ଉତ୍ତରପ୍ରଦେଶ ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’ : ଶୁଭ ଉଦ୍‌ଘାଟନ କଲେ ଅଖିଳେଶ ଯାଦବ

The Sakala Picture
Published On

ଲକ୍ଷ୍ନୌ : ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’। ଏଥିପାଇଁ ସ୍ୱତନ୍ତ୍ର ଅତର ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି । ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକ ନୂଆ ତରିକାରେ ପ୍ରସ୍ତୁତ ହୋଇଛି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଦଳ ପ୍ରତି ଅଧିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଗୋଟାଏ ଅତରର […]

ଲକ୍ଷ୍ନୌ : ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’। ଏଥିପାଇଁ ସ୍ୱତନ୍ତ୍ର ଅତର ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି । ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକ ନୂଆ ତରିକାରେ ପ୍ରସ୍ତୁତ ହୋଇଛି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଦଳ ପ୍ରତି ଅଧିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଗୋଟାଏ ଅତରର ଶୁଭାରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଲାଲ୍‌ ଓ ଶାଗୁଆ କାଚ ବୋତଲରେ ପଶିଥିବା ‘ସାମାଜବାଦୀ ଅତର’ ନାମିତ ଏହି ଅତର ୨୨ଟି ପ୍ରାକୃତିକ ସୁବାସରୁ ପ୍ରସ୍ତୁତ କରାଯାଇଛି। ଅତର ଖୋଳ ଉପରେ ଛାପା ଯାଇଛି ଅଖିଳେଶ ଯାଦବ ଏବଂ ‘ସମାଜବାଦୀ ପାର୍ଟି’ର ନିର୍ବାଚନ ସଙ୍କେତର ଛବି। ଏହି ଅତର ୨୦୨୨ ନିର୍ବାଚନରେ ତା’ର ମ୍ୟାଜିକ ଦେଖାଇବ ବୋଲି ଅଖିଲେଶ ଯାଦବ କହିଛନ୍ତି। ସେ କହିଛନ୍ତି, ଲୋକମାନେ ଯେତେବେଳେ ଏହି ସେଣ୍ଟକୁ ବ୍ୟବହାର କରିବେ ସେତେବେଳେ ସମାଜବାଦ ଅନୁଭବ କରିବେ। ସମାଜବାଦୀ ସେଣ୍ଟ ୨୦୨୨ରେ ଘୃଣାର ବିନାଶ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଏହି ଅତରକୁ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହି ଅତରରେ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ମିଳୁଥିବା ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ମିଶିଛି । ୪ଟି ସୁବାସରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଅତର ବୋତଲର ନାଁ ଥିଲା- ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କନ୍ନୌଜ। ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟକୁ ବ୍ୟବହାର କରି ୨୦୨୨ବର୍ଷରେ ଦଳୀୟ ମତଭେଦକୁ ଦୂରେଇବାକୁ ଚେଷ୍ଟା କରାଯାଉଛି ।ଏହାକୁ ବ୍ୟବହାର କଲେ ସମାଜବାଦର ସୁଗନ୍ଧ ହେବ । ଏହା ଦ୍ୱାରା ଭାଇଚାରା ମଧ୍ୟ ଅନୁଭବ ହେବ ବୋଲି କହିଛନ୍ତି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କନ୍ନୌଜ ‘ସମାଜବାଦୀ ପାର୍ଟି’ର ନେତା ତଥା ଉତ୍ତର ପ୍ରଦେଶ ‘ଏମ୍‌ଏଲ୍‌ସି’ ପୁଷ୍ପରାଜ ଜୈନ୍‌।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

09 Nov 2021 By The Sakala

ଉତ୍ତରପ୍ରଦେଶ ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’ : ଶୁଭ ଉଦ୍‌ଘାଟନ କଲେ ଅଖିଳେଶ ଯାଦବ

ଲକ୍ଷ୍ନୌ : ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’। ଏଥିପାଇଁ ସ୍ୱତନ୍ତ୍ର ଅତର ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି । ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକ ନୂଆ ତରିକାରେ ପ୍ରସ୍ତୁତ ହୋଇଛି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଦଳ ପ୍ରତି ଅଧିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଗୋଟାଏ ଅତରର ଶୁଭାରମ୍ଭ କରିଛନ୍ତି।

ଲାଲ୍‌ ଓ ଶାଗୁଆ କାଚ ବୋତଲରେ ପଶିଥିବା ‘ସାମାଜବାଦୀ ଅତର’ ନାମିତ ଏହି ଅତର ୨୨ଟି ପ୍ରାକୃତିକ ସୁବାସରୁ ପ୍ରସ୍ତୁତ କରାଯାଇଛି। ଅତର ଖୋଳ ଉପରେ ଛାପା ଯାଇଛି ଅଖିଳେଶ ଯାଦବ ଏବଂ ‘ସମାଜବାଦୀ ପାର୍ଟି’ର ନିର୍ବାଚନ ସଙ୍କେତର ଛବି। ଏହି ଅତର ୨୦୨୨ ନିର୍ବାଚନରେ ତା’ର ମ୍ୟାଜିକ ଦେଖାଇବ ବୋଲି ଅଖିଲେଶ ଯାଦବ କହିଛନ୍ତି। ସେ କହିଛନ୍ତି, ଲୋକମାନେ ଯେତେବେଳେ ଏହି ସେଣ୍ଟକୁ ବ୍ୟବହାର କରିବେ ସେତେବେଳେ ସମାଜବାଦ ଅନୁଭବ କରିବେ। ସମାଜବାଦୀ ସେଣ୍ଟ ୨୦୨୨ରେ ଘୃଣାର ବିନାଶ କରିବ ବୋଲି ସେ କହିଛନ୍ତି।

ଏହି ଅତରକୁ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହି ଅତରରେ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ମିଳୁଥିବା ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ମିଶିଛି । ୪ଟି ସୁବାସରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଅତର ବୋତଲର ନାଁ ଥିଲା- ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କନ୍ନୌଜ। ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟକୁ ବ୍ୟବହାର କରି ୨୦୨୨ବର୍ଷରେ ଦଳୀୟ ମତଭେଦକୁ ଦୂରେଇବାକୁ ଚେଷ୍ଟା କରାଯାଉଛି ।ଏହାକୁ ବ୍ୟବହାର କଲେ ସମାଜବାଦର ସୁଗନ୍ଧ ହେବ । ଏହା ଦ୍ୱାରା ଭାଇଚାରା ମଧ୍ୟ ଅନୁଭବ ହେବ ବୋଲି କହିଛନ୍ତି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କନ୍ନୌଜ ‘ସମାଜବାଦୀ ପାର୍ଟି’ର ନେତା ତଥା ଉତ୍ତର ପ୍ରଦେଶ ‘ଏମ୍‌ଏଲ୍‌ସି’ ପୁଷ୍ପରାଜ ଜୈନ୍‌।

https://www.thesakala.in/national-international/akhilesh-yadav-launches-samajwadi-party-perfume/article-6719
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର