୨୪ ଘଣ୍ଟା ମଧ୍ୟରେ ୧୦ ଡୋଜ୍ କରୋନା ଟିକା ନେଲେ ଜଣେ ବ୍ୟକ୍ତି

The Sakala Picture
Published On

ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଟିକାକରଣ ମଧ୍ୟ ବୃଦ୍ଧି ପାଇଛି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକାର ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି । ଏହି […]

ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଟିକାକରଣ ମଧ୍ୟ ବୃଦ୍ଧି ପାଇଛି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକାର ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିକା ନେଇଥିବା ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ଯାଇ ଟିକା ନେଇଥିଲେ ଏବଂ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ବୋଲି କୁହାଯାଉଛି। କାରଣ ସେ ଅନ୍ୟ ଲୋକଙ୍କ ତରଫରୁ ଟିକା ନେଇଥିଲେ । ଯେଉଁଥିପାଇଁ ସେ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ଲଗାଇଥିଲେ | ଏଥିପାଇଁ ତାଙ୍କୁ ଉକ୍ତ ଲୋକଙ୍କ ଠାରୁ ଟଙ୍କା ମିଳିଥିଲା । ନ୍ୟୁଜିଲ୍ୟାଣ୍ଡରେ ଟିକା ଲଗାଇବାକୁ ପରିଚୟ ପ୍ରମାଣ ପତ୍ର ଦେଖାଇବାକୁ ପଡ଼େ ନାହିଁ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଅଧିକାରୀମାନେ କହିଛନ୍ତି ଯେ ଟିକାକରଣର ଅତ୍ୟଧିକ ଡୋଜ୍ ମାମଲା ସମ୍ପର୍କରେ ସେମାନେ ସୂଚନା ପାଇଛନ୍ତି ଏବଂ ଏହାକୁ ଗୁରୁତର ସହ ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକାକରଣ କାର୍ଯ୍ୟକ୍ରମର ଗ୍ରୁପ୍ ମ୍ୟାନେଜର ଆଷ୍ଟ୍ରିଡ କର୍ନିଫ କହିଛନ୍ତି ଯେ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଏବଂ ଆମେ ଅନେକ ଏଜେନ୍ସି (ନ୍ୟୁଜିଲ୍ୟାଣ୍ଡ ଟିକାକରଣ କେନ୍ଦ୍ର) ସହିତ ଏନେଇ ଯାଞ୍ଚ୍ କରୁଛୁ। ଟିକାର ଏକାଧିକ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଯଦି କେହି ଜାଣନ୍ତି, ତେବେ ତାଙ୍କୁ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖା କରିବାକୁ ପରାମର୍ଶ ନେବାକୁ ଜନସାଧାରଣଙ୍କୁ ଆମେ ଅପିଲ କରିଛୁ ‌।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ମନ୍ତ୍ରଣାଳୟ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ଯେଉଁଠି ଏକାଧିକ ଟିକା ନେଇଛନ୍ତି, ତା’ର ତଥ୍ୟ ଉପଲବ୍ଧ ନାହିଁ। ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର କହିଛନ୍ତି ଯେ ପ୍ରାଥମିକ ତଥ୍ୟ (ଭ୍ୟାକ୍ସିନ୍ ଓଭରଡୋଜର ସାଇଡ୍ ଇଫେକ୍ଟସ୍) ଆଧାରରେ ଏହି ଟିକା ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ | କିନ୍ତୁ ଏକାଧିକ ଟିକା ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ | ତେବେ ଏହା ଶରୀର ପାଇଁ କ’ଣ କ୍ଷତି ପହଞ୍ଚାଇପାରେ ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ। କିନ୍ତୁ ଏହା ପ୍ରକୃତରେ ନିରାପଦ ନୁହେଁ ଏବଂ ସେହି ବ୍ୟକ୍ତି (୧୦ ଡୋଜ୍ ନେଇଥିବା) ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର