ମମତାଙ୍କୁ ମୋଦୀଙ୍କ ଟାର୍ଗେଟ, କହିଲେ ଦିଦିଙ୍କ ଖେଲୋ ଶେଷ ହୋବେ ପଶ୍ଚିମବଙ୍ଗରେ ବିକାଶ ହୋବେ

The Sakala Picture
Published On

କଲକାତା : ପଶ୍ଚିମବଙ୍ଗ ବ୍ୟାଟଲ୍ ପାଇଁ ବିଜେପି ଓ ଟିଏମସି ଚାଲିଛି ଭାଷଣ ଓ ପ୍ରତିଶ୍ରୁତିର ଲଢେଇ।  ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି ।  ସେପଟେ  ଆଜି ପୁରୁଲିଆରେ ପ୍ରଚାର ବେଳେ ମମତାଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । […]

କଲକାତା : ପଶ୍ଚିମବଙ୍ଗ ବ୍ୟାଟଲ୍ ପାଇଁ ବିଜେପି ଓ ଟିଏମସି ଚାଲିଛି ଭାଷଣ ଓ ପ୍ରତିଶ୍ରୁତିର ଲଢେଇ।  ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି ।  ସେପଟେ  ଆଜି ପୁରୁଲିଆରେ ପ୍ରଚାର ବେଳେ ମମତାଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି ମମତା ବାନାର୍ଜୀଙ୍କ ‘ଖେଲ ହୋବେ’ ନାରାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦିଦି କହୁଛନ୍ତି ଖେଲା ହୋବେ, ବିଜେପି ବୋଲେ ଚକ୍ରୀ ହୋବେ, ଦିଦି ବୋଲେ ଖେଲା ହୋବେ, ବିଜେପି ବୋଲେ ବିକାଶ ହୋବେ, ଦିଦି ବୋଲେ ଖେଲା ହୋବେ, ବିଜେପି ବୋଲେ ଶିକ୍ଷା ହୋବେ” ମୋଦି ମମତାଙ୍କୁ ଆକ୍ଷେପ କରି କହିଥିଲେ ଖେଲ ଶେଷ ହୋବେ, ବିକାଶ ଆରମ୍ଭ ହୋବେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଏଥି ସହିତ ପୁରୁଲିଆ ପ୍ରଚାର ସଭାରେ ଜନକଲ୍ୟାଣକାରୀ ଯୋଜନା ପ୍ରସଙ୍ଗ ଉଠାଇ ମମତାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି। କିନ୍ତୁ, ‘ଡବଲ୍‌-ଇଞ୍ଜିନ୍‌’ ବିଶିଷ୍ଟ  ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମୋଦୀ ଆହୁରୀ ମଧ୍ୟ କହିଛନ୍ତି  ‘ଟିଏମସି’ର ଅର୍ଥ ହେଲା ‘ଟ୍ରାନ୍ସଫର ମାଇ କମିଶନ’।  ରାଜ୍ୟ ସରକାର ମାଓବାଦୀଙ୍କୁ ସମର୍ଥନ କରୁଥିବା ସେ ଆରୋପ ଲଗାଇଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ସବୁ ଅଞ୍ଚଳରୁ ରେଳ ସେବା ଯୋଗାଇବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଲୋକଙ୍କୁ ଭରସା ଦେଇଛନ୍ତି ପଶ୍ଚିମବଙ୍ଗରେ ଡବଲ୍ ଇଞ୍ଜିନ ସରକାର ହେବ । ଏହାଦ୍ୱାରା ବିକାଶ ହେବ ଓ ଲୋକଙ୍କ ଜୀବନଧାରଣ ମାନ ଅଧିକ ସୁବିଧା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର