୨୧ରେ ପୃଥିବୀର ନିକଟବର୍ତ୍ତୀ ହୋଇପାରେ ବୃହତ ଉଲ୍‌କାପିଣ୍ଡ- ନାସା

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ମାସ ୨୧ ତାରିଖରେ ଏକ ବୃହତ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହୋଇପାରେ ବୋଲି ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପକ୍ଷରୁ ସୂଚନା ଦିଆଯାଇଛି। ୨୧ ତାରିଖ ସକାଳ ୪ଟାରେ ଏହା ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ। ବର୍ତ୍ତମାନ ସୁଦ୍ଧା ପୃଥିବୀ ନିକଟତର ହୋଇଥÒବା ସମସ୍ତ ଉଲକାପିଣ୍ଡ ତୁଳନାରେ ଏହି ଉଲକାପିଣ୍ଡର ଆକାର ସବୁଠାରୁ ବଡ଼ ବୋଲି କୁହାଯାଇଥÒବା ବେଳେ ଏହା ବିଶ୍ବର ସବୁଠୁ ଉଚ୍ଚ ଅଟ୍ଟାଳିକା ତଥା ଦୁବାଇସ୍ଥିତ ବୁର୍ଜ […]

ନୂଆଦିଲ୍ଲୀ: ଚଳିତ ମାସ ୨୧ ତାରିଖରେ ଏକ ବୃହତ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହୋଇପାରେ ବୋଲି ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପକ୍ଷରୁ ସୂଚନା ଦିଆଯାଇଛି। ୨୧ ତାରିଖ ସକାଳ ୪ଟାରେ ଏହା ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ। ବର୍ତ୍ତମାନ ସୁଦ୍ଧା ପୃଥିବୀ ନିକଟତର ହୋଇଥÒବା ସମସ୍ତ ଉଲକାପିଣ୍ଡ ତୁଳନାରେ ଏହି ଉଲକାପିଣ୍ଡର ଆକାର ସବୁଠାରୁ ବଡ଼ ବୋଲି କୁହାଯାଇଥÒବା ବେଳେ ଏହା ବିଶ୍ବର ସବୁଠୁ ଉଚ୍ଚ ଅଟ୍ଟାଳିକା ତଥା ଦୁବାଇସ୍ଥିତ ବୁର୍ଜ ଖଲିଫା ବିଲ୍ଡିଂର ଦ୍ୱିଗୁଣ ହେବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ପୃଥିବୀ ପାଖ ଦେଇ ଗତି କରିବ ଏବଂ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି। ଏହା ୧.୨୫ ମିଲିୟନ ମାଇଲ ଦୂରରେ ଅତିକ୍ରମ କରିବ ।ଯାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ରହିଥିବା ଦୂରତାର ୫.୨୫ ଗୁଣ ଅଧିକ। ଏହାକୁ ଟେଲିସ୍କୋପ ମାଧ୍ୟମରେ ମାର୍ଚ୍ଚ ୨୧ ତାରିଖରେ ସୂର୍ଯ୍ୟାସ୍ତ ପରେ ଦେଖିହେବ । ଏହାର ନାମକରଣ ଆଷ୍ଟ୍ରୋଏଡ୍ ଏଫଓ ୩୨ କରାଯାଇଛି ଏବଂ ବୈଜ୍ଞାନିକମାନେ ଏହି ଉଲକାପିଣ୍ଡ ସମ୍ପର୍କରେ ଅତି ନିକଟରୁ ଅନୁସନ୍ଧାନ କରୁଛନ୍ତି । ଏହାକୁ ୨୦ ବର୍ଷ ପୂର୍ବରୁ ଆବିଷ୍କାର କରାଯାଇଥିଲା । ଏହି ଉଲକାପିଣ୍ଡ ଘଣ୍ଟା ପ୍ରତି ୭୭୦୦୦ ମାଇଲ୍ ବେଗରେ ଗତି କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର