ଗୁରୁ ଶିଷ୍ଯ ସମ୍ପର୍କରେ କଳଙ୍କ, ଗାଳିଦେବାରୁ ଗୁଳିକଲା ଛାତ୍ର

The Sakala Picture
Published On

ଗାଜିଆବାଦ: ଶିକ୍ଷକଙ୍କୁ ଗୁଳି କଲେ ଛାତ୍ର। ଶିକ୍ଷକ ଜଣଙ୍କ କ୍ଳାସ୍‌ରେ ଛାତ୍ରଙ୍କୁ ଗାଳି ଦେବାରୁ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କୁ ଗୁଳି କରିଛି ଛାତ୍ର। ଏ ଭଳି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶ ଗାଜିଆବାଦରେ।  ତେବେ ସୌଭାଗ୍ୟବସତଃ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି। ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସରସ୍ବତୀ ବିହାର କଲୋନୀ ସ୍ଥିତ […]

ଗାଜିଆବାଦ: ଶିକ୍ଷକଙ୍କୁ ଗୁଳି କଲେ ଛାତ୍ର। ଶିକ୍ଷକ ଜଣଙ୍କ କ୍ଳାସ୍‌ରେ ଛାତ୍ରଙ୍କୁ ଗାଳି ଦେବାରୁ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କୁ ଗୁଳି କରିଛି ଛାତ୍ର। ଏ ଭଳି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶ ଗାଜିଆବାଦରେ।  ତେବେ ସୌଭାଗ୍ୟବସତଃ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି। ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଅନୁଯାୟୀ, ସରସ୍ବତୀ ବିହାର କଲୋନୀ ସ୍ଥିତ କୃଷ୍ଣ ବିଦ୍ୟା ନିକଟ ସ୍କୁଲରେ ବାଣିଜ୍ୟ ଶିକ୍ଷକ ସଚିନ ତ୍ୟାଗୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଗାଳି ଦେଇଥିଲେ । ଛାତ୍ର ଜଣକ ନିଜର ଅନ୍ୟ ସହପାଠୀଙ୍କ ସହ ଖରାପ ଆଚରଣ କରୁଥିବା ସେ ତାକୁ ଗାଳି ଦେଇଥିଲେ । ଏଥିରେ ଛାତ୍ର ଜଣଙ୍କ ରାଗିଯାଇଥିଲା । ଶନିବାର ଅପରାହ୍ନରେ ସ୍କୁଲ ଛୁଟି ହେବାପରେ ଶିକ୍ଷକ ଜଣଙ୍କ ବାଇକରେ ନିଜ ଘରକୁ ଯାଉଥିଲେ। ସ୍କୁଲରୁ ବାହାରି କିଛି ଦୂର ଯିବାପରେ ଏକ ସ୍କୁଟିରେ ୪ ଯୁବକ ଆସି ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲେ। ତେବେ ଗୁଳିକାଣ୍ଡର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏଥିରୁ ଆକ୍ରମଣୀକାରୀ ଛାତ୍ର ବୋଲି ସ୍ପଷ୍ଟ ହୋଇଛି । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

07 Mar 2021 By The Sakala

ଗୁରୁ ଶିଷ୍ଯ ସମ୍ପର୍କରେ କଳଙ୍କ, ଗାଳିଦେବାରୁ ଗୁଳିକଲା ଛାତ୍ର

ଗାଜିଆବାଦ: ଶିକ୍ଷକଙ୍କୁ ଗୁଳି କଲେ ଛାତ୍ର। ଶିକ୍ଷକ ଜଣଙ୍କ କ୍ଳାସ୍‌ରେ ଛାତ୍ରଙ୍କୁ ଗାଳି ଦେବାରୁ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କୁ ଗୁଳି କରିଛି ଛାତ୍ର। ଏ ଭଳି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶ ଗାଜିଆବାଦରେ।  ତେବେ ସୌଭାଗ୍ୟବସତଃ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି। ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସରସ୍ବତୀ ବିହାର କଲୋନୀ ସ୍ଥିତ କୃଷ୍ଣ ବିଦ୍ୟା ନିକଟ ସ୍କୁଲରେ ବାଣିଜ୍ୟ ଶିକ୍ଷକ ସଚିନ ତ୍ୟାଗୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଗାଳି ଦେଇଥିଲେ । ଛାତ୍ର ଜଣକ ନିଜର ଅନ୍ୟ ସହପାଠୀଙ୍କ ସହ ଖରାପ ଆଚରଣ କରୁଥିବା ସେ ତାକୁ ଗାଳି ଦେଇଥିଲେ । ଏଥିରେ ଛାତ୍ର ଜଣଙ୍କ ରାଗିଯାଇଥିଲା । ଶନିବାର ଅପରାହ୍ନରେ ସ୍କୁଲ ଛୁଟି ହେବାପରେ ଶିକ୍ଷକ ଜଣଙ୍କ ବାଇକରେ ନିଜ ଘରକୁ ଯାଉଥିଲେ। ସ୍କୁଲରୁ ବାହାରି କିଛି ଦୂର ଯିବାପରେ ଏକ ସ୍କୁଟିରେ ୪ ଯୁବକ ଆସି ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲେ। ତେବେ ଗୁଳିକାଣ୍ଡର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏଥିରୁ ଆକ୍ରମଣୀକାରୀ ଛାତ୍ର ବୋଲି ସ୍ପଷ୍ଟ ହୋଇଛି । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର