ଡୋଭାଲଙ୍କୁ ଭେଟିଲେ ୩ ରାଷ୍ଟ୍ରର ଗୁଇନ୍ଦା ,ସୁରକ୍ଷା ମୁଖ୍ୟ

The Sakala Picture
Published On

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି। ବିଶେଷକରି ତାଲିବାନର ଏହି ସରକାରଙ୍କ ଦ୍ବାରା ଆଗାମୀ ଦିନରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଯଥେଷ୍ଟ ରହିଥିଲା ବେଳେ ଏହା ଭାରତ ସମେତ ରୁଷିଆ, କେନ୍ଦ୍ର ଏସିଆ ଏବଂ […]

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି। ବିଶେଷକରି ତାଲିବାନର ଏହି ସରକାରଙ୍କ ଦ୍ବାରା ଆଗାମୀ ଦିନରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଯଥେଷ୍ଟ ରହିଥିଲା ବେଳେ ଏହା ଭାରତ ସମେତ ରୁଷିଆ, କେନ୍ଦ୍ର ଏସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଏହାବ୍ୟତୀତ ଆଫଗାନ ମାଟିରେ ଆତଙ୍କବାଦ ବଢିଲେ ସେଠାରେ ମାନବବାଦ କ୍ଷୁର୍ଣ୍ଣ ହେବା ସହିତ ରୁଷିଆ ଏବଂ ଅନ୍ୟାନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସମସ୍ୟା ମଧ୍ୟ ଉତ୍କଟ ହୋଇପଡ଼ିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖୀ ଗୋଟିଏ ସପ୍ତାହରେ ଆମେରିକା, ରୁଷିଆ ଏବଂ ବ୍ରିଟେନ ଭଳି ପ୍ରମୁଖ ତିନୋଟି ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାକୁ ନେଇ ଆଫଗାନ ପ୍ରସଙ୍ଗରେ କିଛି ବଡ଼ ସମୀକରଣ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ଗତ ସପ୍ତାହରେ ପ୍ରଥମେ ବ୍ରିଟେନ ଗୁଇନ୍ଦା ସଂସ୍ଥା ଏମଆଇ୬ର ମୁଖ୍ୟ ରିଚାର୍ଡ ମୁର ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ୍‌ ମଧ୍ୟ ଡୋଭାଲଙ୍କ ସମେତ ସୁରକ୍ଷା ବିଭାଗର ବହୁ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ବୁଧବାର ରୁଷିଆର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲେ ପତ୍ରୁସେଭ ଡୋଭାଲଙ୍କୁ ଭେଟି ଆପଗାନିସ୍ତାନର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା ସହିତ ସୁରକ୍ଷାଜନିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

ଭାରତ ଏବଂ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ସେବା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ପ୍ରତିନିଧି ଆଲୋଚନା କରିଥିଲା ବେଳେ ରାଜନୈତିକ ,ସାମାଜିକ ଏବଂ ଅର୍ଥନୀତି କ୍ଷେତ୍ରର ବିଭିନ୍ନ ଦିଗରେ ମଧ୍ୟ ସହଯୋଗ ବୃଦ୍ଧି ପାଇଁ ଉଭୟ ଆଲୋଚନା କରିଥିବା ରୁଷିଆର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଫଗାନ ପ୍ରସଙ୍ଗକୁ ନେଇ ଏହି ତିନୋଟି ରାଷ୍ଟ୍ରଙ୍କ ପକ୍ଷରୁ କି ନୀତି ନିର୍ଦ୍ଧାରଣ କରାଯାଇଛି ସେ ନେଇ କୌଣସି ସ୍ତରରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏନେଇ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲେ ହେଁ ସମସ୍ତେ ନୀରବତା ଅବଲମ୍ବନ କରିଛନ୍ତି।

ତେବେ ଆଗାମୀ ଦିନରେ ଆଫଗାନ ମାଟିରୁ ଆତଙ୍କବାଦ ବଢିବାର ସମ୍ଭାବନା ସର୍ବାଧିକ ରହିଥିବାରୁ ଏହି ସମସ୍ତ ରାଷ୍ଟ୍ର ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ କିଛି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ବିଶେଷକରି ଆଫଗାନିସ୍ତାନରେ ଏବେ ହଜାର ହଜାର ସଂଖ୍ୟାରେ ପାକିସ୍ତାନୀ ଆତଙ୍କୀଙ୍କ ଉପସ୍ଥିତି ସହିତ ତାଲିବାନ ସରକାରରେ ହକ୍କାନି ନେଟୱର୍କର ପ୍ରାଦୁର୍ଭାବ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ତାଲିବାନୀଙ୍କ ସହିତ ପୂର୍ବ ତୁର୍କସ୍ତାନ ଇସଲାମିକ ମୁଭମେଣ୍ଟ ମଧ୍ୟ କେନ୍ଦ୍ର ଏସିଆରେ ସୁରକ୍ଷାଜନିତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖୀ ଭାରତ, ବ୍ରିଟେନ ,ଆମେରିକା ଏବଂ ରୁଷିଆ କିଛି ନିର୍ଦ୍ଦିଷ୍ଟ ନୀତି ଆପଣେଇ ପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

09 Sep 2021 By The Sakala

ଡୋଭାଲଙ୍କୁ ଭେଟିଲେ ୩ ରାଷ୍ଟ୍ରର ଗୁଇନ୍ଦା ,ସୁରକ୍ଷା ମୁଖ୍ୟ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି। ବିଶେଷକରି ତାଲିବାନର ଏହି ସରକାରଙ୍କ ଦ୍ବାରା ଆଗାମୀ ଦିନରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଯଥେଷ୍ଟ ରହିଥିଲା ବେଳେ ଏହା ଭାରତ ସମେତ ରୁଷିଆ, କେନ୍ଦ୍ର ଏସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହାବ୍ୟତୀତ ଆଫଗାନ ମାଟିରେ ଆତଙ୍କବାଦ ବଢିଲେ ସେଠାରେ ମାନବବାଦ କ୍ଷୁର୍ଣ୍ଣ ହେବା ସହିତ ରୁଷିଆ ଏବଂ ଅନ୍ୟାନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସମସ୍ୟା ମଧ୍ୟ ଉତ୍କଟ ହୋଇପଡ଼ିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖୀ ଗୋଟିଏ ସପ୍ତାହରେ ଆମେରିକା, ରୁଷିଆ ଏବଂ ବ୍ରିଟେନ ଭଳି ପ୍ରମୁଖ ତିନୋଟି ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାକୁ ନେଇ ଆଫଗାନ ପ୍ରସଙ୍ଗରେ କିଛି ବଡ଼ ସମୀକରଣ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି।

ଗତ ସପ୍ତାହରେ ପ୍ରଥମେ ବ୍ରିଟେନ ଗୁଇନ୍ଦା ସଂସ୍ଥା ଏମଆଇ୬ର ମୁଖ୍ୟ ରିଚାର୍ଡ ମୁର ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ୍‌ ମଧ୍ୟ ଡୋଭାଲଙ୍କ ସମେତ ସୁରକ୍ଷା ବିଭାଗର ବହୁ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ବୁଧବାର ରୁଷିଆର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲେ ପତ୍ରୁସେଭ ଡୋଭାଲଙ୍କୁ ଭେଟି ଆପଗାନିସ୍ତାନର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା ସହିତ ସୁରକ୍ଷାଜନିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଭାରତ ଏବଂ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ସେବା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ପ୍ରତିନିଧି ଆଲୋଚନା କରିଥିଲା ବେଳେ ରାଜନୈତିକ ,ସାମାଜିକ ଏବଂ ଅର୍ଥନୀତି କ୍ଷେତ୍ରର ବିଭିନ୍ନ ଦିଗରେ ମଧ୍ୟ ସହଯୋଗ ବୃଦ୍ଧି ପାଇଁ ଉଭୟ ଆଲୋଚନା କରିଥିବା ରୁଷିଆର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଫଗାନ ପ୍ରସଙ୍ଗକୁ ନେଇ ଏହି ତିନୋଟି ରାଷ୍ଟ୍ରଙ୍କ ପକ୍ଷରୁ କି ନୀତି ନିର୍ଦ୍ଧାରଣ କରାଯାଇଛି ସେ ନେଇ କୌଣସି ସ୍ତରରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏନେଇ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲେ ହେଁ ସମସ୍ତେ ନୀରବତା ଅବଲମ୍ବନ କରିଛନ୍ତି।

ତେବେ ଆଗାମୀ ଦିନରେ ଆଫଗାନ ମାଟିରୁ ଆତଙ୍କବାଦ ବଢିବାର ସମ୍ଭାବନା ସର୍ବାଧିକ ରହିଥିବାରୁ ଏହି ସମସ୍ତ ରାଷ୍ଟ୍ର ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ କିଛି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ବିଶେଷକରି ଆଫଗାନିସ୍ତାନରେ ଏବେ ହଜାର ହଜାର ସଂଖ୍ୟାରେ ପାକିସ୍ତାନୀ ଆତଙ୍କୀଙ୍କ ଉପସ୍ଥିତି ସହିତ ତାଲିବାନ ସରକାରରେ ହକ୍କାନି ନେଟୱର୍କର ପ୍ରାଦୁର୍ଭାବ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ତାଲିବାନୀଙ୍କ ସହିତ ପୂର୍ବ ତୁର୍କସ୍ତାନ ଇସଲାମିକ ମୁଭମେଣ୍ଟ ମଧ୍ୟ କେନ୍ଦ୍ର ଏସିଆରେ ସୁରକ୍ଷାଜନିତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖୀ ଭାରତ, ବ୍ରିଟେନ ,ଆମେରିକା ଏବଂ ରୁଷିଆ କିଛି ନିର୍ଦ୍ଦିଷ୍ଟ ନୀତି ଆପଣେଇ ପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର