ଓମିକ୍ରନ ଓ ଡେଲ୍‌ଟା ମିଶି ସୃଷ୍ଟି ହୋଇପାରେ ବିପଜ୍ଜନକ ଷ୍ଟ୍ରେନ

The Sakala Picture
Published On

ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବର ଚିନ୍ତା ବୃଦ୍ଧି ପାଇଛି। ଏହା ମଧ୍ୟରେ କରୋନାର ସୁପର ଭାରିଆଣ୍ଟର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଓମିକ୍ରନ, ଡେଲ୍‌ଟା ମିଶି ବିପଜ୍ଜନକ ଷ୍ଟ୍ରେନ ସୃଷ୍ଟି ହୋଇପାରେ ବୋଲି ବ୍ରିଟେନ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଭାରତରେ ମଧ୍ୟ ଓମିକ୍ରନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ଅଧିକ ହୋଇଥିବାରୁ ନୂଆ ଷ୍ଟ୍ରେନ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ବ୍ରିଟେନ ପରି ସ୍ଥିତି […]

ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବର ଚିନ୍ତା ବୃଦ୍ଧି ପାଇଛି। ଏହା ମଧ୍ୟରେ କରୋନାର ସୁପର ଭାରିଆଣ୍ଟର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଓମିକ୍ରନ, ଡେଲ୍‌ଟା ମିଶି ବିପଜ୍ଜନକ ଷ୍ଟ୍ରେନ ସୃଷ୍ଟି ହୋଇପାରେ ବୋଲି ବ୍ରିଟେନ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଭାରତରେ ମଧ୍ୟ ଓମିକ୍ରନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ଅଧିକ ହୋଇଥିବାରୁ ନୂଆ ଷ୍ଟ୍ରେନ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ବ୍ରିଟେନ ପରି ସ୍ଥିତି ରହିଲେ ଦେଶର ଦୈନିକ ୧୪ ଲକ୍ଷ ମାମଲା ଆସିବ ବୋଲି ନିତି(ସ୍ବାସ୍ଥ୍ୟ) ଆୟୋଗ ସଦସ୍ୟ ଭିକି ପାଉଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନାକୁ ନେଇ ମୁଣ୍ଡ ବିନ୍ଧା ବଢ଼ାଇବା ଭଳି ଚେତାବନୀ ଦେଇଛନ୍ତି। ମଡର୍ଣ୍ଣାର ଚିଫ୍‌ ମେଡିକାଲ ଅଫିସର ଡ. ପର୍ଲ ବର୍ଟନ କହିଛନ୍ତି ଯେ ଓମିକ୍ରନ ଏବଂ ଡେଲ୍‌ଟା ମିଶି ସୁପର ଭାରିଆଣ୍ଟ ସୃଷ୍ଟି କରିପାରନ୍ତି। ଦୁଇ ଭାରିଆଣ୍ଟ ମିଶି କାହାକୁ ସଂକ୍ରମିତ କଲେ ଏହି ସମ୍ଭାବନା ଅଧିକ ବୃଦ୍ଧି ପାଇବ। ବ୍ରିଟେନରେ ଡେଲ୍‌ଟା ଏବଂ ଓମିକ୍ରନର ସଂକ୍ରମଣ ବେଗ ସୁପର ଭାରିଆଣ୍ଟର ବିପଦକୁ ଦ୍ବିଗୁଣିତ କରିଛି। ଡ. ବର୍ଟନ କହିଛନ୍ତି ଯେ ସାଧାରଣତଃ କରୋନାର ଗୋଟିଏ ଷ୍ଟ୍ରେନ ମନୁଷ୍ୟକୁ ପ୍ରଭାବିତ କରିଥାଏ। କିନ୍ତୁ କିଛି ସ୍ବତନ୍ତ୍ର ମାମଲାରେ ଜଣେ ରୋଗୀ ୨ଟି ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି। ଯଦି ଡେଲ୍‌ଟା ଏବଂ ଓମିକ୍ରନ ଗୋଟିଏ ସେଲ୍‌କୁ ସଂକ୍ରମିତ କରନ୍ତି ତେବେ ଉଭୟ ଷ୍ଟ୍ରେନ ଡିଏନଏ ଅଦଳବଦଳ କରିପାରନ୍ତି। ସେମାନେ ମିଶିଗଲେ କରୋନାର ଏକ ନୂଆ ସୁପର ଷ୍ଟ୍ରେନ ସୃଷ୍ଟି ହୋଇପାରେ। ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ହୋଇପାରେ। ଉଭୟ ଭୂତାଣୁ ମିଶି ଜିନ ସହଭାଗିତା କିମ୍ବା ବଦଳାଇପାରନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଚଳିତ ମାସରେ ଏକ ସୁପର ଷ୍ଟ୍ରେନ ସୃଷ୍ଟି ହେବ ବୋଲି ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟିର ଭୂତାଣୁବିଜ୍ଞାନୀ ପିଟର ହ୍ବାଇଟ ଚେତାବନୀ ଦେଇଥିଲେ। ଜାନୁଆରୀରେ ବ୍ରିଟେନ ବିଶେଷଜ୍ଞମାନେ ସ୍ପେନରୁ ଏକ ନିଆରା ମାମଲା ଚିହ୍ନଟ କରିଥିଲେ। ଏଥିରେ ଆଲଫା ଏବଂ ବି.୧.୧୭୭ ଷ୍ଟ୍ରେନ ମିଶିଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି କାଲିଫର୍ଣ୍ଣିଆ ବୈଜ୍ଞାନିକମାନେ ଫେବୃଆରୀରେ କ୍ୟାଣ୍ଟ ଏବଂ ବି.୧.୪୨୯ ଷ୍ଟ୍ରେନ ମିଶି ଯାଇଥିବା ଜାଣିବାକୁ ପାଇଥିଲେ।
ଗତ ତିନି ଦିନ ହେଲା ବ୍ରିଟେନର କରୋନା ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରିଚାଲିଛି। ଶୁକ୍ରବାର ବ୍ରିଟେନରୁ ୯୩ ହଜାର ରୋଗୀ ଚିହ୍ନଟ ହୋଇଥିଲେ। ଏ ପର୍ଯ୍ୟନ୍ତ ସେଠାରୁ ୧୪୯୦୯ ଓମିକ୍ରନ ମାମଲା ଚିହ୍ନଟ ହେଲାଣି। ନୂଆ ମାମଲାରୁ ପ୍ରତି ୫ ଜଣଙ୍କ ମଧ୍ୟରେ ଜଣେ ଓମିକ୍ରନ ସଂକ୍ରମିତ ସାମିଲ ଅଛନ୍ତି। ଏ ପର୍ଯ୍ୟନ୍ତ ଏହି ଭାରିଆଣ୍ଟ ୫୧ ଦେଶକୁ ବ୍ୟାପିଲାଣି।

ଅନ୍ୟପକ୍ଷରେ ବିଶ୍ବରେ କରୋନା ମାମଲା ବୃଦ୍ଧିକୁ ନେଇ ଭିକେ ପାଉଲ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ବ୍ରିଟେନ ପରି ସଂକ୍ରମଣ ବଢ଼ିଲେ ଭୟାନକ ସ୍ଥିତି ସୃଷ୍ଟି ହେବ। ଦୈନିକ ୧୪ ଲକ୍ଷ ନୂଆ ମାମଲା ଆସିବ। ତେବେ ପ୍ରତି ମାମଲାର ଜିନୋମ ସିକ୍ବେନ୍ସିଂ କରାଯାଇପାରିବ ନାହିଁ। ଓମିକ୍ରନ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି। କିନ୍ତୁ ଏ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏହା ଉପରେ ଗବେଷଣା ଜାରି ରହିଛି ଏବଂ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଓମିକ୍ରନ ଯୋଗୁଁ ସାମାନ୍ୟ ସଂକ୍ରମଣ ହେଉଥିବା ଜଣାପଡିଛି। ଭାରତ ଜିନୋମ ସିକ୍ବେନ୍ସିଂ ମାମଲାରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଏହା ରୋଗକୁ ଆକଳନ ଏବଂ ପର୍ଯ୍ୟବେକ୍ଷଣ କରିବାର ଟୁଲ।

19 Dec 2021 By The Sakala

https://www.thesakala.in/national-international/dangerous-strains-can-be-formed-by-combining-omicron-and-delta/article-7717
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର