ଭୟ ବଢାଉଛି ଓମିକ୍ରନ୍, ଡିସେମ୍ବର ୧୫ରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ବିମାନ ଉଡାଣ

The Sakala Picture
Published On

ନୂଆଦିଲ୍ଲୀ: ଭୟ ବଢାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଏହା ସାରା ବିଶ୍ବ ପାଇଁ ଘାତକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି।ବିଶ୍ବସ୍ତରରେ ସଂକ୍ରମଣ ରୋକିବାକୁ ଏବେ ବିଭିନ୍ନ ରାଷ୍ଟ୍ର ବିଦେଶ ଯାତ୍ରା ଉପରେ ରୋକ ଲଗାଇବା ସହିତ ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଶେଷକରି ଗୋଟିଏ ଦେଶରୁ […]

ନୂଆଦିଲ୍ଲୀ: ଭୟ ବଢାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଏହା ସାରା ବିଶ୍ବ ପାଇଁ ଘାତକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି।ବିଶ୍ବସ୍ତରରେ ସଂକ୍ରମଣ ରୋକିବାକୁ ଏବେ ବିଭିନ୍ନ ରାଷ୍ଟ୍ର ବିଦେଶ ଯାତ୍ରା ଉପରେ ରୋକ ଲଗାଇବା ସହିତ ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଶେଷକରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ କରୋନା ଭୂତାଣୁର ଏହି ଭ୍ୟାରିଆଣ୍ଟ ଯେଭଳି ନ ବ୍ୟାପେ ତାହାକୁ ଅଧିକ ଗୁରୁତ୍ବ ଦିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଏହାରି ମଧ୍ୟରେ ଭାରତରୁ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ନେଇ ଯେଉଁ ଘୋଷଣା ହୋଇଥିଲା ସେଥିରେ ମଧ୍ୟ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ଦେଶରେ ଓମିକ୍ରନର ପ୍ରଭାବକୁ ଦେଖି ଏହି ନିଷ୍ପତି ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।ମନ୍ତ୍ରାଳୟ କହିଛି ଯେ ଆଗାମୀ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ନୂଆ ତାରିଖ ଶୀଘ୍ର ଘୋଷଣା କରାଯିବ। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁଁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୭ ତାରିଖରେ ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଆରମ୍ଭ କରିବା ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ କୁହାଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ମଧ୍ୟ କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବା ନେଇ ଏକ ସମୀକ୍ଷା କରିଥିଲା। ଯାହାପରେ କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’ ବିପଦକୁ ଆଖି ଆଗରେ ରଖି ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାର ନିଷ୍ପତ୍ତି ସ୍ଥଗିତ ରଖାଯାଇଛି।  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଆଗକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବ ଏବଂ ପୁଣିଥରେ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ପାଇଁ ନୂଆ ତାରି୍ଖ ଘୋଷଣା ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ସୂଚନାଯୋଗ୍ୟ ୨୦୨୦ ମସିହା ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ସେବେଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଲକଡାଉନ ହଟିଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବାକୁ ଏଯାଏ ସ୍ୱାଭାବିକ କରାଯାଇ ପାରିନି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଭାରତ ସରକାର ନିର୍ଦ୍ଦିଷ୍ଟ ମାର୍ଗରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ସେହିପରି ସଂକ୍ରମଣ ହ୍ରାସ ଓ ଟିକାକରଣ ବଢ଼ିବା ପରେ ଏୟାର ବବଲ୍ସ ଚୁକ୍ତି କରିଥିବା ଦେଶଗୁଡ଼ିକ ସହ ବିମାନ ସେବା ଆରମ୍ଭ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର