ସତର୍କ କରାଇଲା ‘ହୁ’ : ସାରା ବିଶ୍ବ ପାଇଁ ଘାତକ ହୋଇପାରେ ‘ଓମିକ୍ରନ୍

The Sakala Picture
Published On

ନୂଆଦିଲ୍ଲୀ : କରୋନା ପ୍ରକୋପ ଏକପ୍ରକାର ସରି ଆସୁଥିବା ବେ ଏବେ ଭୂତାଣୁର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ବରେ ପୁଣି ଭୟ ବାତାବରଣ ସୃଷ୍ଟି ହୋଇଛି।ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭ୍ୟାରିଆ ମାତ୍ର ୬ ଦିନ ମଧ୍ୟରେ ୧୬ଟି ରାଷ୍ଟ୍ରରେ ପହଞ୍ଚି ସାରିଥିବା ବେଳେ ଏହା ସାରା ବିଶ୍ବ ପାଇଁ ଘାତକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଭ୍ୟାରିଆଣ୍ଟର […]

ନୂଆଦିଲ୍ଲୀ : କରୋନା ପ୍ରକୋପ ଏକପ୍ରକାର ସରି ଆସୁଥିବା ବେ ଏବେ ଭୂତାଣୁର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ବରେ ପୁଣି ଭୟ ବାତାବରଣ ସୃଷ୍ଟି ହୋଇଛି।ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭ୍ୟାରିଆ ମାତ୍ର ୬ ଦିନ ମଧ୍ୟରେ ୧୬ଟି ରାଷ୍ଟ୍ରରେ ପହଞ୍ଚି ସାରିଥିବା ବେଳେ ଏହା ସାରା ବିଶ୍ବ ପାଇଁ ଘାତକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଭ୍ୟାରିଆଣ୍ଟର ବିଭିନ୍ନ ଦିଗକୁ ନେଇ ବିଶ୍ବସ୍ତରରେ ବୈଜ୍ଞାନିକମାନେ ବିଶ୍ଳେଷଣ କରିବା ଆରମ୍ଭ କରି ଦେଇଛନ୍ତି। ହେଲେ ଅତି କମ୍ ସମୟ ମଧ୍ୟରେ ଏହା ବହୁବାର ରୂପ ବଦଳାଇବା (ମ୍ୟୁଟାଣ୍ଟ) ସବୁଠାରୁ ଚିନ୍ତାଜନକ ହୋଇପଡ଼ିଥିବା କୁହାଯାଇଛି। ଫଳରେ ପୂର୍ବରୁ କରୋନା ଭୂତାଣୁର ବିଭିନ୍ନ ଭ୍ୟାରିଆଣ୍ଟକୁ ନେଇ ବଢିଥିବା ସଂକ୍ରମଣ ଏବଂ ଏହା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ପୁନରାବୃତ୍ତି ଘଟିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବିଶ୍ବସ୍ତରରେ ସଂକ୍ରମଣ ରୋକିବାକୁ ଏବେ ବିଭିନ୍ନ ରାଷ୍ଟ୍ର ବିଦେଶ ଯାତ୍ରା ଉପରେ ରୋକ ଲଗାଇବା ସହିତ ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଶେଷକରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ କରୋନା ଭୂତାଣୁର ଏହି ଭ୍ୟାରିଆଣ୍ଟ ଯେଭଳି ନ ବ୍ୟାପେ ତାହାକୁ ଅଧିକ ଗୁରୁତ୍ବ ଦିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିକ୍ରମରେ ‘ହୁ’ ପକ୍ଷରୁ ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ କେତେକ ଗାଇଡଲାଇନ ଜାରି କରାଯାଇଛି। ଓମିକ୍ରନ ଭ୍ୟାରିଆଣ୍ଟ ଦ୍ବାରା ଯେଉଁ ସ୍ଥାନରେ ସଂକ୍ରମଣ ବଢୁଛି ସେଠାରେ ସବୁ ଦିଗରେ ତୀକ୍ଷ୍ଣ ନଜର ରଖାଯିବା ସହିତ କ୍ଷେତ୍ରୀୟ ଅନୁସନ୍ଧାନ ଏବଂ ଗବେଷଣାତ୍ମକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଭୂତାଣୁ ଚିହ୍ନଟ କରାଯିବା ସବୁଠାରୁ ଗୁରୁତ୍ବପୂର୍ଣ ହୋଇଥିବା ବେଳେ ଏହାପରେ ସଂକ୍ରମଣ ଶୃଙ୍ଖଳ ଭଙ୍ଗ ପାଇଁ ପଦକ୍ଷେପ ନିଆଯିବା ଜରୁରୀ । ବିଶେଷକରି ଏହି ଭ୍ୟାରିଆଣ୍ଟର ବିଭିନ୍ନ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇ ଏହା ଉପରେ ତୁରନ୍ତ ଗବେଷଣା କରାଯିବା ଦରକାର ବୋଲି ‘ହୁ’ ପକ୍ଷରୁ କୁହାଯାଇଛି। କୌଣସି ଅଞ୍ଚଳରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେଲେ ପରବର୍ତ୍ତୀ ସମୟରେ ସଂକ୍ରମଣର ଗତି ଏବଂ ଏହାର ସମୟକୁ ନେଇ ତୁରନ୍ତ ତଜର୍ମା କରାଯିବା ଉଚିତ । ସେହିପରି ଯେଉଁମାନେ କରୋନା ଟିକା ଆଦୌ ନେଇ ନାହାନ୍ତି କିମ୍ବା ଟିକାର ସମ୍ପୂର୍ଣ୍ଣ ଡୋଜ୍ ଦିଆଯାଇନି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ‘ହୁ’ ପକ୍ଷରୁ ପରାମର୍ଶ ଦିଆଯାଇଛି ଆନ୍ତର୍ଜାତିକ ସ୍ତରରେ ଯାତ୍ରାକୁ ନେଇ ଖୁବଶୀଘ୍ର ଗାଇଡଲାଇନ ଜାରି କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଆଜି ସୁଦ୍ଧା ଏହା ୧୬ଟି ଦେଶକୁ ବ୍ୟାପିଲାଣି। ସେହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌, ଚେକ୍‌ ଗଣତନ୍ତ୍ର ଏବଂ ବ୍ରିଟେନ୍‌। ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର