ବିଦେଶିନୀ ବାନ୍ଧବୀ ଭାବି ଫସିଗଲେ ବୃଦ୍ଧ: ଗିଫ୍ଟ ଲୋଭରେ ହରାଇଲେ ୫୮ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ବର: ଜର୍ମାନୀ ଯୁବତୀ ବୋଲି ଭାବି ପ୍ରେମରେ ପଡ଼ି ଫସିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ପୁରୁଷୋତ୍ତମପୁର ଗ୍ରାମର ୬୮ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା। ଉପହାର ଲୋଭରେ ପଡ଼ି ୫୮ ଲକ୍ଷ ଟଙ୍କା ହରାଇଛନ୍ତି। ପର୍ଯ୍ୟାୟ କ୍ରମେ ଟଙ୍କା ଦେଇ ଦେଇ ୫୮ ଲକ୍ଷ ଟଙ୍କା ଦେବା ପରେ ଯାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ଗୋବିନ୍ଦ । ଶେଷରେ ଆଉ କିଛି ରାସ୍ତା ନ ପାଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି […]

ଭୁବନେଶ୍ବର: ଜର୍ମାନୀ ଯୁବତୀ ବୋଲି ଭାବି ପ୍ରେମରେ ପଡ଼ି ଫସିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ପୁରୁଷୋତ୍ତମପୁର ଗ୍ରାମର ୬୮ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା। ଉପହାର ଲୋଭରେ ପଡ଼ି ୫୮ ଲକ୍ଷ ଟଙ୍କା ହରାଇଛନ୍ତି। ପର୍ଯ୍ୟାୟ କ୍ରମେ ଟଙ୍କା ଦେଇ ଦେଇ ୫୮ ଲକ୍ଷ ଟଙ୍କା ଦେବା ପରେ ଯାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ଗୋବିନ୍ଦ । ଶେଷରେ ଆଉ କିଛି ରାସ୍ତା ନ ପାଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି । ସାଇବର ସେଲ ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି। ଏହି ଠକେଇ ଝାଡ଼ଖଣ୍ଡରୁ ହୋଇଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ମିଳିଥିବା ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା, ପୁରୁଷୋତ୍ତମପୁର ଗ୍ରାମର ଗୋବିନ୍ଦଚନ୍ଦ୍ର ଜୁଲାଇ ମାସରେ ଫେସ୍‌ବୁକ୍‌ରେ ଏକ ଆକାଉଣ୍ଟ ଖୋଲିଥିଲେ । ସେ ଆକାଉଣ୍ଟ ଖୋଲିବା ପରେ ଜର୍ମାନୀର ସିଲ୍‌ଭିଆ ଏରିଅନ୍ ନାମକ ଜଣେ ଯୁବତୀ ତାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ । ପ୍ରଥମେ ଏହାକୁ ସେ ଗ୍ରହଣ କରିନଥିଲେ। ପୁଣି ଜୁଲାଇ ୧୭ରେ ଆଉଥରେ ରିକ୍ୱେଷ୍ଟ ଆସିଥିଲା। ଶେଷରେ ଅଗଷ୍ଟ ୪ ତାରିଖରେ ଗୋବିନ୍ଦ ବନ୍ଧୁତା ଗ୍ରହଣ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ବଢ଼ିଥିଲା ଓ ସମ୍ପର୍କ ବଢ଼ିଥିଲା । ପରେ ହ୍ବାଟ୍ସଆପରେ ଚାଟିଂ ଚାଲିଥିଲା। ଅଗଷ୍ଟ ୧୭ରେ ସମ୍ପୃକ୍ତ ଯୁବତୀ ନିଜର ଜନ୍ମଦିନ ଥିବାରୁ ଉପହାର ପଠାଇବେ ବୋଲି କହି ଘର ଠିକଣା ଓ ଅନ୍ୟାନ୍ୟ ତଥ୍ୟ ନେଇଥିଲେ। ଉପହାର ପ୍ୟାକେଟରେ ସୁନା ଓ ଡଲାର ଥିବା ସୂଚନା ଦେଇଥିଲେ । ବିଚରା ଗୋବିନ୍ଦ ଠକଙ୍କ ପୁରୁଣା ଷ୍ଟାଇଲର ଠକେଇ ଚାଲରେ ଫସିଯାଇଥିଲେ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ଦୁଇ ଦିନ ପରେ ଦିଲ୍ଲୀ ବିମାନ ବନ୍ଦରରୁ କଷ୍ଟମବିଭାଗନାମରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ | ଜର୍ମାନୀରୁ ଏକ ଗିଫ୍ଟ ଆସିଛି। ତେଣୁ ଗିଫ୍ ନେବାକୁ ହେଲେ ପ୍ରୋସେସିଂ ଫିସ୍ ବାବଦକୁ ପ୍ରଥମେ ୨୮ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଗୋବିନ୍ଦ ଗିଫ୍ ପାଇବା ଆଶାରେ ପ୍ରଥମେ ୨୮ ହଜାର ଟଙ୍କା ଠକର ଆକାଉଣ୍ଟକୁ ପଠାଇଥିଲେ । ପରେ ଠକ ଡଲାରକୁ ଟଙ୍କାର ପରିବର୍ତ୍ତନ କରିବା ପାଇଁ ୪ଲକ୍ଷ ମାଗିଥିଲେ। ଏହାସହ ଜିଏସ୍‌ଟି ଫି, କଷ୍ଟମ୍ ଫି ଏଭଳି ଏକାଧିକ ଫି ବାବଦକୁ ଥର ଥର କରି ୨୦ ଲକ୍ଷ ନେଇଥିଲେ। ୨୦ ଲକ୍ଷ ଦେବା ପରେ ବି ଗୋବିନ୍ଦ ଠକେଇର ଶିକାର ହୋଇଥିବା ଜାଣିପାରି ନ ଥିଲେ । ଶେଷରେ ଠକର ଆଉ ଜଣେ ସହଯୋଗୀ ନିଜକୁ କଷ୍ଟମ ବିଭାଗର ଅଧିକାରୀ ଭାବେ ପରିଚୟ ଦେବା ସହ ଭୁବନେଶ୍ବର ବିମାନ ବନ୍ଦରରେ ଉପହାର ପହଞ୍ଚି ଥିବା କହିଥିଲା । ଏଥର ମଧ୍ୟ ଗୋବିନ୍ଦ ପୂର୍ବଭଳି ଏକାଧିକ ଫି’ ବାବଦକୁ ଆଉ ଟଙ୍କା ଦେଇଥିଲେ | ଏମିତି ମୋଟ ୫୮ ଲକ୍ଷ ଟଙ୍କା ନେଇସାରିବା ପରେ ଠକମାନେ ଆହୁରି ଟଙ୍କା ମାଗିଥିଲେ। ସେତେବେଳେ ଯାଇ ଗୋବିନ୍ଦ ବୁଝିଥିଲେ । କିନ୍ତୁ ସେତେବେଳକୁ ଗୋବିନ୍ଦ ଦେଇଥିବା ଟଙ୍କା ଠକଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇସାରିଥିଲା ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

28 Sep 2021 By The Sakala

ବିଦେଶିନୀ ବାନ୍ଧବୀ ଭାବି ଫସିଗଲେ ବୃଦ୍ଧ: ଗିଫ୍ଟ ଲୋଭରେ ହରାଇଲେ ୫୮ ଲକ୍ଷ ଟଙ୍କା

ଭୁବନେଶ୍ବର: ଜର୍ମାନୀ ଯୁବତୀ ବୋଲି ଭାବି ପ୍ରେମରେ ପଡ଼ି ଫସିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ପୁରୁଷୋତ୍ତମପୁର ଗ୍ରାମର ୬୮ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା। ଉପହାର ଲୋଭରେ ପଡ଼ି ୫୮ ଲକ୍ଷ ଟଙ୍କା ହରାଇଛନ୍ତି। ପର୍ଯ୍ୟାୟ କ୍ରମେ ଟଙ୍କା ଦେଇ ଦେଇ ୫୮ ଲକ୍ଷ ଟଙ୍କା ଦେବା ପରେ ଯାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ଗୋବିନ୍ଦ । ଶେଷରେ ଆଉ କିଛି ରାସ୍ତା ନ ପାଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି । ସାଇବର ସେଲ ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି। ଏହି ଠକେଇ ଝାଡ଼ଖଣ୍ଡରୁ ହୋଇଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମିଳିଥିବା ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା, ପୁରୁଷୋତ୍ତମପୁର ଗ୍ରାମର ଗୋବିନ୍ଦଚନ୍ଦ୍ର ଜୁଲାଇ ମାସରେ ଫେସ୍‌ବୁକ୍‌ରେ ଏକ ଆକାଉଣ୍ଟ ଖୋଲିଥିଲେ । ସେ ଆକାଉଣ୍ଟ ଖୋଲିବା ପରେ ଜର୍ମାନୀର ସିଲ୍‌ଭିଆ ଏରିଅନ୍ ନାମକ ଜଣେ ଯୁବତୀ ତାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ । ପ୍ରଥମେ ଏହାକୁ ସେ ଗ୍ରହଣ କରିନଥିଲେ। ପୁଣି ଜୁଲାଇ ୧୭ରେ ଆଉଥରେ ରିକ୍ୱେଷ୍ଟ ଆସିଥିଲା। ଶେଷରେ ଅଗଷ୍ଟ ୪ ତାରିଖରେ ଗୋବିନ୍ଦ ବନ୍ଧୁତା ଗ୍ରହଣ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ବଢ଼ିଥିଲା ଓ ସମ୍ପର୍କ ବଢ଼ିଥିଲା । ପରେ ହ୍ବାଟ୍ସଆପରେ ଚାଟିଂ ଚାଲିଥିଲା। ଅଗଷ୍ଟ ୧୭ରେ ସମ୍ପୃକ୍ତ ଯୁବତୀ ନିଜର ଜନ୍ମଦିନ ଥିବାରୁ ଉପହାର ପଠାଇବେ ବୋଲି କହି ଘର ଠିକଣା ଓ ଅନ୍ୟାନ୍ୟ ତଥ୍ୟ ନେଇଥିଲେ। ଉପହାର ପ୍ୟାକେଟରେ ସୁନା ଓ ଡଲାର ଥିବା ସୂଚନା ଦେଇଥିଲେ । ବିଚରା ଗୋବିନ୍ଦ ଠକଙ୍କ ପୁରୁଣା ଷ୍ଟାଇଲର ଠକେଇ ଚାଲରେ ଫସିଯାଇଥିଲେ।

ଦୁଇ ଦିନ ପରେ ଦିଲ୍ଲୀ ବିମାନ ବନ୍ଦରରୁ କଷ୍ଟମବିଭାଗନାମରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ | ଜର୍ମାନୀରୁ ଏକ ଗିଫ୍ଟ ଆସିଛି। ତେଣୁ ଗିଫ୍ ନେବାକୁ ହେଲେ ପ୍ରୋସେସିଂ ଫିସ୍ ବାବଦକୁ ପ୍ରଥମେ ୨୮ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଗୋବିନ୍ଦ ଗିଫ୍ ପାଇବା ଆଶାରେ ପ୍ରଥମେ ୨୮ ହଜାର ଟଙ୍କା ଠକର ଆକାଉଣ୍ଟକୁ ପଠାଇଥିଲେ । ପରେ ଠକ ଡଲାରକୁ ଟଙ୍କାର ପରିବର୍ତ୍ତନ କରିବା ପାଇଁ ୪ଲକ୍ଷ ମାଗିଥିଲେ। ଏହାସହ ଜିଏସ୍‌ଟି ଫି, କଷ୍ଟମ୍ ଫି ଏଭଳି ଏକାଧିକ ଫି ବାବଦକୁ ଥର ଥର କରି ୨୦ ଲକ୍ଷ ନେଇଥିଲେ। ୨୦ ଲକ୍ଷ ଦେବା ପରେ ବି ଗୋବିନ୍ଦ ଠକେଇର ଶିକାର ହୋଇଥିବା ଜାଣିପାରି ନ ଥିଲେ । ଶେଷରେ ଠକର ଆଉ ଜଣେ ସହଯୋଗୀ ନିଜକୁ କଷ୍ଟମ ବିଭାଗର ଅଧିକାରୀ ଭାବେ ପରିଚୟ ଦେବା ସହ ଭୁବନେଶ୍ବର ବିମାନ ବନ୍ଦରରେ ଉପହାର ପହଞ୍ଚି ଥିବା କହିଥିଲା । ଏଥର ମଧ୍ୟ ଗୋବିନ୍ଦ ପୂର୍ବଭଳି ଏକାଧିକ ଫି’ ବାବଦକୁ ଆଉ ଟଙ୍କା ଦେଇଥିଲେ | ଏମିତି ମୋଟ ୫୮ ଲକ୍ଷ ଟଙ୍କା ନେଇସାରିବା ପରେ ଠକମାନେ ଆହୁରି ଟଙ୍କା ମାଗିଥିଲେ। ସେତେବେଳେ ଯାଇ ଗୋବିନ୍ଦ ବୁଝିଥିଲେ । କିନ୍ତୁ ସେତେବେଳକୁ ଗୋବିନ୍ଦ ଦେଇଥିବା ଟଙ୍କା ଠକଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇସାରିଥିଲା ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର