍ରୁଟି ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତାରେ ବିକ୍ଷୋଭକାରୀମାନଙ୍କୁ ରାଜ୍ୟ ସରକାର ବିରୋଧକାରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଘୋଷଣା ନ କରାଇଦେବାକୁ ଏହା ପଞ୍ଜାବ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ନଡ୍ଡା ଅଭିଯୋଗ କରିଛନ୍ତି।

05 Jan 2022 By The Sakala

ଫ୍ଲାଏ ଓଭରରେ ୧୫ ମିନିଟ୍ ଅଟକିଲା ମୋଦିଙ୍କ କାର୍, ସୁରକ୍ଷା ଉଲଙ୍ଘନ ନେଇ ପଞ୍ଜାବ ସରକାରକୁ ନଡ୍ଡାଙ୍କ ନିନ୍ଦା

ଫିରୋଜପୁର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଭଟିଣ୍ଡା ବିମାନବନ୍ଦରରୁ ଫିରୋଜପୁର ସଡ଼କମାର୍ଗରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତାରେ ଅଟକାଇଥିଲେ ଆନ୍ଦୋଳନକାରୀ କୃଷକ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫିରୋଜପୁର ରାଲିକୁ ଯିବାକୁ ଦେଇନଥିଲେ । ୧୫ ମିନିଟ୍ ଧରି ଭଟିଣ୍ଡାର ଏକ ଫ୍ଲାଏଓଭର ଉପରେ ଅଟକି ରହିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରକୁ ଫେରିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ କହିଥିଲେ ଯେ, ‘ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ କହିବେ ଯେ, ମୁଁ ଭଟିଣ୍ଡା ବିମାନବନ୍ଦର ପର୍ୟ୍ୟନ୍ତ ଜୀବିତ ପହଞ୍ଚି ପାରିଲି’ । ସୂଚନାଯୋଗ୍ୟ ଯେ, ଫିରୋଜପୁରରେ ଏକ କାର୍ଯ୍ଯକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଯାଉଥିଲେ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ଯକ୍ରମରେ ପହଞ୍ଚି ନପାରିବାରୁ କାର୍ଯ୍ଯକ୍ରମକୁ ସ୍ଥଗିତ ରଖାଯାଇଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଏଭଳି ରୋକାଯିବାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ବିଭାଗ ଏହାକୁ ଗମ୍ଭୀର ଭୁଲ ଭାବେ ଗ୍ରହଣ କରି ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଛି । ଏହା ସହିତ ଏଥିପାଇଁ ଯେଉଁମମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ଗୃହ ବିଭାଗ କହିଛି । ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଭଟିଣ୍ଡାରୁ ହୁସୈନିବାଲାରେ ଜାତୀୟ ସହିଦ ସ୍ମାରକସ୍ଥଳକୁ ଯାତ୍ରା କରୁଥିଲେ ।

ଅନ୍ୟପକ୍ଷରେ ଫିରୋଜପୁରରେ ଉପସ୍ଥିତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆପଣ ମାନଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ କିନ୍ତୁ କିଛି କାରଣ ପାଇଁ ସେ ଆସି ପାରିନାହାନ୍ତି । ତେବେ କାର୍ଯ୍ଯକ୍ରମ ରଦ୍ଦ କରାଯାଇ ନାହିଁ କେବଳ ସ୍ଥଗିତ ହୋଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ବିରୋଧରେ ବିଜେପି ଓ ଅକାଳୀ ଦଳ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଛ । ବିଜେପି ନେତା ମଜିନ୍ଦର ସିଂହ ସିରଶା ଏହି ଘଟଣା କଂଗ୍ରେସ ପ୍ରାୟୋଜିତ ବୋଲି କହିଛନ୍ତି । ଆଇଏସଆଇ ଓ ପାକିସ୍ତାନ ସହିତ ମିଶି କଂଗ୍ରେସ ପଂଜାବରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

ସେପଟେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ପଞ୍ଜାବର କଂଗ୍ରେସ ସରକାରକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାରକେଡ଼କୁ ସୁରକ୍ଷିତ ଓ ନିରାପଦ ଭାବେ ଯାତ୍ରା କରିବା ଲାଗି ବ୍ୟବସ୍ତା ନ କରାଇବା ନେଇ ସେ ପଞ୍ଜାବ ସରକାରକୁ ଦାୟୀ କରିଛନ୍ତି। ସେ ଏହି ଘଟଣାକୁ ଏକ ବଡ ସୁରକ୍ଷାଜନିତ ତ୍ରୁଟି ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତାରେ ବିକ୍ଷୋଭକାରୀମାନଙ୍କୁ ରାଜ୍ୟ ସରକାର ବିରୋଧକାରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଘୋଷଣା ନ କରାଇଦେବାକୁ ଏହା ପଞ୍ଜାବ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ନଡ୍ଡା ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର