ଖୋଲିଲା ଆଇସିଆଇଜେ ପେଡ଼ି: ୯୧ ରାଷ୍ଟ୍ରର ୩୩୦ ରାଜନେତାକ ଗୁପ୍ତଧନର ପର୍ଦ୍ଦାଫାସ, କ୍ରିକେଟର ସଚିନଙ୍କ ନାଁ ସାମିଲକୁ ନେଇ ଉଠିଲା ପ୍ରଶ୍ନ

The Sakala Picture
Published On

ନୂଆଦିଲ୍ଲୀ: ଦରିଆପାରି ଗୁସ୍ତ ନିବେଶସ୍ଥଳ ବିଶ୍ଵର ରାଜନେତା ଏବଂ ପ୍ରତିଷ୍ଠିତ ବିତ୍ତଶାଳୀଙ୍କ ପାଇଁ ଅତି ସୁରକ୍ଷିତ ହୋଇଛି । ବାହାରକୁ ଏହି ନେତା କିମ୍ବା ବ୍ୟବସାୟୀମାନେ ସରଳ ଜଣାପଡ଼ୁଥିଲେ ହେଁ ବାସ୍ତବରେ ସେମାନଙ୍କ ଚରିତ୍ର କିଛି ଭିନ୍ନ ବୋଲି ଏବେ ସେମାନଙ୍କ ସମ୍ପର୍କରେ ପର୍ଦାଫାସ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୬୦୦ ସାମ୍ବାଦିକ ଏଭଳି ନେତାମାନଙ୍କ ଗୁପ୍ତ ରେକର୍ଡ ସମ୍ପର୍କରେ ତର୍ଜମା କରିଥିଲେ। ଯେଉଁଥୁରୁ ୯୧ ରାଷ୍ଟ୍ରର ବର୍ତ୍ତମାନ […]

ନୂଆଦିଲ୍ଲୀ: ଦରିଆପାରି ଗୁସ୍ତ ନିବେଶସ୍ଥଳ ବିଶ୍ଵର ରାଜନେତା ଏବଂ ପ୍ରତିଷ୍ଠିତ ବିତ୍ତଶାଳୀଙ୍କ ପାଇଁ ଅତି ସୁରକ୍ଷିତ ହୋଇଛି । ବାହାରକୁ ଏହି ନେତା କିମ୍ବା ବ୍ୟବସାୟୀମାନେ ସରଳ ଜଣାପଡ଼ୁଥିଲେ ହେଁ ବାସ୍ତବରେ ସେମାନଙ୍କ ଚରିତ୍ର କିଛି ଭିନ୍ନ ବୋଲି ଏବେ ସେମାନଙ୍କ ସମ୍ପର୍କରେ ପର୍ଦାଫାସ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୬୦୦ ସାମ୍ବାଦିକ ଏଭଳି ନେତାମାନଙ୍କ ଗୁପ୍ତ ରେକର୍ଡ ସମ୍ପର୍କରେ ତର୍ଜମା କରିଥିଲେ। ଯେଉଁଥୁରୁ ୯୧ ରାଷ୍ଟ୍ରର ବର୍ତ୍ତମାନ ଏବଂ ପୂର୍ବ ୩୫ ନେତାଙ୍କ ଗୁପ୍ତ ନିବେଶ ସମ୍ପର୍କରେ ଜଣାପଡ଼ିଛି ବୋଲି ଆନ୍ତର୍ଜାତିକ ଅନୁସନ୍ଧାନକାରୀ ସାମ୍ବାଦିକ ମଞ୍ଚ (ଆଇସିଆଇଜେ) ଦ୍ବାରା ପ୍ରକାଶ କରାଯାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ରାଜନେତା ଏବଂ ବ୍ୟବସାୟୀଙ୍କ ଏଭଳି ପ୍ରାୟ ୧୧୯ ନିୟୁତ ଗୁପ୍ତ ଦସ୍ତାବିଜ ସମ୍ପର୍କରେ ପର୍ଦ୍ଦାଫାସ କରାଯାଇଛି।

ଆହୁରି ପଢ଼ନ୍ତୁ: ଇସଲାମାବାଦ ଆଲୋଚନା ପୂର୍ବରୁ ଇରାନର କଡ଼ା ବାର୍ତ୍ତା: ବିମାନରେ ମିନାବ୍ ଆକ୍ରମଣରେ ନିହତ ପିଲାଙ୍କ ଫଟୋ ରଖିଲେ ବାଚସ୍ପତି ଘାଲିବାଫ୍

ବିଶ୍ବର ୧୪ଟି ଦରିଆପାରି କମ୍ପାନୀଙ୍କ ଦ୍ବାରା ଖୋଲାଯାଇଥିବା ନକଲି ସଂସ୍ଥାରେ ଏହି ନେତାମାନେ ବିପୁଳ ପରିମାଣର ନିବେଶ କରିଥିବା କୁହାଯାଇଛି । ଏହି ନେତାମାନଙ୍କ ମଧ୍ୟରେ ଜୋର୍ଡନ ରାଜାଙ୍କ ଠାରୁ ଆରମ୍ଭ କରି ୟୁକ୍ରେନ, କେନିଆ ଏବଂ ଇକ୍ଵେଡର ରାଷ୍ଟ୍ରପତି  ଏବଂ ଚେକୋସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଭାରତର ନୌସେନା ଶକ୍ତିରେ ବୃଦ୍ଧି: ଆରିହନ୍ତ ଓ ଅରିଘାତ ପରେ ସାମିଲ ହେଲା ଆଇଏନଏସ୍ ଅରିଦମନ

ଏପରିକି ଏହି ତାଲିକାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିପରି ରୁଷିଆ ରାଷ୍ଟ୍ରପତି କାରବାରର ରିପୋର୍ଟ ସମେତ ରୁଷିଆ, ଆମେରିକା, ତୁର୍କୀ ଏବଂ ଅନ୍ୟ ବହୁ ରାଷ୍ଟ୍ରର ୧୩୦ ଅରବପତିଙ୍କ ଅନୈତିକ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ରାଜନେତା, ଅରବପତିଙ୍କ ବ୍ୟତୀତ ଭାରତର ପ୍ରଖ୍ୟାତ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକରଙ୍କ ନାମ ଏହି ତାଲିକାରେ ସାମିଲ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଗୁରୁତର ସ୍ୱାସ୍ଥ୍ୟାବସ୍ଥା ସତ୍ତ୍ୱେ ଯୁଦ୍ଧ ଓ ଶାନ୍ତି ଆଲୋଚନା ନିଷ୍ପତ୍ତିରେ ସାମିଲ ଅଛନ୍ତି ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ

04 Oct 2021 By The Sakala

ଖୋଲିଲା ଆଇସିଆଇଜେ ପେଡ଼ି: ୯୧ ରାଷ୍ଟ୍ରର ୩୩୦ ରାଜନେତାକ ଗୁପ୍ତଧନର ପର୍ଦ୍ଦାଫାସ, କ୍ରିକେଟର ସଚିନଙ୍କ ନାଁ ସାମିଲକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଦରିଆପାରି ଗୁସ୍ତ ନିବେଶସ୍ଥଳ ବିଶ୍ଵର ରାଜନେତା ଏବଂ ପ୍ରତିଷ୍ଠିତ ବିତ୍ତଶାଳୀଙ୍କ ପାଇଁ ଅତି ସୁରକ୍ଷିତ ହୋଇଛି । ବାହାରକୁ ଏହି ନେତା କିମ୍ବା ବ୍ୟବସାୟୀମାନେ ସରଳ ଜଣାପଡ଼ୁଥିଲେ ହେଁ ବାସ୍ତବରେ ସେମାନଙ୍କ ଚରିତ୍ର କିଛି ଭିନ୍ନ ବୋଲି ଏବେ ସେମାନଙ୍କ ସମ୍ପର୍କରେ ପର୍ଦାଫାସ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୬୦୦ ସାମ୍ବାଦିକ ଏଭଳି ନେତାମାନଙ୍କ ଗୁପ୍ତ ରେକର୍ଡ ସମ୍ପର୍କରେ ତର୍ଜମା କରିଥିଲେ। ଯେଉଁଥୁରୁ ୯୧ ରାଷ୍ଟ୍ରର ବର୍ତ୍ତମାନ ଏବଂ ପୂର୍ବ ୩୫ ନେତାଙ୍କ ଗୁପ୍ତ ନିବେଶ ସମ୍ପର୍କରେ ଜଣାପଡ଼ିଛି ବୋଲି ଆନ୍ତର୍ଜାତିକ ଅନୁସନ୍ଧାନକାରୀ ସାମ୍ବାଦିକ ମଞ୍ଚ (ଆଇସିଆଇଜେ) ଦ୍ବାରା ପ୍ରକାଶ କରାଯାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ରାଜନେତା ଏବଂ ବ୍ୟବସାୟୀଙ୍କ ଏଭଳି ପ୍ରାୟ ୧୧୯ ନିୟୁତ ଗୁପ୍ତ ଦସ୍ତାବିଜ ସମ୍ପର୍କରେ ପର୍ଦ୍ଦାଫାସ କରାଯାଇଛି।

ବିଶ୍ବର ୧୪ଟି ଦରିଆପାରି କମ୍ପାନୀଙ୍କ ଦ୍ବାରା ଖୋଲାଯାଇଥିବା ନକଲି ସଂସ୍ଥାରେ ଏହି ନେତାମାନେ ବିପୁଳ ପରିମାଣର ନିବେଶ କରିଥିବା କୁହାଯାଇଛି । ଏହି ନେତାମାନଙ୍କ ମଧ୍ୟରେ ଜୋର୍ଡନ ରାଜାଙ୍କ ଠାରୁ ଆରମ୍ଭ କରି ୟୁକ୍ରେନ, କେନିଆ ଏବଂ ଇକ୍ଵେଡର ରାଷ୍ଟ୍ରପତି  ଏବଂ ଚେକୋସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ରହିଛି।

ଏପରିକି ଏହି ତାଲିକାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିପରି ରୁଷିଆ ରାଷ୍ଟ୍ରପତି କାରବାରର ରିପୋର୍ଟ ସମେତ ରୁଷିଆ, ଆମେରିକା, ତୁର୍କୀ ଏବଂ ଅନ୍ୟ ବହୁ ରାଷ୍ଟ୍ରର ୧୩୦ ଅରବପତିଙ୍କ ଅନୈତିକ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ରାଜନେତା, ଅରବପତିଙ୍କ ବ୍ୟତୀତ ଭାରତର ପ୍ରଖ୍ୟାତ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକରଙ୍କ ନାମ ଏହି ତାଲିକାରେ ସାମିଲ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର