ପିଏଫ୍ ବାର୍ଷିକ ୨.୫ ଲକ୍ଷରୁ ଅଧିକ କଟୁଥିଲେ, ଖୋଲାଯିବ ଆଉ ଏକ ଆକାଉଣ୍ଟ

The Sakala Picture
Published On

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍‌)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଚଳିତବର୍ଷ ଅଗଷ୍ଟ ୩୧ରେ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି। ସିବିଡିଟି ପକ୍ଷରୁ ପିଏଫ୍‌ ଆକାଉଣ୍ଟରେ ଅଧିକ ଅର୍ଥ ଯୋଗଦାନ ଉପରେ ମିଳୁଥିବା ସୁଧ ଉପରେ ଟିକସ […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍‌)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଚଳିତବର୍ଷ ଅଗଷ୍ଟ ୩୧ରେ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି। ସିବିଡିଟି ପକ୍ଷରୁ ପିଏଫ୍‌ ଆକାଉଣ୍ଟରେ ଅଧିକ ଅର୍ଥ ଯୋଗଦାନ ଉପରେ ମିଳୁଥିବା ସୁଧ ଉପରେ ଟିକସ ସମ୍ବନ୍ଧୀୟ ଏକ ଚିଠା ନିୟମ ଜାରି କରାଯାଇଛି। ଏହି ଅନୁଯାୟୀ, ପିଏଫ୍‌ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ଅର୍ଜିତ ସୁଧ ଉପରେ ଟିକସ ହିସାବ କରିବାକୁ ଏକ ପୃଥକ ପିଏଫ୍‌ ଆକାଉଣ୍ଟ ଖୋଲାଯିବ। ଏହି ବ୍ୟବସ୍ଥା କେବଳ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ରେ ଆରମ୍ଭ ହେବ। ଇପିଏଫ୍‌ଓ ଏହାର ସଦସ୍ୟଙ୍କ ପାଇଁ ଇ-ନାମାଙ୍କନ ସେବା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କର ପିଏଫ୍‌ ଆକାଉଣ୍ଟରେ ଦିଆଯାଇଥିବା ଅର୍ଥ ଯୋଗଦାନକୁ ଅଣ ଟିକସ ଯୋଗ୍ୟ ଅର୍ଥ ଯୋଗଦାନ ଭାବେ ବିବେଚନା କରାଯିବ। ୨୦୨୦-୨୧ ଆର୍ଥିକବର୍ଷ ପରେ, ଖୋଲାଯାଇଧିବା ଦୁଇଟି ଯାକ ଇପିଏଫ୍ ଆକାଉଣ୍ଟରୁ ପ୍ରାପ୍ତ ସୁଧକୁ ପୃଥକ ଭାବରେ ଗଣନା କରାଯିବ। ସିବିଡିଟିର କହିବାନୁଯାୟୀ, ଏହି ନୂଆ ନିୟମ ଏପ୍ରିଲ ପହିଲା ୨୦୨୨ ରୁ ଲାଗୁ ହେବ। ୨୦୨୧-୨୨ ଆର୍ଥିକବର୍ଷରେ ଯଦି ଆପଣଙ୍କର ପିଏଫ୍‌ ଆକାଉଣ୍ଟରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଜମା ଅଛି ତେବେ ଆପଣ ପାଇଥିବା ସୁଧ ଉପରେ ଟିକସ ଦେବାକୁ ପଡିବ। ଆସନ୍ତା ବର୍ଷର ଆୟକର ରିଟର୍ଣ୍ଣ ଦାଖଲରେ ଆପଣଙ୍କୁ ଏହା ମଧ୍ୟ ଉଲ୍ଲେଖ କରିବାକୁ ପଡିବ। ପିଏଫ୍‌ ଆକାଉଣ୍ଟରେ ପ୍ରତିବର୍ଷ ୨.୫ ଲକ୍ଷ ଟଙ୍କା ଏହି ସୀମା ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଯଦି ଆପଣ ଜଣେ ସରକାରୀ କର୍ମଚାରୀ, ତେବେ ଇପିଏଫ୍ ଏବଂ ଭିପିଏଫ୍ ପାଇଁ ଏହି ଅର୍ଥ ଯୋଗଦାନର ସୀମା ହେଉଛି ବାର୍ଷିକ ୫ ଲକ୍ଷ ଟଙ୍କା। ଯଦି ଜଣେ ସରକାରୀ କର୍ମଚାରୀଙ୍କ ଇପିଏଫ୍ ଏବଂ ଭିପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ପରିମାଣ ବାର୍ଷିକ ୫ ଲକ୍ଷରୁ ଅଧିକ ହେବ, ତେବେ ସେମାନଙ୍କୁ ଏହାର ସୁଧ ଉପରେ ଟିକସ ଦେବାକୁ ପଡିବ। ସିବିଡିଟିର ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୨୧-୨୨ ଆର୍ଥିକବର୍ଷରେ ପିଏଫ ଆକାଉଣ୍ଟରେ କର୍ମଚାରୀଙ୍କ ଦ୍ବାରା ୨.୫ ଲକ୍ଷରୁ ଅଧିକ ଟଙ୍କା ଯୋଗଦାନ ରହିଲେ ତାହାର ସୁଧ ଉପରେ ଟିକସ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର