ଖାଉଟିଙ୍କ ପାଇଁ ଖୁସି ଖବର; ପେଟ୍ରୋଲ-ଡିଜେଲ୍ ପରେ ଶସ୍ତା ହେଲା ଖାଇବା ତେଲଦର
ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଖୁସିଖବର । ଖାଇବା ତେଲଦରରୁ ଏବେ ଖାଉଟିଙ୍କୁ ମିଳିବ ଆସ୍ୱସ୍ତି । ଶସ୍ତା ହେବ ଖାଇବା ତେଲ । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଖାଇବା ତେଲ […]
ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଖୁସିଖବର । ଖାଇବା ତେଲଦରରୁ ଏବେ ଖାଉଟିଙ୍କୁ ମିଳିବ ଆସ୍ୱସ୍ତି । ଶସ୍ତା ହେବ ଖାଇବା ତେଲ । ତେଲ ଦାମର ରାହାଜାନି ଭିତରେ ସାଧାରଣ ଗରିବୀ, ଖଟିଖିଆ ଖାଉଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ବଜାରକୁ ଗଲେ ତେଲ ନକିଣି ଫେରୁଥିଲେ ଖାଉଟି । ପ୍ରଥମେ ପେଟ୍ରୋଲ, ଡ଼ିଜେଲରୁ ସେସ କମାଇବା ପରେ ଏବେ ଖାଇବା ତେଲ ଦାମ କମ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବା ପରେ ଖାଇବା ତେଲଦର ହ୍ରାସ ପାଇବ ବୋଲି ସୂଚନା ମିଳିଛି ।
ଖାଇବା ତେଲରୁ ସେସ୍ କମାଇଛି କେନ୍ଦ୍ର । ଯହାଦ୍ୱାରା ସନଫ୍ଲାଓ୍ବାର, ପାମ୍, ସୋୟାବିନ୍ ତେଲ ଆଦି ଖାଇବା ତେଲ ଦାମ କମ ହୋଇଛି । ଏପରି ସ୍ଥିତିରେ ଖାଉଟି ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିଛନ୍ତି । ଦୁଇ ଦିନତଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ । ସେପଟେ ଓଡ଼ିଶା ସରକାର ମଧ୍ୟ ଡିଜେଲ ଏବଂ ପେଟ୍ରୋଲରୁ ୩ ଟଙ୍କା ଲେଖାଏଁ ଭାଟ ଛାଡ଼ କରିଛନ୍ତି । ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ କେନ୍ଦ୍ର ସରକାର କୃଷି ସେସ୍ ୫ ପ୍ରତିଶତକୁ ହ୍ରାସ ପାଇଛି । ଯାହା ଫଳରେ ବିଭିନ୍ନ ତେଲଦର ଲିଟର ପିଛା ଦାମ ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି ।