ଉପଗ୍ରହ ଚିତ୍ରରୁ ଖୁଲାସା: ଅରୁଣାଚଳରେ ଚୀନର କବଜା, ଭାରତୀୟ ସୀମାର ୬କିମି ଭିତରେ ନିର୍ମାଣ ହୋଇଛି ୬୦ ଘର

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଚୀନ୍‌ର ପ୍ରବେଶକୁ ଭାରତ ସରକାର ବାରମ୍ବାର ଖଣ୍ଡନ କରି ଚାଲିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ କିରନ ରିଜିଜୁ, ସିଡିଏସ୍ ଜେନେରାଲ ବିପିନ ରାୱତ ଏପରିକି ଗୃହ ମନ୍ତ୍ରାଳୟ ମଧ୍ୟ ଅରୁଣାଚଳରେ ଚୀନ୍‌ର ଗ୍ରାମ ନିର୍ମାଣ ରିପୋର୍ଟକୁ ଖଣ୍ଡନ କରିଥିଲେ ତେବେ ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏପରି ସମୟରେ ପୁଣି ଏକ ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ଏହା […]

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଚୀନ୍‌ର ପ୍ରବେଶକୁ ଭାରତ ସରକାର ବାରମ୍ବାର ଖଣ୍ଡନ କରି ଚାଲିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ କିରନ ରିଜିଜୁ, ସିଡିଏସ୍ ଜେନେରାଲ ବିପିନ ରାୱତ ଏପରିକି ଗୃହ ମନ୍ତ୍ରାଳୟ ମଧ୍ୟ ଅରୁଣାଚଳରେ ଚୀନ୍‌ର ଗ୍ରାମ ନିର୍ମାଣ ରିପୋର୍ଟକୁ ଖଣ୍ଡନ କରିଥିଲେ ତେବେ ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏପରି ସମୟରେ ପୁଣି ଏକ ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ଏହା ସରକାରଙ୍କ ମିଛକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ରିପୋର୍ଟରେ ବିସ୍ତାରବାଦୀ ଚୀନ୍ ଭାରତୀୟ ସୀମାକୁ କବ୍‌ଜା ଜାରି କରିବା ରଖିଛି ବୋଲି କୁହାଯାଇଛି। ଉପଗ୍ରହ ଚିତ୍ରରୁ ଅରୁଣାଚଳରେ ଚୀନ୍ ନୂଆ ଏନକ୍ଲେଭ୍ ବନାଇଥିବା ଖୁଲାସା ହୋଇଛି। ଏଠାରେ ପ୍ରାୟ ୬୦ କୋଠା ଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ରିପୋର୍ଟ ଅନୁଯାୟୀ, ୨୦୧୯ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କୌଣସି ଏନକ୍ଲେଭ୍ ନ ଥିଲା । କିନ୍ତୁ ଚୀନ୍ ବର୍ଷେ ଭିତରେ ଏହାକୁ କବ୍‌ଜା କରି ନିର୍ମାଣ ଆରମ୍ଭ କରି ଦେଇଥିଲା । କିଛି ଦିନ ତୁଳେ ମଧ୍ୟ ଚୀନ୍ ଅରୁଣାଚଳର କିଛି ଅଂଶକୁ କବ୍‌ଜା କରିଥିବା ସୂଚନା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ ପୁରୁଣା କବଜାଠାରୁ ୯୩ କିମି ଦୂରରେ ନୂଆ କୋଠା ରହିଛି। ନୂଆ ଏନକ୍ଲେଭ ଭାରତୀୟ ସୀମାର ୬ କିମି ଭିତରେ ରହିଛି । ଏହି ଅଞ୍ଚଳ ଅନ୍ତର୍ଜାତୀୟ ସୀମା ଏବଂ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ମଧ୍ୟରେ ରହିଛି। ଭାରତ ଏହି ସୀମାକୁ ନିଜର ବୋଲି ଦାବି କରିଆସୁଛି। ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍‌ର ନୂଆ ଏନକ୍ଲେଭକୁ ଭାରତ ସରକାରଙ୍କ ଅନ୍‌ଲାଇନ ମ୍ୟାପ ସର୍ଭିସ ଭାରତମ୍ୟାପରେ ମଧ୍ୟ ଦେଖାଯାଇପାରିବ। ଏହାକୁ ସର୍ଭେୟର ଜେନେରାଲ ଅଫ୍ ଇଣ୍ଡିଆଙ୍କ ଅନୁଧ୍ୟାନରେ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟକୁ ନେଇ ଭାରତୀୟ ସେନା ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। ଏନକ୍ଲେଭ ଥିବା ଅଞ୍ଚଳ ଏଲଏସିର ଉତ୍ତରରେ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

19 Nov 2021 By The Sakala

ଉପଗ୍ରହ ଚିତ୍ରରୁ ଖୁଲାସା: ଅରୁଣାଚଳରେ ଚୀନର କବଜା, ଭାରତୀୟ ସୀମାର ୬କିମି ଭିତରେ ନିର୍ମାଣ ହୋଇଛି ୬୦ ଘର

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଚୀନ୍‌ର ପ୍ରବେଶକୁ ଭାରତ ସରକାର ବାରମ୍ବାର ଖଣ୍ଡନ କରି ଚାଲିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ କିରନ ରିଜିଜୁ, ସିଡିଏସ୍ ଜେନେରାଲ ବିପିନ ରାୱତ ଏପରିକି ଗୃହ ମନ୍ତ୍ରାଳୟ ମଧ୍ୟ ଅରୁଣାଚଳରେ ଚୀନ୍‌ର ଗ୍ରାମ ନିର୍ମାଣ ରିପୋର୍ଟକୁ ଖଣ୍ଡନ କରିଥିଲେ ତେବେ ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏପରି ସମୟରେ ପୁଣି ଏକ ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ଏହା ସରକାରଙ୍କ ମିଛକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ରିପୋର୍ଟରେ ବିସ୍ତାରବାଦୀ ଚୀନ୍ ଭାରତୀୟ ସୀମାକୁ କବ୍‌ଜା ଜାରି କରିବା ରଖିଛି ବୋଲି କୁହାଯାଇଛି। ଉପଗ୍ରହ ଚିତ୍ରରୁ ଅରୁଣାଚଳରେ ଚୀନ୍ ନୂଆ ଏନକ୍ଲେଭ୍ ବନାଇଥିବା ଖୁଲାସା ହୋଇଛି। ଏଠାରେ ପ୍ରାୟ ୬୦ କୋଠା ଥିବା ଅନୁମାନ କରାଯାଉଛି।

ରିପୋର୍ଟ ଅନୁଯାୟୀ, ୨୦୧୯ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କୌଣସି ଏନକ୍ଲେଭ୍ ନ ଥିଲା । କିନ୍ତୁ ଚୀନ୍ ବର୍ଷେ ଭିତରେ ଏହାକୁ କବ୍‌ଜା କରି ନିର୍ମାଣ ଆରମ୍ଭ କରି ଦେଇଥିଲା । କିଛି ଦିନ ତୁଳେ ମଧ୍ୟ ଚୀନ୍ ଅରୁଣାଚଳର କିଛି ଅଂଶକୁ କବ୍‌ଜା କରିଥିବା ସୂଚନା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ ପୁରୁଣା କବଜାଠାରୁ ୯୩ କିମି ଦୂରରେ ନୂଆ କୋଠା ରହିଛି। ନୂଆ ଏନକ୍ଲେଭ ଭାରତୀୟ ସୀମାର ୬ କିମି ଭିତରେ ରହିଛି । ଏହି ଅଞ୍ଚଳ ଅନ୍ତର୍ଜାତୀୟ ସୀମା ଏବଂ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ମଧ୍ୟରେ ରହିଛି। ଭାରତ ଏହି ସୀମାକୁ ନିଜର ବୋଲି ଦାବି କରିଆସୁଛି। ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍‌ର ନୂଆ ଏନକ୍ଲେଭକୁ ଭାରତ ସରକାରଙ୍କ ଅନ୍‌ଲାଇନ ମ୍ୟାପ ସର୍ଭିସ ଭାରତମ୍ୟାପରେ ମଧ୍ୟ ଦେଖାଯାଇପାରିବ। ଏହାକୁ ସର୍ଭେୟର ଜେନେରାଲ ଅଫ୍ ଇଣ୍ଡିଆଙ୍କ ଅନୁଧ୍ୟାନରେ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟକୁ ନେଇ ଭାରତୀୟ ସେନା ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। ଏନକ୍ଲେଭ ଥିବା ଅଞ୍ଚଳ ଏଲଏସିର ଉତ୍ତରରେ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର