ଖୋଲିଲା ଆଇସିଆଇଜେ ପେଡ଼ି: ୯୧ ରାଷ୍ଟ୍ରର ୩୩୦ ରାଜନେତାକ ଗୁପ୍ତଧନର ପର୍ଦ୍ଦାଫାସ, କ୍ରିକେଟର ସଚିନଙ୍କ ନାଁ ସାମିଲକୁ ନେଇ ଉଠିଲା ପ୍ରଶ୍ନ

The Sakala Picture
Published On

ନୂଆଦିଲ୍ଲୀ: ଦରିଆପାରି ଗୁସ୍ତ ନିବେଶସ୍ଥଳ ବିଶ୍ଵର ରାଜନେତା ଏବଂ ପ୍ରତିଷ୍ଠିତ ବିତ୍ତଶାଳୀଙ୍କ ପାଇଁ ଅତି ସୁରକ୍ଷିତ ହୋଇଛି । ବାହାରକୁ ଏହି ନେତା କିମ୍ବା ବ୍ୟବସାୟୀମାନେ ସରଳ ଜଣାପଡ଼ୁଥିଲେ ହେଁ ବାସ୍ତବରେ ସେମାନଙ୍କ ଚରିତ୍ର କିଛି ଭିନ୍ନ ବୋଲି ଏବେ ସେମାନଙ୍କ ସମ୍ପର୍କରେ ପର୍ଦାଫାସ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୬୦୦ ସାମ୍ବାଦିକ ଏଭଳି ନେତାମାନଙ୍କ ଗୁପ୍ତ ରେକର୍ଡ ସମ୍ପର୍କରେ ତର୍ଜମା କରିଥିଲେ। ଯେଉଁଥୁରୁ ୯୧ ରାଷ୍ଟ୍ରର ବର୍ତ୍ତମାନ […]

ନୂଆଦିଲ୍ଲୀ: ଦରିଆପାରି ଗୁସ୍ତ ନିବେଶସ୍ଥଳ ବିଶ୍ଵର ରାଜନେତା ଏବଂ ପ୍ରତିଷ୍ଠିତ ବିତ୍ତଶାଳୀଙ୍କ ପାଇଁ ଅତି ସୁରକ୍ଷିତ ହୋଇଛି । ବାହାରକୁ ଏହି ନେତା କିମ୍ବା ବ୍ୟବସାୟୀମାନେ ସରଳ ଜଣାପଡ଼ୁଥିଲେ ହେଁ ବାସ୍ତବରେ ସେମାନଙ୍କ ଚରିତ୍ର କିଛି ଭିନ୍ନ ବୋଲି ଏବେ ସେମାନଙ୍କ ସମ୍ପର୍କରେ ପର୍ଦାଫାସ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୬୦୦ ସାମ୍ବାଦିକ ଏଭଳି ନେତାମାନଙ୍କ ଗୁପ୍ତ ରେକର୍ଡ ସମ୍ପର୍କରେ ତର୍ଜମା କରିଥିଲେ। ଯେଉଁଥୁରୁ ୯୧ ରାଷ୍ଟ୍ରର ବର୍ତ୍ତମାନ ଏବଂ ପୂର୍ବ ୩୫ ନେତାଙ୍କ ଗୁପ୍ତ ନିବେଶ ସମ୍ପର୍କରେ ଜଣାପଡ଼ିଛି ବୋଲି ଆନ୍ତର୍ଜାତିକ ଅନୁସନ୍ଧାନକାରୀ ସାମ୍ବାଦିକ ମଞ୍ଚ (ଆଇସିଆଇଜେ) ଦ୍ବାରା ପ୍ରକାଶ କରାଯାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ରାଜନେତା ଏବଂ ବ୍ୟବସାୟୀଙ୍କ ଏଭଳି ପ୍ରାୟ ୧୧୯ ନିୟୁତ ଗୁପ୍ତ ଦସ୍ତାବିଜ ସମ୍ପର୍କରେ ପର୍ଦ୍ଦାଫାସ କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ବିଶ୍ବର ୧୪ଟି ଦରିଆପାରି କମ୍ପାନୀଙ୍କ ଦ୍ବାରା ଖୋଲାଯାଇଥିବା ନକଲି ସଂସ୍ଥାରେ ଏହି ନେତାମାନେ ବିପୁଳ ପରିମାଣର ନିବେଶ କରିଥିବା କୁହାଯାଇଛି । ଏହି ନେତାମାନଙ୍କ ମଧ୍ୟରେ ଜୋର୍ଡନ ରାଜାଙ୍କ ଠାରୁ ଆରମ୍ଭ କରି ୟୁକ୍ରେନ, କେନିଆ ଏବଂ ଇକ୍ଵେଡର ରାଷ୍ଟ୍ରପତି  ଏବଂ ଚେକୋସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଏପରିକି ଏହି ତାଲିକାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିପରି ରୁଷିଆ ରାଷ୍ଟ୍ରପତି କାରବାରର ରିପୋର୍ଟ ସମେତ ରୁଷିଆ, ଆମେରିକା, ତୁର୍କୀ ଏବଂ ଅନ୍ୟ ବହୁ ରାଷ୍ଟ୍ରର ୧୩୦ ଅରବପତିଙ୍କ ଅନୈତିକ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ରାଜନେତା, ଅରବପତିଙ୍କ ବ୍ୟତୀତ ଭାରତର ପ୍ରଖ୍ୟାତ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକରଙ୍କ ନାମ ଏହି ତାଲିକାରେ ସାମିଲ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର