ମନୋରଞ୍ଜନ
ଓଡ଼ିଶା
ମାଆର ମମତା, ଆହତ ପରେ ବି ପୁଅକୁ ଧରି ରଖିଲା ମା’
ନୂଆଦିଲ୍ଲୀ: ଶନିବାର ଆଲିଗଡ଼ ଲୋଧା ଅଞ୍ଚଳରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମାଆ କିପରି ତା ସନ୍ତାନକୁ ନିଜଠୁ ଅଲଗା କରିପାରିନି ଏବଂ ନିଜ ଛାତିରେ ଜାବୁଡି ଧରିିଛି ଏହି ଦୃଶ୍ଯ ସେଠାରେ ଥିବା ସମସ୍ତଙ୍କୁ ଚକିତ କରିଦେଇଛି। ମାଆ ନିଜେ ଆହତ ହୋଇ ଯନ୍ତ୍ରଣା ଭୋଗୁଥିଲେ ମଧ୍ଯ ନିଜ ସନ୍ତାନକୁ ଅଲଗା କରିପାରିନି। ପରେ ହସ୍ପିଟାଲର କର୍ମଚାରୀମାନେ ଚିକିତ୍ସା ପାଇଁ ନେବାବେଳେ ବହୁ କଷ୍ଟରେ ଅଲଗା କରିଥିଲେ। ଯେତେବେଳେ ତାର ସନ୍ତାନଙ୍କୁ ଅଲଗା କରାଗଲା ମାଆ […]
ନୂଆଦିଲ୍ଲୀ: ଶନିବାର ଆଲିଗଡ଼ ଲୋଧା ଅଞ୍ଚଳରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମାଆ କିପରି ତା ସନ୍ତାନକୁ ନିଜଠୁ ଅଲଗା କରିପାରିନି ଏବଂ ନିଜ ଛାତିରେ ଜାବୁଡି ଧରିିଛି ଏହି ଦୃଶ୍ଯ ସେଠାରେ ଥିବା ସମସ୍ତଙ୍କୁ ଚକିତ କରିଦେଇଛି। ମାଆ ନିଜେ ଆହତ ହୋଇ ଯନ୍ତ୍ରଣା ଭୋଗୁଥିଲେ ମଧ୍ଯ ନିଜ ସନ୍ତାନକୁ ଅଲଗା କରିପାରିନି। ପରେ ହସ୍ପିଟାଲର କର୍ମଚାରୀମାନେ ଚିକିତ୍ସା ପାଇଁ ନେବାବେଳେ ବହୁ କଷ୍ଟରେ ଅଲଗା କରିଥିଲେ। ଯେତେବେଳେ ତାର ସନ୍ତାନଙ୍କୁ ଅଲଗା କରାଗଲା ମାଆ ତା’ ସନ୍ତାନର ଯତ୍ନ ନେବାକୁ କହିଥିଲା ।
ସୂଚନା ଅନୁଯାୟୀ, ଉକ୍ତ ଦୁର୍ଘଟଣାରେ ଆହତ ମାଆଙ୍କ ନାମ ହାସିଆନ ସପନା । ସେ ତାଙ୍କ ତିନି ପୁଅଙ୍କ ସହ ଏକ ବସ୍ରେ ଯାଉଥିଲେ। ଏହି ଦୁର୍ଘଟଣାରେ ହାସିଆନ ଏବଂ ତାଙ୍କର ତିନି ପୁଅ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ଅଣାଯିବା ପରେ ତାଙ୍କ ସାନପୁଅ ତାଙ୍କୁ ଛାଡି ନ ଥିଲେ। ଯେତେବେଳେ ତାଙ୍କୁ ଆମ୍ବୁଲାନ୍ସରୁ ନିଆଯାଇଥିଲା, ସେ ଷ୍ଟ୍ରେଚରରେ ଶୋଇଥିବା ଅବସ୍ଥାରେ ମଧ୍ୟ ପିଲାଟିକୁ ଛାଡି ନ ଥିଲେ ଓ ତାଙ୍କ ପୁଅ ମଧ୍ଯ ମାଆକୁ ଜାବୁଡି ଧରିଥିଲେ। ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁର୍ଘଟଣା ପରେ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା।
ଉଦ୍ଧାର ପରେ ପ୍ରତ୍ୟେକ ଆହତଙ୍କ ଘରକୁ ଖବର ଦିଆଯାଇଥିଲା । ତହସିଲ ଏବଂ ପୁଲିସ ଟିମ୍ ତାଙ୍କ ଯତ୍ନରେ ନିୟୋଜିତ ଥିଲେ। ଆବଶ୍ୟକତା ଅନୁଯାୟୀ ସେମାନଙ୍କର ଖାଦ୍ୟ ଏବଂ ପାନୀୟ ମଧ୍ୟ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା।






