କେନ୍ଦ୍ରକୁ କଟାକ୍ଷ କଲେ ରାହୁଲ ଗାନ୍ଧୀ; ‘ପଛ ଗିଅରରେ ଚାଲିଛି ମୋଦୀଙ୍କ ବିକାଶ ଗାଡ଼ି’

The Sakala Picture
Published On

ନୂଆଦିଲ୍ଲୀ: ତୈଳ ଦର ଏବଂ ରୋଷେଇ ଗ୍ୟାସ ମୂଲ୍ୟବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୱାୟନାଡ ସାଂସଦ ଶନିବାର ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ବିକାଶ ଗାଡ଼ି ପଛ ଗିଅରରେ ଚାଲିଛି ଏବଂ ଏହା ବ୍ରେକ ଫେଲ୍ ହୋଇଯାଇଛି। ଏକ ଖବରକାଗଜ ଆଧାରରେ ଏଲପିଜି ମୂଲ୍ୟ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ ପରିବାର ପୁଣି ଚୁଲି ଫୁଙ୍କିବାକୁ ବାଧ୍ୟ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଟ୍ଵିଟ କରି […]

ନୂଆଦିଲ୍ଲୀ: ତୈଳ ଦର ଏବଂ ରୋଷେଇ ଗ୍ୟାସ ମୂଲ୍ୟବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୱାୟନାଡ ସାଂସଦ ଶନିବାର ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ବିକାଶ ଗାଡ଼ି ପଛ ଗିଅରରେ ଚାଲିଛି ଏବଂ ଏହା ବ୍ରେକ ଫେଲ୍ ହୋଇଯାଇଛି। ଏକ ଖବରକାଗଜ ଆଧାରରେ ଏଲପିଜି ମୂଲ୍ୟ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ ପରିବାର ପୁଣି ଚୁଲି ଫୁଙ୍କିବାକୁ ବାଧ୍ୟ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଟ୍ଵିଟ କରି କହିଛନ୍ତି ଯେ ବିକାଶକୁ ନେଇ ବାସ୍ତବତା ବହୁଦୂରରେ ରହିଛି, ଲକ୍ଷ ଲକ୍ଷ ପରିବାର ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି | ମୋଦୀଜୀଙ୍କ ବିକାଶ ଗାଡ଼ି ରିଭର୍ସ ଗିଅରରେ ଚାଲିଛି ଏବଂ ବ୍ରେକ ମଧ୍ୟ ଫେଲ୍‌ ହୋଇଯାଇଛି। ରାହୁଲ ଯେଉଁ ଖବରକାଗଜ ରିପୋର୍ଟ ଉଲ୍ଲେଖ କରିଛନ୍ତି ସେଥିରେ କୁହାଯାଇଛି ଯେ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁଁ ୪୨ ପ୍ରତିଶତ ପରିବାର ପୁଣି ଚୁଲିଜାଳି ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରାହୁଲ କେନ୍ଦ୍ରକୁ କଟାକ୍ଷ କରି କହିଥିଲେ ଯେ ପେଟ୍ରୋଲ ମୂଲ୍ୟରେ ଟିକସ ଡକାୟତି ବଢିବାରେ ଲାଗିଛି । ଯଦି କେଉଁଠାରେ ନିର୍ବାଚନ ହୁଏ ତେବେ କିଛିଟା ଆଶ୍ବସ୍ତି ମିଳିପାରେ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର