ଭୁଷୁଡିଲା ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା: ୬ମୃତ, ୧୦୦ରୁ ଅଧିକ ନିଖୋଜ
ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୬ଜଣଙ୍କ ମୃତ୍ଯୁ ଘଟିଛି । ଏହି କୋଠା ତଳେ ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇ ରହିଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଶ୍ରମିକ ମାନଙ୍କୁ ଖୋଜି ଖୋଜି ଆରମ୍ଭ କରାଯାଇଛି। ସେପଟେ ଲାଗୋସ ସରକାର କହିଛନ୍ତି ଯେ, ଏହା ଏକ ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଥିଲା। […]
ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୬ଜଣଙ୍କ ମୃତ୍ଯୁ ଘଟିଛି । ଏହି କୋଠା ତଳେ ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇ ରହିଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଶ୍ରମିକ ମାନଙ୍କୁ ଖୋଜି ଖୋଜି ଆରମ୍ଭ କରାଯାଇଛି।
ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'
ସେପଟେ ଲାଗୋସ ସରକାର କହିଛନ୍ତି ଯେ, ଏହା ଏକ ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଥିଲା। ଏହା ତିଆରି ଚାଲୁଥିବା ସମୟରେ ଏପରି ଅଘଟଣ ଘଟିଛି । ହେଲେ ଏହି କୋଠା ଭୁଷୁଡିବା ସମୟରେ ନିକଟରେ ଥିବା ଅନ୍ୟ ବିଲ୍ଡିଂ ଗୁଡିକର କୌଣସି କ୍ଷତି ହୋଇନଥିବା ଜଣା ପଡ଼ିଛି।






