ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଆସିଲା ପ୍ରାଣ ହରାଇଥିବା ଚାଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

The Sakala Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି। ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ସେଠାରେ ଗୁଳିକାଣ୍ଡ ଘଟିଥିବା ମଧ୍ୟ କୁହାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ୯ ଜଣଙ୍କ ମଧ୍ୟରୁ କେହି ବି ଗୁଳି ମାଡ଼ରେ ପ୍ରାଣ ହରାଇ ନଥିବା ସ୍ପଷ୍ଟ ହୋଇଛି। ୪ ଜଣ ଚାଷୀ ଶକ, ବ୍ରେନ ହେମରେଜ ଓ ଘୋଷରା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ବିଜେପିର ୪ ଜଣ କର୍ମୀ ଠେଙ୍ଗା ମାଡ଼ ଯୋଗୁ ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ସାମ୍ବାଦିକ ରମଣ କଶ୍ୟପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି । ତାଙ୍କର ମୃତ୍ୟୁ ମଧ୍ୟ ଶକ ଓ ବ୍ରେନ ହେମରେଜ ଯୋଗୁ ହୋଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

05 Oct 2021 By The Sakala

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଆସିଲା ପ୍ରାଣ ହରାଇଥିବା ଚାଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି।

ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ସେଠାରେ ଗୁଳିକାଣ୍ଡ ଘଟିଥିବା ମଧ୍ୟ କୁହାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ୯ ଜଣଙ୍କ ମଧ୍ୟରୁ କେହି ବି ଗୁଳି ମାଡ଼ରେ ପ୍ରାଣ ହରାଇ ନଥିବା ସ୍ପଷ୍ଟ ହୋଇଛି। ୪ ଜଣ ଚାଷୀ ଶକ, ବ୍ରେନ ହେମରେଜ ଓ ଘୋଷରା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ବିଜେପିର ୪ ଜଣ କର୍ମୀ ଠେଙ୍ଗା ମାଡ଼ ଯୋଗୁ ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ସାମ୍ବାଦିକ ରମଣ କଶ୍ୟପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି । ତାଙ୍କର ମୃତ୍ୟୁ ମଧ୍ୟ ଶକ ଓ ବ୍ରେନ ହେମରେଜ ଯୋଗୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର