ଭାରତୀୟଙ୍କୁ ପ୍ରଶଂସା କଲେ ବିଶ୍ବର ସବୁଠୁ ଧନୀ ଏଲନ୍‌ ମସ୍କ, କହିଲେ ଭାରତୀୟ ପ୍ରତିଭା ଦ୍ବାରା ଉପକୃତ ହେଉଛି ଆମେରିକା

The Sakala Picture
Published On

ନୁଆଦିଲ୍ଲୀ : ଭାରତ ଜନ୍ମିତ ଓ ଆଇଆଇଟି ବମ୍ବେରୁ ପାଠ ପଢିଥିବା ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡର୍ସି ଇସ୍ତଫା ପରେ ଓ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦବୀ ମିଳିବା ପରେ ତାଙ୍କ ପାଖକୁ ଛୁଟୁଛି ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ । ଷ୍ଟ୍ରାଇପ୍ କମ୍ପାନୀର ସିଇଓ ପାଟ୍ରିକ୍ କୋଲିସନ୍ ଟ୍ୱିଟରର ନୂତନ ସିଇଓଙ୍କ ଉପରେ ଏକ ଟ୍ୱିଟ୍ କରି ପାରାଗ୍ ଅଗ୍ରୱାଲଙ୍କୁ ଅଭିନନ୍ଦନ […]

ନୁଆଦିଲ୍ଲୀ : ଭାରତ ଜନ୍ମିତ ଓ ଆଇଆଇଟି ବମ୍ବେରୁ ପାଠ ପଢିଥିବା ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡର୍ସି ଇସ୍ତଫା ପରେ ଓ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦବୀ ମିଳିବା ପରେ ତାଙ୍କ ପାଖକୁ ଛୁଟୁଛି ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ । ଷ୍ଟ୍ରାଇପ୍ କମ୍ପାନୀର ସିଇଓ ପାଟ୍ରିକ୍ କୋଲିସନ୍ ଟ୍ୱିଟରର ନୂତନ ସିଇଓଙ୍କ ଉପରେ ଏକ ଟ୍ୱିଟ୍ କରି ପାରାଗ୍ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇବା ପରେ ଏହାର ଉତ୍ତର ଦେଇ ଟ୍ୱିଟ କରିଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍ – ଏକ୍ସ୍ସ ଓ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କ । ଏଲନ୍‌ ମସ୍କ ଟ୍ଵିଟରର ନୂଆ ସିଇଓ ଭାରତର ପରାଗ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ‘ଭାରତୀୟ ପ୍ରତିଭା ଦ୍ୱାରା ଆମେରିକା ଉପକୃତ ହେଉଛି।’

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଷ୍ଟ୍ରାଇପ୍ କମ୍ପାନୀର କୋଫାଉଣ୍ଡର ତଥା ସିଇଓ ପାଟ୍ରିକ୍ କୋଲିସନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଗୁଗୁଲ୍, ମାଇକ୍ରୋସଫ୍ଟ, ଆଡୋବ୍, ଆଇବିଏମ୍, ପାଲୋ ଆଲ୍ଟୋ, ନେଟୱାର୍କ ଏବଂ ବର୍ତ୍ତମାନ ଟ୍ୱିଟର ଚଳାଉଥିବା ସମସ୍ତ ସିଇଓ ଭାରତରେ ବଢିଛନ୍ତି। ବୈଷୟିକ ଦୁନିଆରେ ଭାରତୀୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତା ହୃଦୟସ୍ପର୍ଶୀ। ଯାହାର ଉତ୍ତରରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଲେଖିଛନ୍ତି ଯେ ଭାରତୀୟ ଟ୍ୟାଲେଣ୍ଟ ଯୋଗୁଁ ବିଶେଷ କରି ଆମେରିକା ଉପକୃତ ହେଉଛି।

ସୂଚନାଯୋଗ୍ୟ ଟ୍ଵିଟରର ନୂଆ ସିଇଓ ହୋଇଥିବା ୪୫ ବର୍ଷୀୟ ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

30 Nov 2021 By The Sakala

https://www.thesakala.in/national-international/ellen-musk-the-worlds-richest-man-praises-indians-says-the-united-states-is-benefiting-from-indian-talent/article-7263
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର