ଜଳବାୟୁ ପରିବର୍ତ୍ତନ; ସଙ୍କଟରେ ପୂର୍ବ ଭାରତର ୧୦୦ ଜିଲ୍ଲା

The Sakala Picture
Published On

ନୂଆଦିଲ୍ଲୀ: ଦେଶର ସମସ୍ତ ୬୧୨ ଜିଲ୍ଲା ଜଳବାୟୁ ପରିବର୍ତ୍ତନ କବଳରେ ରହିଛି। ତେବେ ପୂର୍ବ ଭାରତର ୧୦୦ ଜିଲ୍ଲା ଉପରେ ଏହାର ସର୍ବାଧିକ ବିପଦ ରହିଛି। ବେଙ୍ଗାଲୁରୁ ସ୍ଥିତି ଇଣ୍ଡିଆନ ଇନଷ୍ଟଚ୍ୟୁଟ ଅଫ ସାଇନ୍ସ, ଆଇଆଇଟି ମଣ୍ଡି ସହିତ ଆଇଆଇଟି ଗୌହାଟୀ ଦ୍ବାରା କରାଯାଇଥିବା ଅଧ୍ୟୟନରେ ଏହି ଦାବି କରାଯାଇଛି। ଏହି ଅଧ୍ୟୟନକୁ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା(ଡିଏସଟି) ବିଭାଗ ମଧ୍ୟ ସମର୍ଥନ କରିଛି। ଏହି ଅଧ୍ୟୟନ ଅନୁଯାୟୀ ଦେଶର ଆଠ ରାଜ୍ୟ ଝାଡଖଣ୍ଡ, ମିଜୋରାମ, ଓଡ଼ିଶା, […]

ନୂଆଦିଲ୍ଲୀ: ଦେଶର ସମସ୍ତ ୬୧୨ ଜିଲ୍ଲା ଜଳବାୟୁ ପରିବର୍ତ୍ତନ କବଳରେ ରହିଛି। ତେବେ ପୂର୍ବ ଭାରତର ୧୦୦ ଜିଲ୍ଲା ଉପରେ ଏହାର ସର୍ବାଧିକ ବିପଦ ରହିଛି। ବେଙ୍ଗାଲୁରୁ ସ୍ଥିତି ଇଣ୍ଡିଆନ ଇନଷ୍ଟଚ୍ୟୁଟ ଅଫ ସାଇନ୍ସ, ଆଇଆଇଟି ମଣ୍ଡି ସହିତ ଆଇଆଇଟି ଗୌହାଟୀ ଦ୍ବାରା କରାଯାଇଥିବା ଅଧ୍ୟୟନରେ ଏହି ଦାବି କରାଯାଇଛି। ଏହି ଅଧ୍ୟୟନକୁ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା(ଡିଏସଟି) ବିଭାଗ ମଧ୍ୟ ସମର୍ଥନ କରିଛି। ଏହି ଅଧ୍ୟୟନ ଅନୁଯାୟୀ ଦେଶର ଆଠ ରାଜ୍ୟ ଝାଡଖଣ୍ଡ, ମିଜୋରାମ, ଓଡ଼ିଶା, ଛତିଶଗଡ, ଆସାମ, ବିହାର, ଅରୁଣାଚଳ ପ୍ରଦେଶ ଓ ପଶ୍ଚିମବଙ୍ଗ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ବିପଦ ରହିଛି। ନୀତି ସମନ୍ଵୟ ଓ କାର୍ଯ୍ୟକ୍ରମ ପରିଚାଳନା (ପିସିପିଏମ) ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ଅଖିଳେଶ ଗୁପ୍ତା ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଦେଶର ସମସ୍ତ ୬୧୨ ଜିଲ୍ଲାରେ ଏହି ଅଧ୍ୟୟନ କରାଯାଇଥିଲା। ଏହି ସବୁ ଜିଲ୍ଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡିଥିଲା। ତେବେ ୧୦୦ ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛି।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଅନ୍ତସରକାରୀ କମିଟି(ଆଇପିସିସି) ରିପୋର୍ଟ ଆଧାରରେ ଗୁପ୍ତା କହିଛନ୍ତି ଯେ ଜଗତୀକରଣ ପୂର୍ବରୁ ବିଶ୍ବ ତାପମାତ୍ରା ୧.୧ ଡିଗ୍ରୀ ବଢି ସାରିଛି। ଆଗାମୀ ଦୁଇ ଦଶନ୍ଧିରେ ଏହା ୧.୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ। ଭାରତ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିବ। ଏଥିଯୋଗୁଁ ଗ୍ରୀଷ୍ମ ଋତୁର ପ୍ରକୋପ ଏବଂ ଅବଧି ବଢିପାରେ ଏବଂ ମୌସୁମିରେ ଅନିୟମିତତା ଦେଖାଦେଇପାରେ। ଦେଶର ବନ୍ୟା ଏବଂ ମରୁଡି ସ୍ଥିତି ଉତ୍କଟ ହେବ। କୃଷି ଉପରେ ଏହାର ସର୍ବାଧିକ ପ୍ରଭାବ ପଡିବ। ଭାରତୀୟ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ଗତ ଦୁଇ ଦଶନ୍ଧିରେ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଝଡ ତୋଫାନ ସଂଖ୍ୟା ବଢିବ। ମହାସାଗରରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ସମୁଦ୍ର ପାଣି ଅଧିକ ଲୁଣିଆ ହୋଇପାରେ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

04 Sep 2021 By The Sakala

ଜଳବାୟୁ ପରିବର୍ତ୍ତନ; ସଙ୍କଟରେ ପୂର୍ବ ଭାରତର ୧୦୦ ଜିଲ୍ଲା

ନୂଆଦିଲ୍ଲୀ: ଦେଶର ସମସ୍ତ ୬୧୨ ଜିଲ୍ଲା ଜଳବାୟୁ ପରିବର୍ତ୍ତନ କବଳରେ ରହିଛି। ତେବେ ପୂର୍ବ ଭାରତର ୧୦୦ ଜିଲ୍ଲା ଉପରେ ଏହାର ସର୍ବାଧିକ ବିପଦ ରହିଛି। ବେଙ୍ଗାଲୁରୁ ସ୍ଥିତି ଇଣ୍ଡିଆନ ଇନଷ୍ଟଚ୍ୟୁଟ ଅଫ ସାଇନ୍ସ, ଆଇଆଇଟି ମଣ୍ଡି ସହିତ ଆଇଆଇଟି ଗୌହାଟୀ ଦ୍ବାରା କରାଯାଇଥିବା ଅଧ୍ୟୟନରେ ଏହି ଦାବି କରାଯାଇଛି। ଏହି ଅଧ୍ୟୟନକୁ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା(ଡିଏସଟି) ବିଭାଗ ମଧ୍ୟ ସମର୍ଥନ କରିଛି। ଏହି ଅଧ୍ୟୟନ ଅନୁଯାୟୀ ଦେଶର ଆଠ ରାଜ୍ୟ ଝାଡଖଣ୍ଡ, ମିଜୋରାମ, ଓଡ଼ିଶା, ଛତିଶଗଡ, ଆସାମ, ବିହାର, ଅରୁଣାଚଳ ପ୍ରଦେଶ ଓ ପଶ୍ଚିମବଙ୍ଗ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ବିପଦ ରହିଛି। ନୀତି ସମନ୍ଵୟ ଓ କାର୍ଯ୍ୟକ୍ରମ ପରିଚାଳନା (ପିସିପିଏମ) ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ଅଖିଳେଶ ଗୁପ୍ତା ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଦେଶର ସମସ୍ତ ୬୧୨ ଜିଲ୍ଲାରେ ଏହି ଅଧ୍ୟୟନ କରାଯାଇଥିଲା। ଏହି ସବୁ ଜିଲ୍ଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡିଥିଲା। ତେବେ ୧୦୦ ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛି।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଅନ୍ତସରକାରୀ କମିଟି(ଆଇପିସିସି) ରିପୋର୍ଟ ଆଧାରରେ ଗୁପ୍ତା କହିଛନ୍ତି ଯେ ଜଗତୀକରଣ ପୂର୍ବରୁ ବିଶ୍ବ ତାପମାତ୍ରା ୧.୧ ଡିଗ୍ରୀ ବଢି ସାରିଛି। ଆଗାମୀ ଦୁଇ ଦଶନ୍ଧିରେ ଏହା ୧.୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ। ଭାରତ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିବ। ଏଥିଯୋଗୁଁ ଗ୍ରୀଷ୍ମ ଋତୁର ପ୍ରକୋପ ଏବଂ ଅବଧି ବଢିପାରେ ଏବଂ ମୌସୁମିରେ ଅନିୟମିତତା ଦେଖାଦେଇପାରେ। ଦେଶର ବନ୍ୟା ଏବଂ ମରୁଡି ସ୍ଥିତି ଉତ୍କଟ ହେବ। କୃଷି ଉପରେ ଏହାର ସର୍ବାଧିକ ପ୍ରଭାବ ପଡିବ। ଭାରତୀୟ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ। ଗତ ଦୁଇ ଦଶନ୍ଧିରେ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଝଡ ତୋଫାନ ସଂଖ୍ୟା ବଢିବ। ମହାସାଗରରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ସମୁଦ୍ର ପାଣି ଅଧିକ ଲୁଣିଆ ହୋଇପାରେ।

https://www.thesakala.in/national-international/climate-change-100-districts-of-eastern-india-in-danger/article-5168
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର