ନୂଆ ବେତନ କୋଡ୍‌: ସପ୍ତାହରେ ୩ ଦିନ ଛୁଟି, ୪ ଦିନ କାମ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୨ରେ ୪ ଶ୍ରମ ଆଇନ (ବେତନ କୋଡ୍‌) ଲାଗୁ କରିବାକୁ ଯାଉଛନ୍ତି। ହୁଏତ ଦେଶରେ ଆଗାମୀ ଆର୍ଥିକବର୍ଷ ସୁଦ୍ଧା ଏହା ଲାଗୁ ହୋଇଯାଇପାରେ। ଏଥିରେ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ଘଣ୍ଟା ସମେତ ମାସିକ ଆୟରେ ମଧ୍ୟ ପରିବର୍ତ୍ତନ ହେବ। ନୂଆ ବେତନ କୋଡ୍‌ରେ କର୍ମଚାରୀ ଓ ଶ୍ରମିକଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ। ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ସୂଚନା ଅନୁସାରେ ଶ୍ରମିକ ଓ କର୍ମଚାରୀଙ୍କୁ ସପ୍ତାହକୁ ୪୮ ଘଣ୍ଟା […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୨ରେ ୪ ଶ୍ରମ ଆଇନ (ବେତନ କୋଡ୍‌) ଲାଗୁ କରିବାକୁ ଯାଉଛନ୍ତି। ହୁଏତ ଦେଶରେ ଆଗାମୀ ଆର୍ଥିକବର୍ଷ ସୁଦ୍ଧା ଏହା ଲାଗୁ ହୋଇଯାଇପାରେ। ଏଥିରେ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ଘଣ୍ଟା ସମେତ ମାସିକ ଆୟରେ ମଧ୍ୟ ପରିବର୍ତ୍ତନ ହେବ। ନୂଆ ବେତନ କୋଡ୍‌ରେ କର୍ମଚାରୀ ଓ ଶ୍ରମିକଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ। ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ସୂଚନା ଅନୁସାରେ ଶ୍ରମିକ ଓ କର୍ମଚାରୀଙ୍କୁ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ବ୍ୟବସ୍ଥା ଏବେ ଦେଶରେ ପ୍ରଚଳନ ହେବ।

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ସପ୍ତାହରେ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି। ନୂଆ ବେତନ କୋଡ ଅନୁସାରେ ଯେଉଁ କର୍ମଚାରୀମାନେ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କରିବେ ସେମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟିର ବ୍ୟବସ୍ଥା ମଧ୍ୟ ରହିବ। ସପ୍ତାହରେ ୪ ଦିନ ୪୮ ଘଣ୍ଟା ହେଉ କି ଦୈନିକ ୮ ଘଣ୍ଟା ହିସାବରେ ସପ୍ତାହକୁ ୬ ଦିନ ୪୮ ଘଣ୍ଟାର ଡ୍ୟୁଟି ପରେ କର୍ମଚାରୀଙ୍କ ସପ୍ତାହନ୍ତ ଛୁଟି ନିର୍ଦ୍ଧାରିତ ହେବ। କର୍ମଚାରୀ ୧୨ ଘଣ୍ଟା କାମ କରୁଥିଲେ ୩ ଦିନ ଓ ୮ ଘଣ୍ଟା କାମ କରୁଥିଲେ ଦିନେ ଛୁଟି ମିଳିବ। ନୂଆ ବେତନ କୋଡ୍‌ରେ ସରକାର କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିରେ ଏବେ କର୍ମଚାରୀ ପାଉଥିବା ବେତନ ତୁଳନାରେ ଆଗକୁ ହ୍ରାସ ହେବ। ଏଣୁ ଯେଉଁମାନେ ଆଗାମୀ ବର୍ଷ ବେତନ ବୃଦ୍ଧି ଲାଗି ଆଶା ବାନ୍ଧିଥିଲେ ସେମାନଙ୍କୁ ନିରାଶ ହେବାକୁ ପଡିବ। ନୂଆ ବେତନ କୋଡ୍‌ ଲାଗୁ କରିବା ନିମନ୍ତେ ୧୩ ରାଜ୍ୟ ପ୍ରସ୍ତୁତ ହୋଇସାରିଲେଣି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତ ସପ୍ତାହ ପ୍ରାରମ୍ଭରେ ରାଜ୍ୟସଭାକୁ ଏହି ସୂଚନା ଦେଇଥିଲେ। ଏହାବ୍ୟତୀତ ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏବେ ଏହି ଆଇନ ନିମନ୍ତେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଥିବାର କହିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନର ବେଲୁଚିସ୍ତାନରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: କ୍ୱେଟା ସମେତ ଅନେକ ଜିଲ୍ଲାରେ ଯୋଗାଣ ଠପ୍

20 Dec 2021 By The Sakala

ନୂଆ ବେତନ କୋଡ୍‌: ସପ୍ତାହରେ ୩ ଦିନ ଛୁଟି, ୪ ଦିନ କାମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୨ରେ ୪ ଶ୍ରମ ଆଇନ (ବେତନ କୋଡ୍‌) ଲାଗୁ କରିବାକୁ ଯାଉଛନ୍ତି। ହୁଏତ ଦେଶରେ ଆଗାମୀ ଆର୍ଥିକବର୍ଷ ସୁଦ୍ଧା ଏହା ଲାଗୁ ହୋଇଯାଇପାରେ। ଏଥିରେ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ଘଣ୍ଟା ସମେତ ମାସିକ ଆୟରେ ମଧ୍ୟ ପରିବର୍ତ୍ତନ ହେବ। ନୂଆ ବେତନ କୋଡ୍‌ରେ କର୍ମଚାରୀ ଓ ଶ୍ରମିକଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ। ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ସୂଚନା ଅନୁସାରେ ଶ୍ରମିକ ଓ କର୍ମଚାରୀଙ୍କୁ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ବ୍ୟବସ୍ଥା ଏବେ ଦେଶରେ ପ୍ରଚଳନ ହେବ।

ସପ୍ତାହରେ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି। ନୂଆ ବେତନ କୋଡ ଅନୁସାରେ ଯେଉଁ କର୍ମଚାରୀମାନେ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କରିବେ ସେମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟିର ବ୍ୟବସ୍ଥା ମଧ୍ୟ ରହିବ। ସପ୍ତାହରେ ୪ ଦିନ ୪୮ ଘଣ୍ଟା ହେଉ କି ଦୈନିକ ୮ ଘଣ୍ଟା ହିସାବରେ ସପ୍ତାହକୁ ୬ ଦିନ ୪୮ ଘଣ୍ଟାର ଡ୍ୟୁଟି ପରେ କର୍ମଚାରୀଙ୍କ ସପ୍ତାହନ୍ତ ଛୁଟି ନିର୍ଦ୍ଧାରିତ ହେବ। କର୍ମଚାରୀ ୧୨ ଘଣ୍ଟା କାମ କରୁଥିଲେ ୩ ଦିନ ଓ ୮ ଘଣ୍ଟା କାମ କରୁଥିଲେ ଦିନେ ଛୁଟି ମିଳିବ। ନୂଆ ବେତନ କୋଡ୍‌ରେ ସରକାର କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିରେ ଏବେ କର୍ମଚାରୀ ପାଉଥିବା ବେତନ ତୁଳନାରେ ଆଗକୁ ହ୍ରାସ ହେବ। ଏଣୁ ଯେଉଁମାନେ ଆଗାମୀ ବର୍ଷ ବେତନ ବୃଦ୍ଧି ଲାଗି ଆଶା ବାନ୍ଧିଥିଲେ ସେମାନଙ୍କୁ ନିରାଶ ହେବାକୁ ପଡିବ। ନୂଆ ବେତନ କୋଡ୍‌ ଲାଗୁ କରିବା ନିମନ୍ତେ ୧୩ ରାଜ୍ୟ ପ୍ରସ୍ତୁତ ହୋଇସାରିଲେଣି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତ ସପ୍ତାହ ପ୍ରାରମ୍ଭରେ ରାଜ୍ୟସଭାକୁ ଏହି ସୂଚନା ଦେଇଥିଲେ। ଏହାବ୍ୟତୀତ ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏବେ ଏହି ଆଇନ ନିମନ୍ତେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଥିବାର କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର