ବିଜେପିକୁ ଝଟ୍‌କା : ଟିଏମସିରେ ସାମିଲ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

The Sakala Picture
Published On

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଲାଗିଛି ଏକ ବଡ ଝଟକା। ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଆଜି ମମତା ବାନାର୍ଜୀଙ୍କ ଦଳ ତୃଳମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମମନ୍ତ୍ରୀ ଥିବା ସମୟରେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଶନିବାର ବିଧିବଦ୍ଧ ଭାବେ ଟିଏମ୍‌ସିରେ  ଯୋଗଦେଇଛନ୍ତି । #Kolkata: Former BJP leader Yashwant Sinha arrives […]

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଲାଗିଛି ଏକ ବଡ ଝଟକା। ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଆଜି ମମତା ବାନାର୍ଜୀଙ୍କ ଦଳ ତୃଳମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମମନ୍ତ୍ରୀ ଥିବା ସମୟରେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଶନିବାର ବିଧିବଦ୍ଧ ଭାବେ ଟିଏମ୍‌ସିରେ  ଯୋଗଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଟିଏମସି ଭବନରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଯଶବନ୍ତ ସିହ୍ନା କହିଛନ୍ତି ଯେ ତାଙ୍କର ଏହି ନିଷ୍ପତ୍ତିରେ ଜନତା ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସେ ଦଳ ରାଜନୀତିରୁ ଅଲଗା ହୋଇଯାଇଥିଲେ। କିନ୍ତୁ ଆଜି ଦେଶର ମୂଲ୍ୟବୋଧ ସଙ୍କଟରେ ଅଛି ଏବଂ ତାର ଅନୁପାଳନ ହେଉନି। ଗଣତନ୍ତ୍ରର ଶକ୍ତି ଆମ ସଂସ୍ଥାରେ ନିହିତ। କିନ୍ତୁ ଆଜି ସଂସ୍ଥା ଦୁର୍ବଳ ହୋଇପଡିଛି। ଏଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ଅଛନ୍ତି।

ଯଶବନ୍ତ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଦେଶ ଏବେ ଅଦ୍ଭୁଦପୂର୍ବ ସମସ୍ୟା ଦେଇ ଗତି କରୁଛି । ଗଣତନ୍ତ୍ର ଏବେ ଦୁର୍ବଳ ହୋଇ ପଡିଛି । ଆଇନ ବ୍ୟବସ୍ଥାଠୁ ସବୁ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି ବୋଲି ସେ ଏହି ଅବସରରେ କହିଛନ୍ତି । ସେହିପରି ଅଟଳଜୀଙ୍କ ବିଜେପି ଓ ଏବେର ବିଜେପି ମଧ୍ୟରେ ଆକାଶ ପାତାଳ ଫରକ ଥିବା ଯଶବନ୍ତ କହିଛନ୍ତି । ଅନ୍ୟପଟେ ଅକାଳୀ, ବିଜେଡି ପରି ଦଳ ଏନଡିଏରୁ ଛାଡିଯାଇଛନ୍ତି । ବିଜେପି ସହିତ ଏବେ କେହି ନାହାଁନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ ଏବେ ସମୟ ଆସିଛି ସମସ୍ତେ ମିଶି ବିଜେପି ସରକାର ବିରୋଧରେ ଲଢେଇ କରିବା ବୋଲି ଯଶୋବନ୍ତ କହିଛନ୍ତି ।

ସୂଚନାଥାଉକି, ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୮ଟି ପର୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ ୨ ତାରିଖରେ ଗଣତି ହେବ ।

13 Mar 2021 By The Sakala

https://www.thesakala.in/national-international/former-bjp-leader-yashwant-sinha-joins-trinamool-congress-ahead-of-west-bengal-assembly-elections/article-669
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର