ସାବଧାନ! ପିଆଜ ଖାଇବାରୁ ବ୍ୟାପୁଛି ରୋଗ

The Sakala Picture
Published On

ୱାଶିଂଟନ: ଆମେରିକାର ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅଧିକାଂଶ ଶିଶୁ ଏବଂ ବଯସ୍କ ଏଥିରେ ଆକ୍ରାନ୍ତ ହେଉଛନ୍ତି। ପିଆଜ ଖାଇବା ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ଏହି ସଂକ୍ରମଣକୁ ଦେଖି ଆମେରିକା ଖାଦ୍ୟ ଏବଂ ଡ୍ରଗ୍ସ ପ୍ରଶାସନ(ଏଫ୍‌ଡିଏ) ଲୋକଙ୍କୁ ଘରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜ ଫୋପାଡି ଦେବାକୁ କହିଛି। ଏଫ୍‌ଡିଏ ଅନୁଯାୟୀ ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିରେ ୬୫୨ ଲୋକ ସଂକ୍ରମିତ ହୋଇଥିବାବେଳେ ୧୨୯ […]

ୱାଶିଂଟନ: ଆମେରିକାର ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅଧିକାଂଶ ଶିଶୁ ଏବଂ ବଯସ୍କ ଏଥିରେ ଆକ୍ରାନ୍ତ ହେଉଛନ୍ତି। ପିଆଜ ଖାଇବା ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ଏହି ସଂକ୍ରମଣକୁ ଦେଖି ଆମେରିକା ଖାଦ୍ୟ ଏବଂ ଡ୍ରଗ୍ସ ପ୍ରଶାସନ(ଏଫ୍‌ଡିଏ) ଲୋକଙ୍କୁ ଘରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜ ଫୋପାଡି ଦେବାକୁ କହିଛି। ଏଫ୍‌ଡିଏ ଅନୁଯାୟୀ ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିରେ ୬୫୨ ଲୋକ ସଂକ୍ରମିତ ହୋଇଥିବାବେଳେ ୧୨୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କେହି ପ୍ରାଣ ଲାଗିଛି ହରାଇନାହାନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମେ’ ୩୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଫ୍‌ଡିଏ ଅନୁଯାୟୀ ଛିହୁଆହୁଆ, ମେକ୍ସିକୋ ଆଦିରୁ ଆମଦାନୀ ହେଉଥିବା ପିଆଜ ଯୋଗୁଁ ଏହି ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି। ଆମେରିକାର ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ(ସିଡିସି) ଷ୍ଟିକର ଲାଗି ନ ଥିବା, ପ୍ୟାକେଟରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜକୁ ତୁରନ୍ତ ଫୋପାଡି ଦେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି। କଞ୍ଚା ପିଆଜ କିମ୍ବା ଏହା ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ଖାଇଥିବା ଯୋଗୁଁ ଅସୁସ୍ଥ ହୋଇଛନ୍ତି ବୋଲି ୭୫ ପ୍ରତିଶତ ଲୋକ କହିଛନ୍ତି। ଟେକ୍ସାସ ଏବଂ ଓକଲାହୋମ ରାଜ୍ୟରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସାଲମୋନେଲା ଏକ ବ୍ୟାକ୍ଟେରିଆ ଜନିତ ରୋଗ । ସାଧାରଣତଃ ଏହା ଗ୍ୟାଷ୍ଟ୍ରୋନୋମିକାଲ୍ ରୋଗ ସୃଷ୍ଟି କରିଥାଏ । ଏହି ଜୀବାଣୁ ଯୋଗୁଁ ଅସୁସ୍ଥ ଥିବା ଲୋକମାନଙ୍କଠାରେ ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ଏହାର ଲକ୍ଷଣ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେକୌଣସି ସମୟରେ ଦେଖାଯାଏ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର