କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବାନ୍ଧିଲା ମୁମ୍ବାଇ ପୁଲିସ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡ଼ିଛି। ଏହି ବୟାନ ଯୋଗୁ ଆଜି ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ଶିବେସନା ପକ୍ଷରୁ ୪ଟି ମାମଲା ରୁଜୁ କରାଯାଇଥିଲା। ଏତଲା ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି । କୋଙ୍କଣର ଚିପୁଲୁନଠାରେ ଥିବା ରାଣେଙ୍କୁ ନାସିକ ପୁଲିସ […]

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡ଼ିଛି। ଏହି ବୟାନ ଯୋଗୁ ଆଜି ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ଶିବେସନା ପକ୍ଷରୁ ୪ଟି ମାମଲା ରୁଜୁ କରାଯାଇଥିଲା। ଏତଲା ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି । କୋଙ୍କଣର ଚିପୁଲୁନଠାରେ ଥିବା ରାଣେଙ୍କୁ ନାସିକ ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ସୂଚନାେଯାଗ୍ୟ  ସୋମବାର ରାୟଗଡ଼ ଜିଲ୍ଲାରେ ଜନଆଶିର୍ବାଦ ଯାତ୍ରା କାଳରେ ମହା ବିକାଶ ଅଗାଢି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଷଣକୁ ପ୍ରସଙ୍ଗ କରିଥିଲେ। ସେ କହିଥିଲେ ଯେ ଦେଶ ସ୍ୱାଧୀନତାକୁ କେତେ ବର୍ଷ ପୁରିଲା ଆମ ମୁଖ୍ୟମନ୍ତ୍ରୀଙ୍କୁ ଜଣା ନାହିଁ। ଭରା ସଭାରେ ପଛକୁ ବୁଲି ପଚାରୁଥିବା ଦେଖା ଯାଇଥିଲା। ଏହାଠୁ ଅଧିକ ଲଜ୍ଜାଜନକ ଆଉ କଣ ହୋଇପାରେ । ଯଦି ସେଠାରେ ମୁଁ ଥାନ୍ତି କଷିକି ଚାପୁଡେ ପକାଇଥାନ୍ତି ବୋଲି ରାଣେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଏହି ମନ୍ତବ୍ୟ ପରେ ନାଶିକ ଠାରୁ ମୁମ୍ବାଇ ଯାଏ ସବୁଆଡ଼େ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି ଆଜି ନାରାୟଣ ରାଣେଙ୍କ ଜୁହୁ ସ୍ଥିତି ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ଏପରି କି ପୁଲିସ ମଧ୍ୟ ଉଭୟ ଗୋଷ୍ଠୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏସବୁ ଭିତରେ ଆଜି ଅପରାହ୍ନରେ ରତ୍ନଗିରି ପୁଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଛି। ପ୍ରଥମେ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରାଯାଇଛି।

ଆଜି ନାରାୟଣ ରାଣେ ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଯାଉଥିଲେ। ଏହି ସମୟରେ ତାଙ୍କର ଦୁଇ ବିଧାୟକ ପୁଅ ମଧ୍ୟ ଉପସ୍ଥିତି ରହିଥିଲେ। ଗୋଟିଏ ପୁଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି ପ୍ରଥମେ କଥାବାର୍ତ୍ତା କରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲେ। ସେଠାରେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରିଥିଲେ।

24 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର