ଚୀନକୁ ଭାରତୀୟ ସେନାର ଜବାବ, ଗଲଓ୍ବାନ ଉପତ୍ୟକାରେ ଉଡ଼ିଲା ତ୍ରିରଙ୍ଗା

The Sakala Picture
Published On

ନୂଆଦିଲ୍ଲୀ : ଲଦାଖସ୍ଥିତ ଭାର୍-ଚୀନ ସୀମାର ଗଲଓ୍ବାନ ଉପତ୍ୟକାକୁ ନେଇ ଚୀନ ଗଣମାଧ୍ୟମରେ ହୋଇଥିବା ଦୁଃପ୍ରଚାରର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଏହି ଘାଟୀରେ ଚୀନ୍ ସେନା ନିଜର ଜାତୀୟ ପତାକା ଉଡାଉଥିବାର ଏକ ଭିଡିଓ ଦୃଶ୍ୟ ଜାନୁଆରୀ ୧ ତାରିଖରେ ଜାରି କରିଥିଲା। ଏହାକୁ ନେଇ ଚୀନର ବହୁ ସରକାରୀ ଗଣମାଧ୍ୟମ ବିଭିନ୍ନ ମନ୍ତବ୍ୟ ଜାରି କରିବା ସହିତ ଗଲୱାନ ଘାଟୀ ପିଏଲଏ ଅଧୀନରେ ରହିଛି ବୋଲି ପରୋକ୍ଷରେ ଦର୍ଶାଇବାକୁ ଭୁଲି ନଥିଲେ। ଭାରତକୁ […]

ନୂଆଦିଲ୍ଲୀ : ଲଦାଖସ୍ଥିତ ଭାର୍-ଚୀନ ସୀମାର ଗଲଓ୍ବାନ ଉପତ୍ୟକାକୁ ନେଇ ଚୀନ ଗଣମାଧ୍ୟମରେ ହୋଇଥିବା ଦୁଃପ୍ରଚାରର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଏହି ଘାଟୀରେ ଚୀନ୍ ସେନା ନିଜର ଜାତୀୟ ପତାକା ଉଡାଉଥିବାର ଏକ ଭିଡିଓ ଦୃଶ୍ୟ ଜାନୁଆରୀ ୧ ତାରିଖରେ ଜାରି କରିଥିଲା। ଏହାକୁ ନେଇ ଚୀନର ବହୁ ସରକାରୀ ଗଣମାଧ୍ୟମ ବିଭିନ୍ନ ମନ୍ତବ୍ୟ ଜାରି କରିବା ସହିତ ଗଲୱାନ ଘାଟୀ ପିଏଲଏ ଅଧୀନରେ ରହିଛି ବୋଲି ପରୋକ୍ଷରେ ଦର୍ଶାଇବାକୁ ଭୁଲି ନଥିଲେ। ଭାରତକୁ ଚକମା ଦେବା ଉଦ୍ଦେଶ୍ୟରେ ଚୀନ୍ ଏଭଳି କରିଥିଲେ ହେଁ ଏହି ଭିଡିଓକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଚୀନ୍ କେବଳ ନିଜ ଅଞ୍ଚଳରେ ରହି ଏଭଳି ଭିଡିଓ ଜାରି କରିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ତେବେ ଗଲୱାନ ଅଞ୍ଚଳ ଏବେ ବି ଭାରତୀୟ ସେନା ନିୟନ୍ତ୍ରଣରେ ରହିଛି ବୋଲି ପ୍ରମାଣ କରିବାକୁ ଯାଇ ଭାରତୀୟ ସେନା ସଂପୃକ୍ତ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇଛି। ତେବେ ଗଲୱାନ ଅଞ୍ଚଳର ବିବାଦୀୟ କିମ୍ବା ଯେଉଁ ଅଞ୍ଚଳରୁ ଉଭୟ ପକ୍ଷର ସେନା ପ୍ରତ୍ୟାହାର କରାଯାଇଛି ସେହି ଅଞ୍ଚଳକୁ ବାଦ ଦେଇ ସେନା ତ୍ରିରଙ୍ଗା ଉଡାଇଛି। ଭାରତୀୟ ସେନା ତ୍ରିରଙ୍ଗା ଉଡାଉଥିବାର ଦୁଇଟି ନୂଆ ଫଟୋ ଜାରି କରାଯାଇଛି । ଏଥିରେ ଗଲଓ୍ବାନ ଅଞ୍ଚଳର ଶିଖର ପ୍ରଦେଶରେ ଏବଂ ବରଫାବୃତ୍ତ ଇଲାକାରେ ସେନା ତ୍ରିରଙ୍ଗା ଉଡ଼ାଉଥିବା ଦେଖାଯାଇଛି। ଜାରି କରାଯାଇଥିବା ଏହି ଫଟୋକୁ ନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ୍ କରିଥିଲା ବେଳେ ‘ ନୂଆ ବର୍ଷରେ ଏହା ଭାରତୀୟ ସେନାର ବୀରତ୍ବକୁ ସୂଚାଉଛି’ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ


ତେବେ ଭାରତ ପକ୍ଷରୁ ଜାରି କରାଯାଇଥିବା ଫଟୋ ଏବଂ ଚୀନ ଫଟୋକୁ ତୁଳନା କଲେ ଚୀନର ମିଛ ସ୍ପଷ୍ଟ ହୋଇଯାଉଛି। କାରଣ ଚୀନ ପକ୍ଷରୁ ଜାନୁଆରୀ ୧ ତାରିଖରେ ଯେଉଁ ଭିଡିଓ ଜାରି କରାଯାଇଥିଲା ସେଥିରେ ଆଦୌ ବରଫ ନାହିଁ। ହେଲେ ଏବେ ଲଦାଖ ଅଞ୍ଚଳରେ ଅସହ୍ୟ ଥଣ୍ଡା ସହିତ ସେଠାକାର ତାପମାତ୍ରା ମାଇନସ ଡିଗ୍ରୀ ରହୁଥିବା ବେଳେ ବରଫ ନ ରହିବା ଅସମ୍ଭବ ବୋଲି କୁହାଯାଉଛି। ତେଣୁ ଭାରତକୁ କେବଳ ଚକମା ଦେବା ଉଦ୍ଦେଶ୍ୟରେ ଚୀନ୍ ଏଭଳି ଭିଡିଓ ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିବା ପରେ ଏହି ଅଞ୍ଚଳରୁ ଉଭୟ ପକ୍ଷର ସେନାଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଗଲୱାନ ଅଞ୍ଚଳରେ ପ୍ରବାହିତ ଯେଉଁ ନଦୀ ଅଞ୍ଚଳରେ ସଂଘର୍ଷ ଘଟିଥିଲା ସେହି ନଦୀର ଉଭୟ ପାର୍ଶ୍ବର ୨ କିମି ଦୂରତାରୁ ସେନା ଅପସାରଣ କରାଯାଇଛି। କିନ୍ତୁ ଚୀନ୍ ନିଜର ଫୁଟାଣି ଦେଖାଇବାକୁ ଏଭଳି ଭିଡିଓ ଜାରି କରିଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର