ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ: ସର୍ବଭାରତୀୟ ସ୍ତରରେ ମୃଦୁଲ ଅଗ୍ରୱାଲ ଟପ୍ପର, ଝିଅଙ୍କ ଭିତରେ କାବ୍ୟା ଚୋପ୍ରା

The Sakala Picture
Published On

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ପରୀକ୍ଷାରେ ମୃଦୁଲ ଅଗ୍ରୱାଲଙ୍କ କୃତିତ୍ୱ ଲାଭ କରିଛନ୍ତି । ସବୁଠୁ ଅଧିକ ନମ୍ବର ରଖି ଅଲ ଇଣ୍ଡିଆ ଟପ୍ପ ହୋଇଛନ୍ତି ଜୟପୁରର ମୃଦୁଲ । ଏହାଛଡ଼ା ସେ ଜେଇଇ ଆଡଭାନ୍ସ ପରୀକ୍ଷାରେ ୩୪୮ ନମ୍ବର ରଖି ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି । ସେହିପରି ଝିଅଙ୍କ ଭିତରେ ଆଇଆଇଟି ଦିଲ୍ଲୀର କାବ୍ୟା ଚୋପ୍ରା ଟପ୍‌ କରିଛନ୍ତି। ସେ ୩୬୦ରୁ ୨୮୬ ନମ୍ବର ରଖିଛନ୍ତି। ସୂଚନା ଅନୁସାରେ, ସମୁଦାୟ ୩୬୦ରୁ ୩୪୮ ନମ୍ବର ଅର୍ଥାତ୍ […]

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ପରୀକ୍ଷାରେ ମୃଦୁଲ ଅଗ୍ରୱାଲଙ୍କ କୃତିତ୍ୱ ଲାଭ କରିଛନ୍ତି । ସବୁଠୁ ଅଧିକ ନମ୍ବର ରଖି ଅଲ ଇଣ୍ଡିଆ ଟପ୍ପ ହୋଇଛନ୍ତି ଜୟପୁରର ମୃଦୁଲ । ଏହାଛଡ଼ା ସେ ଜେଇଇ ଆଡଭାନ୍ସ ପରୀକ୍ଷାରେ ୩୪୮ ନମ୍ବର ରଖି ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି । ସେହିପରି ଝିଅଙ୍କ ଭିତରେ ଆଇଆଇଟି ଦିଲ୍ଲୀର କାବ୍ୟା ଚୋପ୍ରା ଟପ୍‌ କରିଛନ୍ତି। ସେ ୩୬୦ରୁ ୨୮୬ ନମ୍ବର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ସୂଚନା ଅନୁସାରେ, ସମୁଦାୟ ୩୬୦ରୁ ୩୪୮ ନମ୍ବର ଅର୍ଥାତ୍ ୯୬.୬୬ ପ୍ରତିଶତ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି ମୃଦୁଲ। ପୂର୍ବରୁ ମୃଦୁଲ ଜେଇଇ ମେନ୍ ପରୀକ୍ଷାରେ ମଧ୍ୟ ଟପ୍ କରିଥିଲେ । ଜେଇଇ ଆଡଭାନ୍ସରେ ଅଲ ଇଣ୍ଡିଆ ଟପ୍ କରିଥିବା ମୃଦୁଲ ଓଓଞ ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଇଚ୍ଛା ରଖିଛନ୍ତି । ମୃଦୁଲ ଜୟପୁରର ମୂଳ ବାସିନ୍ଦା । ତାଙ୍କ ବାପା ପ୍ରଦୀପ ଅଗ୍ରଓ୍ବାଲ ଏକ ପ୍ରାଇଭେଟ ଫାର୍ମରେ ଆକାଉଣ୍ଟସ ମ୍ୟାନେଜର ଭାବେ କାର୍ଯ୍ଯକରନ୍ତି । ମାଆ ଜଣେ ଗୃହିଣୀ । ପାଠପଢ଼ାରେ ମାଆ ଓ ଶିକ୍ଷକମାନେ ବହୁ ସାହାଯ୍ୟ କରନ୍ତି ବୋଲି ମୃଦୁଲ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

 

ଆହୁରି ପଢ଼ନ୍ତୁ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ସେପ୍ଟେମ୍ବର ୨୩ରେ ସୋନମ ୱାଙ୍ଗଚୁକ୍‌ଙ୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର