‘ନାଇଟ୍‌ ଡ୍ରାଇଭ୍‌’ ହେଲା କାଳ : ବିଧାୟକଙ୍କ ପୁଅ ଓ ଭାବିବୋହୂଙ୍କ ସମେତ ୭ ମୃତ

The Sakala Picture
Published On

ବେଙ୍ଗାଲୁରୁ : ସୋମବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କୋରମଙ୍ଗଲାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତାମିଲନାଡୁର ହୋସୁର ଡିଏମକେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର ଏବଂ ଭାବି ବଧୂ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଏକ ଅଡି କ୍ୟୁ-୩ କାରରେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର କରୁଣା ସାଗରଙ୍କ ସହିତ ତାଙ୍କ ବାନ୍ଧବୀ ବିନ୍ଦୂଙ୍କ ସମେତ ୭ ଜଣ ‘ଲେଟ୍‌ ନାଇଟ ଡ୍ରାଇଭ୍‌’ରେ ବାହାରିଥିଲେ। ହେଲେ ରାତି ପ୍ରାୟ ଅଢ଼େଇଟା […]

ବେଙ୍ଗାଲୁରୁ : ସୋମବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କୋରମଙ୍ଗଲାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତାମିଲନାଡୁର ହୋସୁର ଡିଏମକେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର ଏବଂ ଭାବି ବଧୂ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଏକ ଅଡି କ୍ୟୁ-୩ କାରରେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର କରୁଣା ସାଗରଙ୍କ ସହିତ ତାଙ୍କ ବାନ୍ଧବୀ ବିନ୍ଦୂଙ୍କ ସମେତ ୭ ଜଣ ‘ଲେଟ୍‌ ନାଇଟ ଡ୍ରାଇଭ୍‌’ରେ ବାହାରିଥିଲେ। ହେଲେ ରାତି ପ୍ରାୟ ଅଢ଼େଇଟା ବେଳେ କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିସିଟିଭିରୁ ମିଳିଥିବା ଫୁଟେଜ୍‌ ଅନୁଯାୟୀ , ଯେ କାର୍‌ଟି ପ୍ରଥମେ ଭାରସାମ୍ୟ ହରାଇ ଫୁଟ୍‌ପାଥ୍‌ ଉପରକୁ ଚଢ଼ି ଯାଇଥିଲା। ଏହାପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

କାର୍‌ଟି ଏତେ ଜୋରରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ଯେ ଏହାର ଦୁଇଟି ଆଗ ଚକ ବାହାରି ଉପରକୁ ଉଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ୩ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ କହିଛି। ଆଉ ଜଣଙ୍କର ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ସମସ୍ତଙ୍କ ବୟସ ୩୦ ଭିତରେ ହେବ ବୋଲି ଜଣାପଡ଼ିଛି ଏବଂ ଅଧିକାଂଶ ଡାକ୍ତରୀ ଛାତ୍ର ଥିଲେ। ୭ ଜଣଙ୍କ ମଧ୍ୟରୁ ଅକ୍ଷୟ ଗୋଏଲ(୨୩) କେରଳର ହୋଇଥିବା ବେଳେ ଉତ୍ସବ(୨୩) ହରିୟାଣାର ବୋଲି ଜଣାପଡ଼ିଛି। କାରଟି ବିଦ୍ୟୁଟ୍‌ ଖୁଣ୍ଟରେ ପିଟି ହୋଇଥିଲେ ମଧ୍ୟ ଏହାର ଏୟାରବ୍ୟାଗ୍‌ ଖୋଲି ନଥିଲା ବୋଲି ଜଣାପଡ଼ିଛି। କେହି ମଧ୍ୟ ସିଟଇ ବେଲ୍ଟ ବାନ୍ଧି ନଥିବା ପୁଲିସ କହିଛି। ତେବେ ଏମାନଙ୍କ ମଧ୍ୟରେ କେହି ନିଶା ସେବନ କରିଥିଲେ କି ନାହିଁ ସେ ସମ୍ପର୍କରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

01 Sep 2021 By The Sakala

‘ନାଇଟ୍‌ ଡ୍ରାଇଭ୍‌’ ହେଲା କାଳ : ବିଧାୟକଙ୍କ ପୁଅ ଓ ଭାବିବୋହୂଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ : ସୋମବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କୋରମଙ୍ଗଲାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତାମିଲନାଡୁର ହୋସୁର ଡିଏମକେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର ଏବଂ ଭାବି ବଧୂ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଏକ ଅଡି କ୍ୟୁ-୩ କାରରେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର କରୁଣା ସାଗରଙ୍କ ସହିତ ତାଙ୍କ ବାନ୍ଧବୀ ବିନ୍ଦୂଙ୍କ ସମେତ ୭ ଜଣ ‘ଲେଟ୍‌ ନାଇଟ ଡ୍ରାଇଭ୍‌’ରେ ବାହାରିଥିଲେ। ହେଲେ ରାତି ପ୍ରାୟ ଅଢ଼େଇଟା ବେଳେ କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିସିଟିଭିରୁ ମିଳିଥିବା ଫୁଟେଜ୍‌ ଅନୁଯାୟୀ , ଯେ କାର୍‌ଟି ପ୍ରଥମେ ଭାରସାମ୍ୟ ହରାଇ ଫୁଟ୍‌ପାଥ୍‌ ଉପରକୁ ଚଢ଼ି ଯାଇଥିଲା। ଏହାପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା।

କାର୍‌ଟି ଏତେ ଜୋରରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ଯେ ଏହାର ଦୁଇଟି ଆଗ ଚକ ବାହାରି ଉପରକୁ ଉଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ୩ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ କହିଛି। ଆଉ ଜଣଙ୍କର ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ସମସ୍ତଙ୍କ ବୟସ ୩୦ ଭିତରେ ହେବ ବୋଲି ଜଣାପଡ଼ିଛି ଏବଂ ଅଧିକାଂଶ ଡାକ୍ତରୀ ଛାତ୍ର ଥିଲେ। ୭ ଜଣଙ୍କ ମଧ୍ୟରୁ ଅକ୍ଷୟ ଗୋଏଲ(୨୩) କେରଳର ହୋଇଥିବା ବେଳେ ଉତ୍ସବ(୨୩) ହରିୟାଣାର ବୋଲି ଜଣାପଡ଼ିଛି। କାରଟି ବିଦ୍ୟୁଟ୍‌ ଖୁଣ୍ଟରେ ପିଟି ହୋଇଥିଲେ ମଧ୍ୟ ଏହାର ଏୟାରବ୍ୟାଗ୍‌ ଖୋଲି ନଥିଲା ବୋଲି ଜଣାପଡ଼ିଛି। କେହି ମଧ୍ୟ ସିଟଇ ବେଲ୍ଟ ବାନ୍ଧି ନଥିବା ପୁଲିସ କହିଛି। ତେବେ ଏମାନଙ୍କ ମଧ୍ୟରେ କେହି ନିଶା ସେବନ କରିଥିଲେ କି ନାହିଁ ସେ ସମ୍ପର୍କରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର