ବ୍ଲାକ୍ ଫଙ୍ଗସରେ ପତ୍ନୀଙ୍କ ମୃତ୍ୟୁକୁ ସହି ନ ପାରି ୪ ପିଲାଙ୍କ ସହ ଆତ୍ମହତ୍ୟା କଲେ ପୂର୍ବତନ ସେନାଧିକାରୀ

The Sakala Picture
Published On

କର୍ଣ୍ଣାଟକ: ବ୍ଲାକ୍ ଫଙ୍ଗସ ରୋଗରେ ଚାଲିଗଲା ପତ୍ନୀଙ୍କ ଜୀବନ । ପତ୍ନୀଙ୍କ ମୃତ୍ୟୁର ଦୁଃଖକୁ ସହିପାରିଲେନି ପୂର୍ବତନ ସେନାଧିକାରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ନିଜ ୪ ପିଲାଙ୍କ ସହ ନିଜେ ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲାର ହୁବେଇ ଅଞ୍ଚଳରେ। ସୂଚନା ଅନୁସାରେ, ୪୬ ବର୍ଷୀୟ ପୂର୍ବତନ ସେନାଧିକାରୀ ଗୋପାଳ ହାଦିମାନି ଏବଂ ତାଙ୍କର ଚାରି ପିଲା- […]

କର୍ଣ୍ଣାଟକ: ବ୍ଲାକ୍ ଫଙ୍ଗସ ରୋଗରେ ଚାଲିଗଲା ପତ୍ନୀଙ୍କ ଜୀବନ । ପତ୍ନୀଙ୍କ ମୃତ୍ୟୁର ଦୁଃଖକୁ ସହିପାରିଲେନି ପୂର୍ବତନ ସେନାଧିକାରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ନିଜ ୪ ପିଲାଙ୍କ ସହ ନିଜେ ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲାର ହୁବେଇ ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୂଚନା ଅନୁସାରେ, ୪୬ ବର୍ଷୀୟ ପୂର୍ବତନ ସେନାଧିକାରୀ ଗୋପାଳ ହାଦିମାନି ଏବଂ ତାଙ୍କର ଚାରି ପିଲା- ସୌମ୍ୟା, ଶ୍ୱେତା, ସାକ୍ଷୀ ଏବଂ ଶ୍ରୀଜନ ଶୁକ୍ରବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଶନିବାର ଦିନ ପରିବାର ପକ୍ଷରୁ ଡେରି ଯାଏଁ କୌଣସି ଗତିବିଧି ନଥିବା ବେଳେ ପଡୋଶୀମାନେ ପୋଲିସ ଓ ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ୫ଜଣଙ୍କ ମୃତଦେହ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ପୋଲିସର ସୂଚନାନୁସାରେ, ଚଳିତ ବର୍ଷ ଜୁଲାଇ ୬ କୋଭିଡ ସମୟରେ ବ୍ଲାକ ଫଙ୍ଗସ୍ ରୋଗରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏହି ବ୍ୟକ୍ତି ଅବସାଦଗ୍ରସ୍ତ ହୋଇଥିଲେ । ସେବେଠୋରୁ ପରିବାରର ଅନ୍ୟ ସଦସ୍ୟମାନେ ଭାଙ୍ଗିପଡିଥିଲେ। ପ୍ରତିଦିନ ସେନାଧିକାରୀ ତାଙ୍କ ପତ୍ନୀଙ୍କୁ ମାନେ ପକାଉଥିଲେ। ପିଲାମାନେ ମଧ୍ୟ ମା’କୁ ମନେ ପକାଇ କାନ୍ଦୁଥିଲେ। ଶେଷରେ ଅସହ୍ୟ ହେବାରୁ ସେମାନେ ମାନସିକ ଭାରସାମ୍ୟ ହରାଇ ଏପରି ଚରମ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର