ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଦୁନିଆରେ ବହୁତ ଜିନିଷ ବଦଳିଛି କିନ୍ତୁ ଆମ ବନ୍ଧୁତ୍ବ ଅତୁଟ ରହିଛି

The Sakala Picture
Published On

ଦିଲ୍ଲୀ : ଭାରତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିବା ସହ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏଥିରେ ଦୁଇ ଦେଶ ମଧ୍ୟରେ ଭାରତ-ରୁଷ୍ ଦ୍ୱିପାକ୍ଷିକ ସଂପର୍କ, ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ଏହି ଦ୍ୱିପାକ୍ଷିକ ଅଲେଶଚନା ଦୁଇ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। […]

ଦିଲ୍ଲୀ : ଭାରତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିବା ସହ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏଥିରେ ଦୁଇ ଦେଶ ମଧ୍ୟରେ ଭାରତ-ରୁଷ୍ ଦ୍ୱିପାକ୍ଷିକ ସଂପର୍କ, ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ଏହି ଦ୍ୱିପାକ୍ଷିକ ଅଲେଶଚନା ଦୁଇ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କୋଭିଡ ମହାମାରୀ ସମୟରେ ଉଭୟ ଦେଶ ପରସ୍ପରର ବନ୍ଧୁତାର ସଫଳ ଉପଯୋଗ କରିଥିଲେ। ମହାମାରୀ ସମୟରେ ଟିକା ପରୀକ୍ଷା ଏବଂ ଉତ୍ପାଦନଠାରୁ ଆରମ୍ଭ କରି ନାଗରିକଙ୍କୁ ସମ୍ପୃକ୍ତ ଦେଶକୁ ଫେରିବା ପର୍ଯ୍ୟନ୍ତ ଦୁଇ ଦେଶ କାନ୍ଧ ସହ କାନ୍ଧ ମିଳାଇ କାମ କରିଛନ୍ତି ବୋଲି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରି‌ବା ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଦଳି ନାହିଁ : ମୋଦୀ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଋଷ  ମଧ୍ୟରେ ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। କରୋନା ବିରୋଧରେ ଲଢେଇରେ  ଦୁଇ ଦେଶ ମଧ୍ୟରେ ସର୍ବୋତ୍ତମ ସମନ୍ୱୟ ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ୨୦୨୧ ବର୍ଷ ଆମ ସମ୍ପର୍କ ପାଇଁ ଅନେକ ଦିଗରେ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ବରେ ଅନେକ ମୌଳିକ ପରିବର୍ତ୍ତନ ସହ ବିଭିନ୍ନ ପ୍ରକାରର ଭୌଗୋଳିକ ସମୀକରଣ ଉତ୍ପନ୍ନ ହୋଇଥିଲେ ବି ଭାରତ ଏବଂ ଋଷର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଛି। ଭାରତ ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ବାସ୍ତବରେ ଆନ୍ତଃ ରାଜ୍ୟ ବନ୍ଧୁତ୍ୱର ଏକ ଅନନ୍ୟ ଏବଂ ନିର୍ଭରଯୋଗ୍ୟ ଉଦାହରଣ। ଆମର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ୨+୨ କଥାବାର୍ତ୍ତା ଶେଷ ହୋଇଛି। ଏହା ଆମ ଦେଶକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଅସୁବିଧା ସମୟରେ ଠିଆ ହେଉଥିବା ବନ୍ଧୁ ହେଉଛି ଭାରତ :ପୁଟିନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ କହିଛନ୍ତି ଯେ ସେ ଭାରତ ଆସିଥିବାରୁ ବହୁତ ଖୁସି। ଦୁର୍ଭାଗ୍ୟବଶତ କରୋନା ମହାମାରୀ ହେତୁ ଏହି ବୈଠକ ପୂର୍ବରୁ ହୋଇପାରି ନଥିଲା, କିନ୍ତୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି। ସେ କହିଛନ୍ତି ଆମେ ଭାରତକୁ ଏକ ମହାନ ଶକ୍ତି, ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର ଏବଂ ଅସୁବିଧା ସମୟର ସାଥ୍‌ ହୋଇ ଛିଡା ହୋଇଥିବା ବନ୍ଧୁ ଭାବରେ ଦେଖୁ। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରାୟ ୩୮ ଅରବ ଡଲାରର ବ୍ୟବସାୟ ରହିଛି। ପୁଟିନ କହିଛନ୍ତି ଯେ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମର ଉତ୍ତମ ସମନ୍ୱୟ ରହିଛି ଏବଂ ଆମେ ଆମର ଟେକ୍ନୋଲୋଜିକୁ ଭାରତକୁ ଆଣି ମେକ୍ ଇନ୍ ଇଣ୍ଡିଆ ମିଶନରେ ଯୋଗଦେବାକୁ ଚାହୁଁଛୁ।ଏହା ବ୍ୟତୀତ ଆମେ ସୈନ୍ୟ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ପରସ୍ପର ସହ ରହିଛୁ। ଆତଙ୍କବାଦ ଲଢେଇରେ ଆମେ ଭାରତ ସହିତ ରହିଛୁ। ଆଫଗାନିସ୍ତାନରେ ସାଂପ୍ରତିକ ଘଟଣାକ୍ରମକୁ ନେଇ ଆମେ ଚିନ୍ତିତ ବୋଲି ପୁଟିନ୍ କହିଛନ୍ତି।

ଋଷ ସହ ରାଜନାଥ କଲେ ବଡ଼ ବନ୍ଧୁକ ଡିଲ୍‌

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷିଆ ପ୍ରତିପକ୍ଷ ସେର୍ଗି ସୋଇଗୁ ଟୁ ପ୍ଲସ ଟୁ ଆଳୋଚନା କରିଛନ୍ତି ଏହି ଅବସରରେ ସୋଇଗୁ କହିଛନ୍ତି ଯେ, ଭାରତ ଓ ରୁଷିଆ ମଧ୍ୟରେ ସଂପର୍କ ବହୁ ପୁରୁଣା ଓ ସ୍ୱାଭାବିକ । ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା କ୍ଷେତ୍ରରେ କାମ କରି ଆସିଛି ଏହି ଦୁଇ ରାଷ୍ଟ୍ର । ସେପଟେ ରାଜନାଥ ମଧ୍ୟ ଆଲୋଚନା ନେଇ ନିଜର ମତ ରଖିଛନ୍ତି । ଟୁ ପ୍ଲସ ଟୁ ଆଲୋଚନା ଅବସରରେ ଭାରତ ଓ ରୁଷିଆ ମଧ୍ୟରେ କିଛି ରାଜିନାମା ସ୍ୱାକ୍ଷର ହୋଇଛି । ୬ ଲକ୍ଷ ୧ ହଜାର ୪୨୭ଟି ଏକେ-୨୦୩ ଆସଲ୍ଟ ରାଇଫଲ୍ କିଣିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହାସହ ମିଲିଟାରି ଟେକ୍ନିକାଲ କୋ-ଅପରେସନ ପାଇଁ ମଧ୍ୟ ଦୁଇ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହାଛଡ଼ା କୋଲାସିକୋବ ସିରିଜ୍ ଅସ୍ତ୍ର ଉତ୍ପାଦନ ପାଇଁ ଦୁଇ ଦେଶ ଚୁକ୍ତି କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି ।

06 Dec 2021 By The Sakala

https://www.thesakala.in/national-international/modi-putin-meeting-in-delhi-pm-said-many-things-changed-in-the-world-but-our-friendship-remained/article-7406
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର