ସ୍ପେଶ୍ ବେଲୁନରେ ମହାକାଶ ଯିବେ ଯାତ୍ରୀ, ଭଡା ଏକ କୋଟି ଟଙ୍କା

The Sakala Picture
Published On

ଫ୍ଲୋରିଡା: ପୂର୍ବରୁ କେବଳ ବୈଜ୍ଞାନିକମାନେ ଅନୁସନ୍ଧାନ ଲାଗି ମହାକାଶକୁ ଯାତ୍ରା କରୁଥିଲେ। କିନ୍ତୁ ଏବେ ମହାକାଶ ପର୍ଯ୍ୟଟନର ସ୍ଵପ୍ନ ମଧ୍ୟ ସତ୍ୟ ହେବାରେ ଲାଗିଛି। କିଛି ଦିନ ତଳେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ୍ ଏବଂ ବ୍ରିଟେନ ଆରବପତି ରିଚାର୍ଡ ବ୍ରେନସନ ମହାକାଶ ଗସ୍ତ କରି ଫେରିଛନ୍ତି । ଏବେ କେବଳ ରକେଟ ନୁହେଁ ବରଂ ଆରାମଦାୟକ ଯାନରେ ମଧ୍ୟ ମହାକାଶକୁ ଯାତ୍ରା କରାଯାଇପାରୁଛି। ଏକ ରିପୋର୍ଟ ଅନୁଯାୟୀ ସ୍ପେସ ପ୍ରସପେକ୍ଟିଭର ସହ- ପ୍ରତିଷ୍ଠାତା ଜନ ପଏଣ୍ଟର […]

ଫ୍ଲୋରିଡା: ପୂର୍ବରୁ କେବଳ ବୈଜ୍ଞାନିକମାନେ ଅନୁସନ୍ଧାନ ଲାଗି ମହାକାଶକୁ ଯାତ୍ରା କରୁଥିଲେ। କିନ୍ତୁ ଏବେ ମହାକାଶ ପର୍ଯ୍ୟଟନର ସ୍ଵପ୍ନ ମଧ୍ୟ ସତ୍ୟ ହେବାରେ ଲାଗିଛି। କିଛି ଦିନ ତଳେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ୍ ଏବଂ ବ୍ରିଟେନ ଆରବପତି ରିଚାର୍ଡ ବ୍ରେନସନ ମହାକାଶ ଗସ୍ତ କରି ଫେରିଛନ୍ତି । ଏବେ କେବଳ ରକେଟ ନୁହେଁ ବରଂ ଆରାମଦାୟକ ଯାନରେ ମଧ୍ୟ ମହାକାଶକୁ ଯାତ୍ରା କରାଯାଇପାରୁଛି। ଏକ ରିପୋର୍ଟ ଅନୁଯାୟୀ ସ୍ପେସ ପ୍ରସପେକ୍ଟିଭର ସହ- ପ୍ରତିଷ୍ଠାତା ଜନ ପଏଣ୍ଟର କହିଛନ୍ତି ଯେ ତାଙ୍କର ସ୍ପେସସିପ୍ ‘ନେପ୍‌ଚ୍ୟୁନ’ ଆରାମଦାୟକ ଭାବେ ମହାକାଶ ପରିଭ୍ରମଣ କରାଉଛି। ଏହା କୌଣସି ରକେଟ କିମ୍ବା ବିମାନ ନୁହେଁ। ଏହା ଫୁଟବଲ ଆକାରରେ ଏକ ସ୍ପେସ ବେଲୁନ। ଏଥିରେ ପ୍ରାୟ ଏକ କୋଟି ଟଙ୍କା ଦେଇ ଲୋକେ ମହାକାଶକୁ ଯାତ୍ରା କରିପାରିବେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏହା ମହାକାଶରେ ଘଣ୍ଟା ପ୍ରତି ୧୨ ମାଇଲ ବେଗରେ ଯାତ୍ରା କରିଥାଏ। ଏଥରେ ଗୋଟିଏ କେବିନ ରହିଛି । ସେଥିରେ ଝରକା ସହିତ ଗୋଟିଏ ବାର, ବାଥରୁମ୍ ଏବଂ ୱାଇଫାଇର ମଧ୍ୟ ବ୍ୟବସ୍ଥା ଅଛି। ଏଥିରେ ୮ ଯାତ୍ରୀ ଏବଂ ପାଇଲଟ ମହାକାଶକୁ ଯାତ୍ରା କରିପାରିବେ । ଏହା କେନେଡି ସ୍ପେସ ସେଣ୍ଟରରୁ ଧିରେ ଧିରେ ଉଡାଣ ଆରମ୍ଭ କରିବ । ଏଠାରୁ ଯାତ୍ରା ଆରମ୍ଭ କରି ଯାତ୍ରୀ ଫ୍ଲୋରିଡା, ପରେ ସମ୍ପୂର୍ଣ୍ଣ ପୂର୍ବତଟ ଏବଂ ଶେଷରେ ପୃଥିବୀର ଆକର୍ଷଣୀୟ ଚିତ୍ର ଦେଖିପାରିବେ । କିଛି ଲୋକ ରାତି ପହିବା ପୂର୍ବରୁ ଏଥିରେ ଯାତ୍ରା କରିବାକୁ ପସନ୍ଦ କରିବେ । କାରଣ ଏହି ସମୟରେ ସେମାନେ ଆକାଶର ମନୋରମ ଦୃଶ୍ୟ ଏବଂ ପୃଥିବୀକୁ ମହାକାଶଠାରୁ ଅଲଗା କରୁଥିବା ସୁନ୍ଦର ନୀଳ ରେଖା ଦେଖିପାରିବେ । ତେବେ ଏହି ଯାନ ମହାକାଶରେ ପ୍ରବେଶ କରିବ ନାହିଁ । କିନ୍ତୁ ସେହିଭଳି ଦୃଶ୍ୟ ଦେଖାଇବ। ଏହା ପାଣିରେ ଅବତରଣ କରିବ । ଡଙ୍ଗାରେ ଲୋକେ ମହାକାଶ କେନ୍ଦ୍ରକୁ ଫେରିବେ । ଜୁନ୍‌ରେ ପରୀକ୍ଷଣ ପରେ ୨୦୨୪ରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯିବ। ଏହାର ଗୋଟିଏ ଆସନର ମୂଲ୍ୟ ପ୍ରାୟ ୯୩ ଲକ୍ଷ ଟଙ୍କା ରହିପାରେ। ଆମେରିକା ମହାକାଶ ଏଜେନସି ନାସା ପ୍ରେସ ବେଲୁନର ପରୀକ୍ଷଣ ଏବଂ ବ୍ୟବହାର କରି ଦେଖିସାରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର