ଭାରତର କରୋନା ଟିକା କୋଭାକ୍ସିନକୁ ମିଲିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି
ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି । ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ […]
ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି ।
ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି। କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ତେବେ ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବହୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇସାରିଛି।
Bharat Biotech's Covaxin gets WHO approval for Emergency Use Listing (EUL) pic.twitter.com/zLxcCGYBI2
— ANI (@ANI) November 3, 2021
କୋଭାକ୍ସିନକୁ ସ୍ୱୀକୃତି ମିଳିବା ପୂର୍ବରୁ ମୋଟ ୭ଟି ଟିକାକୁ ଇୟୁଏଲ ମିଳିସାରିଛି। ଏଥିରେ ଆମେରିକାର ୨ଟି ମଡର୍ଣ୍ଣା ଏବଂ ଫାଇଜର-ବାୟୋନଟେକ ସାମିଲ ରହିଛି। ଏହା ବ୍ୟତୀତ ଅଷ୍ଟ୍ରାଜେନେକା-ଏସକେ ବାୟୋ/ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର କୋଭିସିଲ୍ଡ , ଜନସନ ଆଣ୍ଡ ଜନସନ- ଜାନସେନ ଏବଂ ଚୀନର ସିନୋଭାକ୍ ଓ ସିନୋଫାର୍ମ ଟିକାକୁ ଅନୁମତି ମିଳିଛି। ‘ହୁ’ ଅନୁମୋଦନ ଲାଭ କରିବାରେ ଏହି ସବୁ ଟିକା ପାଇଁ କୌଣସି ସମସ୍ୟା ହୋଇନଥିଲା। ଫାଇଜରକୁ ୬ ସପ୍ତାହ, ମଡର୍ଣ୍ଣାକୁ ୯ ସପ୍ତାହ ଏବଂ ବ୍ରିଟେନର ଅଷ୍ଟ୍ରାଜେନେକାକୁ ୯ ସପ୍ତାହରେ ଇୟୁଏଲ ମିଳିଥିଲା