ସିଡିଏସ୍‌ ହେଲିକପ୍ଟର ଦୁର୍ଘଟଣା : ଚୀନ୍‌ ପ୍ରତି ଘନଉଛି ସନ୍ଦେହ

The Sakala Picture
Published On

ନୂଆଦିଲ୍ଲୀ : ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ୧୧ ଅନ୍ୟ ସେନାଧିକାରୀଙ୍କ ଶୋଚନୀୟ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା ବେଳେ ଦୁର୍ଘଟଣାର କାରଣ ଜାଣିବାକୁ ଏବେ ଦେଶବାସୀଙ୍କ ଉତ୍କଣ୍ଠା ବଢିଛି। ବିଶ୍ବର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର ଏମଆଇ-୧୭ରେ ଯାତ୍ରା ଏତେ ଅସୁରକ୍ଷିତ କିଭଳି ହେଲା ତାହାକୁ ନେଇ ବିଭିନ୍ନ ମହଲରେ ତର୍ଜମା ଚାଲିଛି। ବିଶେଷକରି ଜଣେ ଅଭିଜ୍ଞ ଏବଂ ସୁଦକ୍ଷ ପାଇଲଟ ଏହାର ଉଡାଣ କରୁଥିଲେ […]

ନୂଆଦିଲ୍ଲୀ : ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ୧୧ ଅନ୍ୟ ସେନାଧିକାରୀଙ୍କ ଶୋଚନୀୟ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା ବେଳେ ଦୁର୍ଘଟଣାର କାରଣ ଜାଣିବାକୁ ଏବେ ଦେଶବାସୀଙ୍କ ଉତ୍କଣ୍ଠା ବଢିଛି। ବିଶ୍ବର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର ଏମଆଇ-୧୭ରେ ଯାତ୍ରା ଏତେ ଅସୁରକ୍ଷିତ କିଭଳି ହେଲା ତାହାକୁ ନେଇ ବିଭିନ୍ନ ମହଲରେ ତର୍ଜମା ଚାଲିଛି। ବିଶେଷକରି ଜଣେ ଅଭିଜ୍ଞ ଏବଂ ସୁଦକ୍ଷ ପାଇଲଟ ଏହାର ଉଡାଣ କରୁଥିଲେ ଏବଂ ଆନୁଷଙ୍ଗିକ ଯାଞ୍ଚ ପରେ ଏହି ହେଲିକପ୍ଟର ବାୟୁସେନା ଘାଟୀରୁ ଯାତ୍ରା ଆରମ୍ଭ କରିଥିଲେ ହେଁ ଗନ୍ତବ୍ୟସ୍ତଳର ମାତ୍ର କିଛି ଦୂର ପୂର୍ବରୁ ଏଭଳି ଭୟାନକ ଘଟଣା କାହିଁକି ହେଲା ତାହା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞ ମହଲକୁ ଚିନ୍ତିତ କରିଛି।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ବିଶେଷକରି ଖରାପ ପାଣିପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଥିବା ବେଳେ ଏହି ଘଟଣା ପଛରେ ବାହ୍ୟିକ ଶକ୍ତିର ଷଡ଼ଯନ୍ତ୍ରକୁ ମଧ୍ୟ କିଛି ମହଲ ଏଡ଼େଇ ଦେଇପାରି ନାହାନ୍ତି। ଏହିକ୍ରମ ରେ ଏକ ନୂଆ ମୋଡ ସୃଷ୍ଟି ହେବା ସହିତ ଚୀନ ଭଳି ଆମର ଶତ୍ରୁ ରାଷ୍ଟ୍ରକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ବୁଧବାର ଦୁର୍ଘଟଣାର କିଛି ସମୟ ପରେ ସ୍ବନାମଧନ୍ୟ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଏକ ଟ୍ବିଟ କରିବା ପରେ ଏହି ଟ୍ବିଟ୍‌କୁ ଆଧାର କରି ଚୀନ୍‌ର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଯେଉଁ ପ୍ରତିକ୍ରିୟା ରଖିଛି ତାହାକୁ ନେଇ ଚୀନ୍‌ର ଭୂମିକା ପ୍ରତି ସନ୍ଦେହ ବଢିବାରେ ଲାଗିଛି।

ସିଡିଏସ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରଫେସର ଚେଲାନୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲଗାତାର ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ସିଡିଏସ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ତାଇୱାନ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣା ସହ ସାମଞ୍ଜସ୍ୟ ରଖୁଥିବା ଉଲ୍ଲେଖ କରିଥିଲେ। ୨୦୨୦ ମସିହାରେ ତାଇୱାନର ଜେନେରାଲ ସେନ –ୟି- ମିଙ୍ଗ ଏବଂ ତାଙ୍କ ସହ ଅନ୍ୟ ୭ ବରିଷ୍ଠ ସେନା ଅଧିକାରୀ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଥିରେ ଦୁଇ ଜଣ ମେଜର ଜେନେରାଲ ମଧ୍ୟ ସାମିଲ ଥିଲେ। ହେଲେ ସବୁଠୁ ବଡ଼ କଥା ହେଲା ସିଡିଏସ୍ ବିପିନ ରାୱତ ଏବଂ ଜେନେରାଲ ମିଙ୍ଗଙ୍କ ଆଭିମୁଖ୍ୟ ଚୀନ୍‌ ବିରୋଧୀ ଥିଲା। ନିକଟରେ ଚୀନ୍‌ ଆମର ବଡ଼ ଶତ୍ରୁ ବୋଲି ସିଡିଏସ ବିପିନ ରାୱତ କହିଥିଲା ବେଳେ ଜେନେରାଲ ମିଙ୍ଗଙ୍କ ଆଭିମୁଖ୍ୟ ମଧ୍ୟ ସମାନ ରହିଥିଲା। ତେଣୁ ଏହି ଦୁଇ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାର ଅଜବ ସାମଞ୍ଜସ୍ୟ ରହିଥିବା ପ୍ରଫେସର ଚେଲାନୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଉଭୟ ହେଲିକପ୍ଟର ଦୁର୍ଘଟଣାରେ ସେଭଳି ସେନାଧିକାରୀ ପ୍ରାଣ ହରାଇଛନ୍ତି ଯେଉଁମାନେ ଚୀନ୍‌ର ଆକ୍ରମକତା ବିରୋଧରେ ପ୍ରତିବନ୍ଧକ ଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

ହେଲେ ପ୍ରଫେସର ଚେଲାନୀଙ୍କ ଟ୍ୱିଟ୍‌କୁ ନେଇ ଗ୍ଲୋବାଲ ଟାଇମ୍ସ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଛି ତାହା ମଧ୍ୟ ଅଜବ ଏବଂ ସନ୍ଦେହଜନକ। ଏଭଳି ଘଟଣା ପଛରେ ଆମେରିକାର କାହିଁକି ହାତ ନଥିବା ବୋଲି ଗ୍ଲୋବାଲ ଟାଇମ୍ସ ପ୍ରଶ୍ନ ଉଠାଇଛି। ବିଶେଷକରି ଭାରତ ଏବେ ରୁଷିଆରୁ ଏସ ୪୦୦ ଏୟାର ଡିଫେନ୍ସ ସଷ୍ଟମ କିଣିଥିବାରୁ ଆମେରିକା ଏଥିପାଇଁ ପରୋକ୍ଷରେ ଏଭଳି କାର୍ଯ୍ୟ ପାଇଁ ଭୂମିକା ଗ୍ରହଣ କରିଥାଇପାରେ ବୋଲି କୁହାଯାଇଛି। ହେଲେ ପ୍ରଫେସର ପ୍ରତ୍ୟକ୍ଷ ଭାବେ ଚୀନର ନାମ ନେଇ ନଥିବା ବେଳେ ସାଧାରଣ ଟ୍ବିଟକୁ ନେଇ ଚୀନ ସରକାରୀ ମୁଖପତ୍ରରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ଏହି ସନ୍ଦେହକୁ ଅଧିକ ଦୃଢୀଭୂତ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

10 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର