ୟୁକ୍ରେନ ପ୍ରସଙ୍ଗରେ ଆମେରିକା – ରୁଷିଆ ମୁହାଁମୁହିଁ

The Sakala Picture
Published On

ୱାଶିଂଟନ: ୟୁକ୍ରେନକୁ ନେଇ ଉପରେ ଆମେରିକା ଏବଂ ରୁଷିଆ ଭିତରେ ଦିନକୁ ଦିନ ତିକ୍ତତା ବଢୁଥିବା ବେଳେ ଏବେ ଉଭୟ ରାଷ୍ଟ୍ର ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ୟୁକ୍ରେନ ସୀମାରେ ରୁଷିଆ ନିଜର ସେନା ବୃଦ୍ଧି କରୁଥିବାରୁ ଆମେରିକା ଖପ୍ପା ହେବା ସହିତ ନାଟୋ ମେଣ୍ଟ ସହ ଆଲୋଚନା ଜାରି ରଖିଛି । ଏଥ୍‌ସହିତ ୟୁକ୍ରେନ ପ୍ରସଙ୍ଗରୁ ରୁଷିଆ ନିବୃତ୍ତ ରହିବାକୁ ଆମେରିକା ଚେତାବନୀ ଦେଇଛି। ନଚେତ ପରିଣାମ ଅତି ଗୁରୁତର ହୋଇପାରେ ବୋଲି ଆମେରିକାର ବୈଦେଶିକ […]

ୱାଶିଂଟନ: ୟୁକ୍ରେନକୁ ନେଇ ଉପରେ ଆମେରିକା ଏବଂ ରୁଷିଆ ଭିତରେ ଦିନକୁ ଦିନ ତିକ୍ତତା ବଢୁଥିବା ବେଳେ ଏବେ ଉଭୟ ରାଷ୍ଟ୍ର ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ୟୁକ୍ରେନ ସୀମାରେ ରୁଷିଆ ନିଜର ସେନା ବୃଦ୍ଧି କରୁଥିବାରୁ ଆମେରିକା ଖପ୍ପା ହେବା ସହିତ ନାଟୋ ମେଣ୍ଟ ସହ ଆଲୋଚନା ଜାରି ରଖିଛି । ଏଥ୍‌ସହିତ ୟୁକ୍ରେନ ପ୍ରସଙ୍ଗରୁ ରୁଷିଆ ନିବୃତ୍ତ ରହିବାକୁ ଆମେରିକା ଚେତାବନୀ ଦେଇଛି। ନଚେତ ପରିଣାମ ଅତି ଗୁରୁତର ହୋଇପାରେ ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି କ୍ଲିକେନ୍ କହିଛନ୍ତି। ରୁଷିଅ ବର୍ତ୍ତମାନ ନିଜର ବିପୁଳ ସେନାକୁ ୟୁକ୍ରେନ ସୀମାରେ ମୁତୟନ କରିଥିବା ବେଳେ ଆଉ ଏକ ଆକମ୍ରଣ କରିପାରେ ବୋଲି ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

କିନ୍ତୁ ରୁଷିଆର ଏଭଳି କୌଣସି ଆଚରଣ ଆମେରିକା ପାଇଁ ଚିନ୍ତାର କାରଣ ହେବ ବୋଲି ବ୍ଲଙ୍କେନ୍ କହିଛନ୍ତି। ଏହାର ପରିଣାମ ମଧ୍ୟ ଆଗକୁ ଭୟଙ୍କର ହୋଇପାରେ ବୋଲି ସେ କହିଛନ୍ତି । ୟୁକ୍ରେନର ସାର୍ବଭୌମତ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଆମର ସମର୍ଥନ ଏବେ ମଧ୍ୟ ଅତୁଟ ରହିଛି ବୋଲିସେ କହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ପ୍ରସଙ୍ଗରେ ବ୍ରିଟେନ ଏବଂ ଜର୍ମାନୀ ଆମେରିକା ସପକ୍ଷରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଲକ୍ଷ୍ମଣରେଖା ଟପିଲେ ଦୃଢ଼ ଜବାବ ଦେବୁ

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସେହିପରି ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ମଧ୍ୟ ଆମେରିକାକୁ ଦୃଢ ଜବାବ ଦେଇଛି। ୟୁକ୍ରେନରେ ନାଟୋ ଲକ୍ଷ୍ମଣ ରେଖା ପାର କଲେ ଆମେ ତାହାର ଦୃଢ ଜବାବ ଦେବୁ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି। ମସ୍କୋରେ ଇନଭେଷ୍ଟମେଣ୍ଟ ଫୋରମକୁ ସମ୍ବବଧୂତ କରି ପୁଟିନ୍ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ଉତ୍ତମ ବୁଦ୍ଧିମତାର ପରିଚୟ ଦେବେ ବୋଲି ସେ ଆଶା କରୁଛନ୍ତି । ମାତ୍ର ନାଟୋକୁ ଚେତାଇ ଦେବାକୁ ଚାହୁଁଛୁ ଯେ, ୟୁକ୍ରେନ ସମ୍ବନ୍ଧିତ ସୁରକ୍ଷା ପ୍ରସଙ୍ଗରେ ଆମର ଭିନ୍ନ ଦୃଷ୍ଟିକୋଣ ରହିଛି। ଯଦି ୟୁକ୍ରେନ ସୀମାରେ ଘାତକ ମାରଣାସ୍ତ୍ର ମୁତୟନ କରାଯାଏ ତେବେ ମସ୍କୋ ୭ରୁ ୧୦ ମିନିଟ୍ ଭିତରେ ହାଇପରସୋନିକ ମିସାଇଲ ନିକ୍ଷେପ କରିବାକୁ ବାଧ୍ୟ ହେବ । ଏହାପରେ ସ୍ଥିତି କଣ ହେବ କଳ୍ପନା କରାଯାଇ ପାରେ ବୋଲି ପୁଟିନ୍ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର