୨୦୧୫ରେ ମଧ୍ୟ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ ବିପିନ୍ ରାୱତ, ଅଳ୍ପକେ ବଞ୍ଚି ଯାଇଥିଲା ଜୀବନ

The Sakala Picture
Published On

ତାମିଲନାଡୁର କୁନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ, ବ୍ରିଗେଡିୟର୍ ରାଙ୍କ୍‌ ଅଧିକାରୀ, ଅନ୍ୟ ଜଣେ ଅଧିକାରୀ ଏବଂ ଦୁଇ ପାଇଲଟଙ୍କ ସମେତ ପ୍ରାୟ ୧୪ ଜଣ ଥିଲେ। ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  କିଛି ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ସୁରକ୍ଷିତ ଥିବା ନେଇ ଆଶା କରାଯାଉଛି। […]

ତାମିଲନାଡୁର କୁନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ, ବ୍ରିଗେଡିୟର୍ ରାଙ୍କ୍‌ ଅଧିକାରୀ, ଅନ୍ୟ ଜଣେ ଅଧିକାରୀ ଏବଂ ଦୁଇ ପାଇଲଟଙ୍କ ସମେତ ପ୍ରାୟ ୧୪ ଜଣ ଥିଲେ। ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  କିଛି ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ସୁରକ୍ଷିତ ଥିବା ନେଇ ଆଶା କରାଯାଉଛି। ତେବେ ବିପିନ ରାୱତଙ୍କ ବିମାନ ଦୁର୍ଘଟଣାର ଏହା ପ୍ରଥମ ଘଟଣା ନୁହେଁ। 2015 ରେ ମଧ୍ୟ ସେ ହେଲିକପ୍ଟର ଦୁର୍ଘଟଣାରୁ  ଅଳ୍ପକେ ରକ୍ଷା ପାଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଫେବୃଆରୀ 2015 ରେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ଜେନେରାଲ ବିପିନ୍ ରାୱତ ଦିମାପୁରରେ ସେନାର 3-କର୍ପସ ମୁଖ୍ୟାଳୟର ମୂଖ୍ୟଭାବେ କାର୍ଯ୍ୟରତ ଥିଲେ। ଯେତେବେଳେ ସେ ଚିତା ହେଲିକପ୍ଟରରେ ଦିମାପୁରରୁ କୌଣସି କାର୍ଯ୍ୟରେ ବାହାରିଥିଲେ ହଠାତ୍  କିଛି ଉଚ୍ଚତାରେ ଚିତା ହେଲିକପ୍ଟର ନିୟନ୍ତ୍ରଣ ହରାଇଥିଲା ଏବଂ ହେଲିକପ୍ଟରଟି ଖସିପଡିଲା । କୁହାଯାଏ ଯେ ସେହି ସମୟରେ ହେଲିକପ୍ଟରର ଇଞ୍ଜିନ ଖରାପ ହୋଇଯିବାରୁ ଏହି ଦୁର୍ଘଟଣା ହୋଇଥିଲା।  ଏହି ଦୁର୍ଘଟଣାରେ ଜେନେରାଲ ରାୱତ ସାମାନ୍ୟ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପରେ ସେନା ପ୍ରକାଶ କରିଥିଲା ଯେ ହେଲିକପ୍ଟରଟି ଭୂମିଠାରୁ ମାତ୍ର ୨୦ ମିଟର ଉଚ୍ଚକୁ ଯିବା ପରେ ଇଞ୍ଜିନ ଖରାପ ହୋଇଥିଲା। ଏହି ସମୟରେ ସିଙ୍ଗଲ୍-ଇଞ୍ଜିନ୍ ଯୁକ୍ତ ହେଲିକପ୍ଟର ଚିତାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ  ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ।  କିନ୍ତୁ ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିଲା। ବାୟୁସେନା ମଧ୍ୟ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର