କେରଳରେ ବର୍ଷା ବିତ୍ପାତ: ୨୧ ମୃତ , ୨୦ ନିଖୋଜ

The Sakala Picture
Published On

କେରଳରେ ବର୍ଷା ବିତ୍ପାତ। କେରଳର ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାନୁସାରେ, ଆଜି କୋକ୍କାୟାରରେ ଭୂସ୍ଖଳନ ପରେ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ରାଜ୍ୟରେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଏବଂ ୮ଜଣ ଇଡୁକିର ବୋଲି ଜଣାପଡ଼ିଛି। #WATCH | Kerala: Parts of the state continue to experience rainfall and wind. […]

କେରଳରେ ବର୍ଷା ବିତ୍ପାତ। କେରଳର ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାନୁସାରେ, ଆଜି କୋକ୍କାୟାରରେ ଭୂସ୍ଖଳନ ପରେ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ରାଜ୍ୟରେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଏବଂ ୮ଜଣ ଇଡୁକିର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

କେରଳର ବନ୍ଯା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ଯମନ୍ତ୍ରୀ ପିନାରାଇ ବିଜୟନଙ୍କସହ କଥା ହୋଇଛନ୍ତି। ପ୍ରବଳ ବର୍ଷା ଓ ଭୂସ୍ଖଳନ ପରେ ପରିସ୍ଥିତି ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ। ଆହତ ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ଗ୍ରାଉଣ୍ଡରେ କାମ ଚାଲିଛି  ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି। ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି । କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ କିଛି ଲୋକ ପ୍ରାଣ ହରାଇଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ  ସମବେଦନା ଜଣାଇଛନ୍ତି।

ଉଦ୍ଧାର କାର୍ଯ୍ଯ ଜାରି ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାତନମଥିଟ୍ଟା, କୋଟାୟାମ, ଏନାର୍କୁଲମ, ଇଡୁକି, ତ୍ରୀସୁର ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ତିରୁବନନ୍ତପୁରମ୍, କୋଲମ, ଆଲାପୁଜା, ପାଲକ୍କଡ, ମାଲାପୁରାମ, କୋଝିକୋଡ ଏବଂ ୱାୟନାଡ ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

କେରଳ ସିଏମ ପିନାରାଇ ବିଜୟନ୍‌ ଏହି ପରିସ୍ଥିତିକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି। “ବର୍ଷା ବିତ୍ପାତକୁ ନେଇ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସାରା ରାଜ୍ୟରେ ୧୦୫ ରିଲିଫ୍ କ୍ୟାମ୍ପ ର ଆୟୋଜନ କରାଯାଇଛି ଏବଂ ଅଧିକ କ୍ୟାମ୍ପ ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି ଯେ ସରକାର କେରଳର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

17 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର