ଜୀବିତ ଅଛନ୍ତି ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦାର, ଭିଡିଓ ଜାରି କଲା ତାଲିବାନ

The Sakala Picture
Published On

ଆଫଗାନିସ୍ତାନ: ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦାରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିବା ସହ ସେ ଜୀବିତ ଥିବାର ଭିଡିଓ ଜାରି କଲା ତାଲିବାନ । ବାରଦାର କୌଣସି ସ୍ଥାନରେ ଦେଖବାକୁ ମିଳୁ ନ ଥିବାରୁ, ତାଙ୍କର ମୃତ୍ୟୁ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା । ଏବେ ତାଲିବାନ ଦ୍ୱାରା ବରାଦରଙ୍କ ସାକ୍ଷାତକାରର ଭିଡିଓ ଟ୍ୱିଟ କରାଯାଇଛି ଏବଂ ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରାଯାଇଛି। ଏହି ଭିଡିଓକୁ ଆଫଗାନିସ୍ତାନର ସାଂସ୍କୃତିକ ଆୟୋଗର ମଲ୍ଟିମିଡିଆ […]

ଆଫଗାନିସ୍ତାନ: ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦାରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିବା ସହ ସେ ଜୀବିତ ଥିବାର ଭିଡିଓ ଜାରି କଲା ତାଲିବାନ । ବାରଦାର କୌଣସି ସ୍ଥାନରେ ଦେଖବାକୁ ମିଳୁ ନ ଥିବାରୁ, ତାଙ୍କର ମୃତ୍ୟୁ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା । ଏବେ ତାଲିବାନ ଦ୍ୱାରା ବରାଦରଙ୍କ ସାକ୍ଷାତକାରର ଭିଡିଓ ଟ୍ୱିଟ କରାଯାଇଛି ଏବଂ ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରାଯାଇଛି। ଏହି ଭିଡିଓକୁ ଆଫଗାନିସ୍ତାନର ସାଂସ୍କୃତିକ ଆୟୋଗର ମଲ୍ଟିମିଡିଆ ଶାଖାର ମୁଖ୍ୟ ଅମଦୁଲ୍ଲା ମୁଟାକି ଟ୍ୱିଟ୍ କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଏହାପୂର୍ବରୁ ସୋମବାର ମୁଲ୍ଲା ଅବଦୁଲ ଘନି ବରାଦର ନିଜେ ଏକ ଅଡିଓ ବାର୍ତ୍ତାରେ ସ୍ପଷ୍ଟ କରିଥିଲେ ଯେ ସେ ଜୀବିତ ଅଛନ୍ତି ଏବଂ ଆହତ ନୁହଁନ୍ତି। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ତାଲିବାନର ଉପପ୍ରଧାନମନ୍ତ୍ରୀ ବରାଦରଙ୍କ ହତ୍ୟାକାଣ୍ଡ ବିଷୟରେ ଗୁଜବ ସତ୍ୟ ନୁହେଁ। ସେ ଗତ ୨ ବର୍ଷ ଧରି ହାଇବାତୁଲ୍ଲା ଅଖୁଣ୍ଡଜାଦା ବିଷୟରେ ସମାନ କଥା କହୁଛନ୍ତି, କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ କେହି ତାଙ୍କୁ ଦେଖି ନାହାଁନ୍ତି। ପୂର୍ବ ରିପୋର୍ଟରେ କୁହାଯାଇଥିଲା ଯେ ବରାଦର ଏବଂ ହକ୍କାନି ସମର୍ଥିତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ(ଆଇଏସ୍ ଆଇ)ର ମୁଖ୍ୟ ଫୈଜ ହାମିଦ କାବୁଲରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର