ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି, ନାଥୁରାମ ଗଡସେଙ୍କୁ ନମସ୍କାର

The Sakala Picture
Published On

ରାୟପୁର: ରାୟପୁର ଧର୍ମ ସଂସଦ-୨୦୨୧ରେ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ମଞ୍ଚରୁ ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଛନ୍ତି। ସେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନମସ୍କାର ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ସନ୍ଥଙ୍କ ମୁହଁରୁ ଏଭଳି ଭାଷା ଶୋଭାପାଏ ନାହିଁ ବୋଲି ଲୋକେ କହୁଛନ୍ତି। ଅନ୍ୟ ସାଧୁସନ୍ୟାସୀମାନେ ମଧ୍ୟ କାଳୀଚରଣଙ୍କ ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଆପ୍‌ ପକ୍ଷରୁ ଏହି […]

ରାୟପୁର: ରାୟପୁର ଧର୍ମ ସଂସଦ-୨୦୨୧ରେ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ମଞ୍ଚରୁ ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଛନ୍ତି। ସେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନମସ୍କାର ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ସନ୍ଥଙ୍କ ମୁହଁରୁ ଏଭଳି ଭାଷା ଶୋଭାପାଏ ନାହିଁ ବୋଲି ଲୋକେ କହୁଛନ୍ତି। ଅନ୍ୟ ସାଧୁସନ୍ୟାସୀମାନେ ମଧ୍ୟ କାଳୀଚରଣଙ୍କ ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଆପ୍‌ ପକ୍ଷରୁ ଏହି ବୟାନକୁ ତୀବ୍ର ବିରୋଧ କରାଯାଇଛି। କଂଗ୍ରେସ ନେତା ପ୍ରମୋଦ ଦୁବେ ଏ ନେଇ ଟିକାରାପରା ଥାନାରେ ଏତଲା ରୁଜୁ କରିଛନ୍ତି। ସେ ଧର୍ମସଭାରେ ଗାନ୍ଧୀଙ୍କ ବିଷୟରେ ଭୁଲ୍‌ ସୂଚନା ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ ରାଜନୀତି ମାଧ୍ୟମରେ ରାଷ୍ଟ୍ରକୁ କବ୍‌ଜା କରିବା ହିଁ ଇସ୍‌ଲାମର ଲକ୍ଷ୍ୟ। ୧୯୪୭ରେ ପାକିସ୍ତାନ ଏବଂ ବାଂଲାଦେଶକୁ କିପରି କବ୍‌ଜା କରାଗଲା ତାହା ଲୋକେ ଦେଖିଛନ୍ତି। ସେ ସମୟରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦେଶର ସତ୍ୟାନାଶ କରିଥିଲେ। ଗାନ୍ଧୀଙ୍କୁ ମାରିଥିବା ନାଥୁରାମ ଗଡସେଙ୍କୁ କାଳୀଚରଣ ନମସ୍କାର କରିଛନ୍ତି। କାର୍ଯ୍ୟକ୍ରମର ଆୟୋଜକ ତଥା ରାଜ୍ୟ ଗୋସେବା ଆୟୋଗର ଅଧ୍ୟକ୍ଷ ମହନ୍ତ ରାମସୁନ୍ଦର ଦାସ ଏହି ମନ୍ତବ୍ୟକୁ ବିରୋଧ କରି ମଞ୍ଚ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଧର୍ମ ସଂସଦର ଉଦ୍‌ଯାପନୀ ସମାରୋହରେ ଶନିବାର କାଳୀଚରଣ ଭାଷଣ ଦେଉଥିଲେ। ଏହି ସମୟରେ ଦର୍ଶକଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରମୋଦ ଦୁବେ, ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେ ଏବଂ ନନ୍ଦକୁମାର ସାୟ ଉପସ୍ଥିତ ଥିଲେ। ଧର୍ମ ସଂସଦରେ କାଳୀଚରଣ କହିଥିଲେ ଯେ ରାଜା ଅର୍ଥାତ ସାଂସଦ, ବିଧାୟକ, ଦେଶର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ କଟ୍ଟର ହିନ୍ଦୁବାଦୀ ହେବା ଉଚିତ। ଲୋକ ସବୁବେଳେ ଭୋଟ ଦେବାକୁ ଯାଉନାହାନ୍ତି, ଏପରି ହେଲେ ଦେଶରେ ଇସଲାମର ପ୍ରଭାବ ବଢ଼ିବ। ଲୋକ ଘରୁ ବାହାରି ଭୋଟ ଦେବା ଉଚିତ ଏବଂ ଯେକୌଣସି ଦଳର ହେଲେ ମଧ୍ୟ କଟ୍ଟର ହିନ୍ଦୁତ୍ବାବାଦୀ ରାଜାଙ୍କୁ ଚୟନ କରିବା ଉଚିତ। ସାରା ଦେଶରେ ଧର୍ମାନ୍ତରଣ ଚାଲିଛି। ଦେଶର ଜାତି ବ୍ୟବସ୍ଥା ଯୋଗୁଁ ଏପରି ହେଉଛି। ସମାଜରେ ଯେଉଁ ବର୍ଗର ଲୋକଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳୁନାହିଁ , ସ୍ନେହ ମିଳୁନି ସେମାନେ ଅନ୍ୟଧର୍ମ ଆପଣାଉଛନ୍ତି। ଜାତି ବ୍ୟବସ୍ଥାକୁ ଶେଷ କରିଦେଲେ ଏହା ଦୂର ହୋଇଯିବ। ଦୁଇ ଦିନ ଚାଲିଥିବା ଏହି ଧର୍ମ ସଂସଦରେ ସାରା ଦେଶର ସନ୍ଥ-ମହାତ୍ମା ସାମିଲ ହୋଇଥିଲେ। ମହନ୍ତ ରାମସୁନ୍ଦର ଦାସ କାଳୀଚରଣଙ୍କ ମନ୍ତବ୍ୟକୁ ମଞ୍ଚରୁ ବିରୋଧ କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ନଥିବା କହିଛନ୍ତି। ମଞ୍ଚରେ ମହାତ୍ମାଙ୍କୁ ଗାଳି ଦିଆଯାଇଛି। ଏହାକୁ ଆମେ ତୀବ୍ର ବିରୋଧ କରୁଛୁ। ଧର୍ମ ସଂସଦରେ ଏଭଳି ବୟାନ ଦେବା ଅନୁଚିତ। ଏହା କହି ସେ ମଞ୍ଚରୁ ପଳାଇଥିଲେ। ଓଡ଼ିଶାରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି। ସାଧୁସନ୍ଥମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର