ପଡୁନି ସ୍ୱଚ୍ଛ ଭାରତ ମିଶନର ପ୍ରଭାବ; ପାନଛେପ ପାଇଁ ରେଳବାଇ ବର୍ଷକୁ ଖର୍ଚ୍ଚ କରୁଛି ୧୨ ହଜାର କୋଟି

The Sakala Picture
Published On

ନୂଆଦିଲ୍ଲୀ: ସାରା ଦେଶରେ ସ୍ୱଚ୍ଛତା ବଜାୟ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୪ରେ ଆରମ୍ଭ କରିଥିଲେ ସ୍ବଚ୍ଛଭାରତ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଏହାର ସୁପ୍ରଭାବ ଏବଂ ସୂଦୁରପ୍ରସାରୀ ଫଳାଫଳକୁ ନେଇ ଦେଶବାସୀଙ୍କୁ ଆହ୍ବାନ କରିଥିଲେ । ଏହି ଅଭିଯାନ ଆରମ୍ଭ ହେବାର ୬ ବର୍ଷ ଅତିକ୍ରମ କରିଥିଲା ବେଳେ ଗାଁ ଗହଳି ଠାରୁ ଆରମ୍ଭ କରି ସହର ଏବଂ ରେଳ ଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହି ଅଭିଯାନ […]

ନୂଆଦିଲ୍ଲୀ: ସାରା ଦେଶରେ ସ୍ୱଚ୍ଛତା ବଜାୟ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୪ରେ ଆରମ୍ଭ କରିଥିଲେ ସ୍ବଚ୍ଛଭାରତ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଏହାର ସୁପ୍ରଭାବ ଏବଂ ସୂଦୁରପ୍ରସାରୀ ଫଳାଫଳକୁ ନେଇ ଦେଶବାସୀଙ୍କୁ ଆହ୍ବାନ କରିଥିଲେ । ଏହି ଅଭିଯାନ ଆରମ୍ଭ ହେବାର ୬ ବର୍ଷ ଅତିକ୍ରମ କରିଥିଲା ବେଳେ ଗାଁ ଗହଳି ଠାରୁ ଆରମ୍ଭ କରି ସହର ଏବଂ ରେଳ ଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଜରିଆରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ବିପୁଳ ବ୍ୟୟ ମଧ୍ୟ କରାଯାଉଛି। ହେଲେ ଏବେ ବି ଅନେକ ଲୋକଙ୍କ ଉପରେ ଏହି ଅଭିଯାନ କୌଣସି ପ୍ରଭାବ ସୃଷ୍ଟି କରିପାରି ନାହିଁ ବୋଲି ପ୍ରମାଣିତ ହୋଇଛି। ରେଳ ଏବଂ ରେଳ ଷ୍ଟେସନରେ ପାନ ଓ ଗୁଟଖା ଛେପ ସଫା କରିବାକୁ ରେଳବାଇ ବର୍ଷକୁ ୧୨ ହଜାର କୋଟି ଟଙ୍କା ବ୍ୟୟ କରୁଥିବା ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ସ୍ୱଚ୍ଛତା ଅଭିଯାନ ପ୍ରତି ଲୋକ କେତେ ସଚେତନ ତାହା ଜଣାପଡ଼ିଛି । ରେଳ ଷ୍ଟେସନ ଏବଂ ରେଳଗାଡିରେ ସ୍ଵଚ୍ଛତା ରକ୍ଷା କରୁ ନଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡ ବିଧାନ କରାଯାଇଛି। ପ୍ରତ୍ୟେକ ଦିନ ଅନେକ ଲୋକ ପାନ କିମ୍ବା ଗୁଟଖା ଛେପ ଏଣେ ତେଣେ ପକାଇ ଦଣ୍ଡିତ ମଧ୍ୟ ହେଉଛନ୍ତି। ତାହା ସତ୍ତ୍ବେ ମଧ୍ୟ ଅନେକ ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ଏବଂ ସେମାନେ ନୀତିଗତ ଭାବେ ଏଭଳି ଅଭ୍ୟାସ ଜାରି ରଖିଛନ୍ତି। କିନ୍ତୁ ରେଳ ଷ୍ଟେସନ ଏବଂ ରେଳଗାଡି ପରିସରକୁ ସଫା ରଖିବାକୁ ରେଳବାଇ ବିଭାଗକୁ ପର୍ଯ୍ୟାପ୍ତ ବ୍ୟୟ କରିବାକୁ ପଡ଼ୁଛି। ବିଶେଷକରି କରୋନା କାଳରେ ପ୍ରତ୍ୟେକ ପରିସରରେ ସ୍ବଚ୍ଛତା ବଜାୟ ରଖିବାକୁ ରେଳବାଇ ଉଦ୍ୟମ କରୁଥିବା ବେଳେ ପାନ ଛେପ ସଫା କରିବାକୁ ବର୍ଷକରେ ୧୨ ହଜାର କୋଟି ଟଙ୍କା ବ୍ୟୟ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଏଭଳି ଅଯଥା ବ୍ୟୟକୁ ରୋକିବା ଏବଂ ଅମାନିଆଙ୍କ ଅଭ୍ୟାସ ବଦଳାଇବା ଉଦ୍ଦେଶ୍ୟରେ ରେଳବାଇ ପକ୍ଷରୁ ଅନ୍ୟ ଏକ ଯୋଜନା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ରେଳ ଷ୍ଟେସନରେ ପାନ କିମ୍ବା ଗୁଟଖା ଛେପ ପକାଇବା ପାଇଁ ସ୍ବତନ୍ତ୍ର ଭାବେ କିଓସ୍କ ଖୋଲାଯିବ। ଯେଉଁଥିରେ ୫ ଟଙ୍କାର ୧୦ ଟଙ୍କା ମଧ୍ୟରେ ପାନ ଖାଉଥିବା ଲୋକଙ୍କୁ ପାଉଚ୍ ଯୋଗାଇ ଦିଆଯିବ। ସେମାନେ ଏଣେ ତେଣେ ଛେପ ନପକାଇ ଏହି ପାଉଚରେ ଛେପ ପକାଇବେ। ପ୍ରଥମେ ଦେଶର ୪୨ଟି ଷ୍ଟେସନରେ ଏହି କିଓସ୍କ ଆରମ୍ଭ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

12 Oct 2021 By The Sakala

ପଡୁନି ସ୍ୱଚ୍ଛ ଭାରତ ମିଶନର ପ୍ରଭାବ; ପାନଛେପ ପାଇଁ ରେଳବାଇ ବର୍ଷକୁ ଖର୍ଚ୍ଚ କରୁଛି ୧୨ ହଜାର କୋଟି

ନୂଆଦିଲ୍ଲୀ: ସାରା ଦେଶରେ ସ୍ୱଚ୍ଛତା ବଜାୟ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୪ରେ ଆରମ୍ଭ କରିଥିଲେ ସ୍ବଚ୍ଛଭାରତ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଏହାର ସୁପ୍ରଭାବ ଏବଂ ସୂଦୁରପ୍ରସାରୀ ଫଳାଫଳକୁ ନେଇ ଦେଶବାସୀଙ୍କୁ ଆହ୍ବାନ କରିଥିଲେ । ଏହି ଅଭିଯାନ ଆରମ୍ଭ ହେବାର ୬ ବର୍ଷ ଅତିକ୍ରମ କରିଥିଲା ବେଳେ ଗାଁ ଗହଳି ଠାରୁ ଆରମ୍ଭ କରି ସହର ଏବଂ ରେଳ ଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଜରିଆରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ବିପୁଳ ବ୍ୟୟ ମଧ୍ୟ କରାଯାଉଛି। ହେଲେ ଏବେ ବି ଅନେକ ଲୋକଙ୍କ ଉପରେ ଏହି ଅଭିଯାନ କୌଣସି ପ୍ରଭାବ ସୃଷ୍ଟି କରିପାରି ନାହିଁ ବୋଲି ପ୍ରମାଣିତ ହୋଇଛି। ରେଳ ଏବଂ ରେଳ ଷ୍ଟେସନରେ ପାନ ଓ ଗୁଟଖା ଛେପ ସଫା କରିବାକୁ ରେଳବାଇ ବର୍ଷକୁ ୧୨ ହଜାର କୋଟି ଟଙ୍କା ବ୍ୟୟ କରୁଥିବା ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ସ୍ୱଚ୍ଛତା ଅଭିଯାନ ପ୍ରତି ଲୋକ କେତେ ସଚେତନ ତାହା ଜଣାପଡ଼ିଛି । ରେଳ ଷ୍ଟେସନ ଏବଂ ରେଳଗାଡିରେ ସ୍ଵଚ୍ଛତା ରକ୍ଷା କରୁ ନଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡ ବିଧାନ କରାଯାଇଛି। ପ୍ରତ୍ୟେକ ଦିନ ଅନେକ ଲୋକ ପାନ କିମ୍ବା ଗୁଟଖା ଛେପ ଏଣେ ତେଣେ ପକାଇ ଦଣ୍ଡିତ ମଧ୍ୟ ହେଉଛନ୍ତି। ତାହା ସତ୍ତ୍ବେ ମଧ୍ୟ ଅନେକ ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ଏବଂ ସେମାନେ ନୀତିଗତ ଭାବେ ଏଭଳି ଅଭ୍ୟାସ ଜାରି ରଖିଛନ୍ତି। କିନ୍ତୁ ରେଳ ଷ୍ଟେସନ ଏବଂ ରେଳଗାଡି ପରିସରକୁ ସଫା ରଖିବାକୁ ରେଳବାଇ ବିଭାଗକୁ ପର୍ଯ୍ୟାପ୍ତ ବ୍ୟୟ କରିବାକୁ ପଡ଼ୁଛି। ବିଶେଷକରି କରୋନା କାଳରେ ପ୍ରତ୍ୟେକ ପରିସରରେ ସ୍ବଚ୍ଛତା ବଜାୟ ରଖିବାକୁ ରେଳବାଇ ଉଦ୍ୟମ କରୁଥିବା ବେଳେ ପାନ ଛେପ ସଫା କରିବାକୁ ବର୍ଷକରେ ୧୨ ହଜାର କୋଟି ଟଙ୍କା ବ୍ୟୟ କରିଥିବା ଜଣାପଡ଼ିଛି।

ଏଭଳି ଅଯଥା ବ୍ୟୟକୁ ରୋକିବା ଏବଂ ଅମାନିଆଙ୍କ ଅଭ୍ୟାସ ବଦଳାଇବା ଉଦ୍ଦେଶ୍ୟରେ ରେଳବାଇ ପକ୍ଷରୁ ଅନ୍ୟ ଏକ ଯୋଜନା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ରେଳ ଷ୍ଟେସନରେ ପାନ କିମ୍ବା ଗୁଟଖା ଛେପ ପକାଇବା ପାଇଁ ସ୍ବତନ୍ତ୍ର ଭାବେ କିଓସ୍କ ଖୋଲାଯିବ। ଯେଉଁଥିରେ ୫ ଟଙ୍କାର ୧୦ ଟଙ୍କା ମଧ୍ୟରେ ପାନ ଖାଉଥିବା ଲୋକଙ୍କୁ ପାଉଚ୍ ଯୋଗାଇ ଦିଆଯିବ। ସେମାନେ ଏଣେ ତେଣେ ଛେପ ନପକାଇ ଏହି ପାଉଚରେ ଛେପ ପକାଇବେ। ପ୍ରଥମେ ଦେଶର ୪୨ଟି ଷ୍ଟେସନରେ ଏହି କିଓସ୍କ ଆରମ୍ଭ କରାଯିବ ବୋଲି କୁହାଯାଇଛି।

https://www.thesakala.in/national-international/railways-spend-rs-12000-crore-a-year-on-swachh-bharat-mission/article-6048
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର