କାଶ୍ମୀରକୁ ନେଇ କିଛି ଏପରି ପ୍ରତିକ୍ରିୟା ରଖିଲେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍

The Sakala Picture
Published On

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ କାଶ୍ମୀର ଉପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି ତାଲିବାନ । ଏହା ସହିତ ତାଲିବାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛି। ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ଏକାଠି ବସି ଦ୍ୱିପାକ୍ଷିକ […]

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ କାଶ୍ମୀର ଉପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି ତାଲିବାନ । ଏହା ସହିତ ତାଲିବାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛି। ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ଏକାଠି ବସି ଦ୍ୱିପାକ୍ଷିକ ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ ଏବଂ ସେମାନଙ୍କର ସ୍ୱାର୍ଥ ପରସ୍ପର ସହ ଜଡିତ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏହାସହିତ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା କାଶ୍ମୀର ବିବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ତାଲିବାନ ମୁଖପାତ୍ର । କାଶ୍ମୀର ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏହାଛଡ଼ା ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରକୁ ନିନ୍ଦା କରି କହିଛି ଯେ ଏହା ଆମେରିକାର ବାହିନୀ ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି। ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ତାଲିବାନଠାରୁ ଅଲଗା ଏବଂ ଅଧିକ ଭୟଙ୍କର ଇସଲାମିକ୍ ଷ୍ଟେଟ୍ ଗ୍ରୁପ୍ ଆଫଗାନିସ୍ତାନ ସହିତ ଜଡିତ ଏକ ଗୋଷ୍ଠୀ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର