ଆମେରିକା -ଚୀନକୁ ଜାତିସଙ୍ଘ ମହାସଚିବଙ୍କ ଚେତାବନୀ: ସମ୍ପର୍କ ସୁଧାର, ଶୀତଳ ଯୁଦ୍ଧ ବନ୍ଦ କର

The Sakala Picture
Published On

ନ୍ୟୁୟର୍କ: ବିଶ୍ବର ଦୁଇ ମହାଶକ୍ତି ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଏବେ ତିକ୍ତ ହୋଇପଡ଼ିଛି। ବିଶ୍ବ ସମାଜ ଉପରେ ଏହି ଦୁଇଟି ରାଷ୍ଟ୍ରଙ୍କ ଯଥେଷ୍ଟ ପ୍ରଭାବ ରହିଥିଲେ ହେଁ ସେମାନଙ୍କ ସମ୍ପର୍କକୁ ନେଇ ଶୀତଳ ଯୁଦ୍ଧ ସୃଷ୍ଟି ହେବାର ସ୍ଥିତି ଉପୁଜିଛି। ସେମାନଙ୍କ ମଧ୍ୟରେ ସବୁସ୍ତରରେ ସମ୍ପର୍କ ଯେଉଁ ସ୍ତରରେ ପହଞ୍ଚିଛି ତାହା ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି । ତେଣୁ ଆମେରିକା ଏବଂ ଚୀନ୍ ନିଜ ସମ୍ପର୍କ ମଧ୍ୟରେ ସୁଧାର ଆଣିବା […]

ନ୍ୟୁୟର୍କ: ବିଶ୍ବର ଦୁଇ ମହାଶକ୍ତି ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଏବେ ତିକ୍ତ ହୋଇପଡ଼ିଛି। ବିଶ୍ବ ସମାଜ ଉପରେ ଏହି ଦୁଇଟି ରାଷ୍ଟ୍ରଙ୍କ ଯଥେଷ୍ଟ ପ୍ରଭାବ ରହିଥିଲେ ହେଁ ସେମାନଙ୍କ ସମ୍ପର୍କକୁ ନେଇ ଶୀତଳ ଯୁଦ୍ଧ ସୃଷ୍ଟି ହେବାର ସ୍ଥିତି ଉପୁଜିଛି। ସେମାନଙ୍କ ମଧ୍ୟରେ ସବୁସ୍ତରରେ ସମ୍ପର୍କ ଯେଉଁ ସ୍ତରରେ ପହଞ୍ଚିଛି ତାହା ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି । ତେଣୁ ଆମେରିକା ଏବଂ ଚୀନ୍ ନିଜ ସମ୍ପର୍କ ମଧ୍ୟରେ ସୁଧାର ଆଣିବା ସହିତ ସମ୍ଭାବ୍ୟ ଶୀତଳ ଯୁଦ୍ଧକୁ ବନ୍ଦ କରିବା ଦରକାର ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଅ ଗୁଟେରସ୍ ଚେତାବନୀ ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ଆସନ୍ତା କାଲିଠାରୁ ସପ୍ତାହ ବ୍ୟାପୀ ଆମେରିକାରେ ଜାତିସଂଘର ମହାଧfବେଶନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସାରା ବିଶ୍ବରୁ ଏହି ସଭାରେ ନେତାମାନେ ପ୍ରତିନିଧ୍ଵତ୍ଵ କରିବେ। ତେବେ ଏହି ମହାଧିବେଶନର ଅବ୍ୟବହିତ ପୂର୍ବରୁ ଗୁଟେରସ୍ ଏହି ଦୁଇ ମହାଶକ୍ତି ପ୍ରତି ଚେତାବନୀ ଜାରି କରିଛନ୍ତି। ଏବେ ବିଶ୍ବ ସମାଜ ପାଇଁ ଅନେକ ସମସ୍ୟା ରହିଛି। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ସାଂପ୍ରତିକ କୋଭିଡ୍ ମହାମାରୀ ଭଳି ଅନେକ ସମସ୍ୟା ରହିଛି। ତେଣୁ ବିଶ୍ବର ଏହି ଦୁଇ ବୃହତ ଅର୍ଥନୀତି ନିଜ ସମ୍ପର୍କରେ ସୁଧାର ଆଣି ଅର୍ଥନୀତି, ବାଣିଜ୍ୟ, ମାନବାଧିକାର ସୁରକ୍ଷା, ଅନଲାଇନ ସୁରକ୍ଷା ଆଦି ଦିଗରେ କାର୍ଯ୍ୟ କରିବା ଉଚିତ। ଏପରିକି ଦକ୍ଷିଣ ଚୀନ୍‌ ସାଗରରେ ସାର୍ବଭୌମତ୍ୱ ରକ୍ଷା କରାଯିବା ମଧ୍ୟ ଜରୁରୀ ବୋଲି ଗୁଟେରସ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଆମେ କୌଣସି ପରିସ୍ଥିତିରେ ଶୀତଳ ଯୁଦ୍ଧ ଚାହୁଁନାହୁଁ। ଅତୀତରେ ଏହା ଘଟି ସାରିଛି। ଦ୍ବିତୀୟ ବିଶ୍ୱ ଯୁଦ୍ଧ ପରେ ସୋଭିଏତ ସଂଘ ଏବଂ ଏହାର ମେଣ୍ଟ ରାଷ୍ଟ୍ରଙ୍କ ସହିତ ଆମେରିକା ଓ ଏହାର ପାଶ୍ଚାତ ସହଯୋଗୀ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ଶୀତଳ ଯୁଦ୍ଧକୁ ନେଇ
ଶେଷରେ ୧୯୯୧ରେ ସୋଭିଏତ ସଂଘର ପତନ ଦେଖିବାକୁ ମିଳିଛି। ସାମ୍ୟବାଦ ଏବଂ ପୁଞ୍ଜିବାଦ ଭଳି ଦୁଇ ଚିନ୍ତାଧାରାକୁ ନେଇ ସେତେବେଳେ ଦୁଇ ମହାଶକ୍ତି ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ବିଶ୍ବ ସମାଜରେ କେବଳ ଅଶାନ୍ତି ସୃଷ୍ଟି କରିଛି । ତେଣୁ ଆମେରିକା ଏବଂ ଚୀନ୍ ମଧ୍ୟରେ ପୁନଃ ସମ୍ପର୍କ ସ୍ଵାଭାବିକ ହେବା ଦରକାର ବୋଲି ଗୁଟେରସ୍ କହିଛନ୍ତି ।

ଏବେ ଜଳବାୟୁ ପରିବର୍ତ୍ତନ, କୋଭିଡ୍ ଟିକାକରଣ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସମସ୍ୟାଗୁଡିକର ସମାଧାନ ଦିଗରେ ଏହି ଦୁଇ ମହାଶକ୍ତି ଗୁରୁତ୍ବ ଦେଇ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ସ୍ତରରେ ସାମର୍ଥ୍ୟବାନ ରାଷ୍ଟ୍ର ମାନଙ୍କ ସହଯୋଗ ଏବଂ ସମନ୍ବୟ ବିନା ଏହିସବୁ ସମସ୍ୟା ଦୂର ହେବା କଷ୍ଟକର ବୋଲି ସେ କହିଛନ୍ତି। ଯଦି ଏହି ଦୁଇ ମହାଶକ୍ତି ନିଜ ସମ୍ପର୍କରେ ସୁଧାର ଆଣିବାକୁ ଉଦ୍ୟମ ନ କରନ୍ତି ତେବେ ଖୁବଶୀଘ୍ର ସାରା ବିଶ୍ବ ଦୁଇ ଭାଗ ହୋଇଯିବ । ଯାହାକି ସାରା ବିଶ୍ବ ପାଇଁ ଭୟଙ୍କର ପରସ୍ଥିତି ସୃଷ୍ଟି କରିବ। ଶୀତଳ ଯୁଦ୍ଧ ହେଲେ ତାକୁ ନିୟନ୍ତ୍ରଣ କରିବା ବହୁତ ମୁସ୍କିଲ ହୋଇଯିବ।

ଆମେରିକା ଓ ଚୀନ ପରସ୍ପରକୁ ମାତ୍ ଦେବା ପାଇଁ ଆର୍ଥିକ, ବିଣିଜ୍ଯ, ସାମରିକ ଆଦି କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଉଭୟ ରାଷ୍ଟ୍ରର ଏଭଳି ଘଟଣା ମନୋଭାବ ସାରା ବିଶ୍ଵକୁ ଯୁଦ୍ଧ ଆଡକୁ ଠେଲି ଦେବ। ତେଣୁ ଯଥାଶୀଘ୍ର ଦୁଇ ମହାଶକ୍ତି ଉଚିତ ପଦକ୍ଷେପ ଗ୍ରହଣ କରି ସାରା ବିଶ୍ବ ପାଇଁ ଅନୁକୂଳ ସମ୍ଭାବନା ସୃଷ୍ଟି କରିବା ଦରକାର ବୋଲି ଗୁଟେରସ୍ କହିଛନ୍ତି ।

ଉଲ୍ଲେଶ ଯୋଗ୍ଯ ଯେ, ଆସନ୍ତା କାଲିଠାରୁ  ଜାତିସଂଘର ୭୬ତମ ମହାଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଫଗାନିସ୍ତାନ ପ୍ରସଙ୍ଗ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଭଳି ବହୁ  ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ତେବେ ଅଧିବେଶନ  ପୂର୍ବରୁ ମହାସଚିବ ଗୁଟେରସ୍‌ଙ୍କ ଏଭଳି ବୟାନ ବିଶ୍ବ ରାଜନୀତି ପାଇଁ ବହୁ ଗୁରୁତ୍ବ ବହନ କରୁଛି ବୋଲି କୁହାଯାଇଛି।

21 Sep 2021 By The Sakala

https://www.thesakala.in/national-international/un-chief-warns-china-us-to-avoid-cold-war/article-5533
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର