ଗଙ୍ଗା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୭ ଝିଅ, ୨ ମୃତ ଓ ୨ ନିଖୋଜ

Madhusudan Das Picture
Published On

ବିହାର: ଗଙ୍ଗା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୭ ଝିଅ । ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ବଖତିଆରପୁର ବ୍ଲକର ରାନୀସରାଇ ଗଙ୍ଗା ଘାଟରେ ଘଟିଛି ଏପରି ଏକ ବଡ଼ ଧରଣର ଅଘଟଣ । ଗୋଟିଏ ପରିବାରର ୭ ଜଣ ଝିଅ ଗଙ୍ଗା ନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି।

ଆହୁରି ପଢ଼ନ୍ତୁ: ସରିଲା ସଂସଦର ମୌସୁମୀ ଅଧିବେଶନ ୨୦୨୬: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭:୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା। ସମସ୍ତ ୭ ଜଣ ଝିଅ ସମ୍ପର୍କୀୟ ଭଉଣୀ ଥିଲେ ଏବଂ ଏକାଠି ଗାଧୋଇବା ପାଇଁ ଘାଟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅସାବଧାନତା ବଶତଃ ଗଭୀର ପାଣିକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲେ। ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରି ଅନ୍ୟମାନେ ମଧ୍ୟ ନଦୀର ପ୍ରଖର ସ୍ରୋତରେ ଫସି ଯାଇଥିଲେ। ଏହା ଦେଖି ଘାଟରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନଦୀକୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ତିନି ଜଣ ଝିଅଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ: ସଦ୍‌ଗୁରୁଙ୍କ କୈଳାସ ଯାତ୍ରା: ଆଦିଯୋଗୀଙ୍କ ‘ରହସ୍ୟମୟ ପାଠାଗାର’ରୁ ଜ୍ଞାନ ସନ୍ଧାନରେ ଆଧ୍ୟାତ୍ମିକ ଗୁରୁ

ପାଣିରେ ବୁଡ଼ି ନିଖୋଜ ଥିବା ୪ ଜଣ ଝିଅଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅବଧେଶ ଚନ୍ଦ୍ରବଂଶୀଙ୍କ ଝିଅ ଆରତୀ କୁମାରୀ (୨୧) ଓ ନନ୍ଦିନୀ କୁମାରୀ (୧୬), କମଲେଶ ଚନ୍ଦ୍ରବଂଶୀଙ୍କ ଝିଅ ରାଧିକା କୁମାରୀ (୧୫) ଏବଂ ମଣ୍ଟୁ ଚନ୍ଦ୍ରବଂଶୀଙ୍କ ଝିଅ ବବ୍‌ଲି କୁମାରୀ (୬)। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏସଡିଆରଏଫ (SDRF) ଟିମ୍ ମୁତୟନ କରାଯାଇ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଖୋଜାଖୋଜି ବେଳେ ୨ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ବାକି ୨ ଜଣଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ନଦୀର ଗଭୀରତା ଏବଂ ପ୍ରଖର ସ୍ରୋତ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ବାର୍ହ ସବ୍-ଡିଭିଜନାଲ୍ ହସ୍ପିଟାଲକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ଉଦ୍ଧାର କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଓ ପରିବାର ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ମୁତୟନ ଦାବିରେ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୨୦ ମିନିଟ୍ ଧରି ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଅବରୋଧ ହଟାଯାଇଥିଲା। ଏବେ ବି ନଦୀ କୂଳରେ ବହୁ ସଂଖ୍ୟାରେ ସମ୍ପର୍କୀୟମାନେ ଉପସ୍ଥିତ ରହି ଉଦ୍ଧାର ହେବାର ଆଶାରେ ଅପେକ୍ଷା କରି ରହିଛନ୍ତି। ଗୋଟିଏ ପରିବାରର ଏକାଧିକ ଶିଶୁ ଏବଂ ଯୁବତୀ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

17 Aug 2026 By Madhusudan Das

ଗଙ୍ଗା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୭ ଝିଅ, ୨ ମୃତ ଓ ୨ ନିଖୋଜ

ବିହାର: ଗଙ୍ଗା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୭ ଝିଅ । ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ବଖତିଆରପୁର ବ୍ଲକର ରାନୀସରାଇ ଗଙ୍ଗା ଘାଟରେ ଘଟିଛି ଏପରି ଏକ ବଡ଼ ଧରଣର ଅଘଟଣ । ଗୋଟିଏ ପରିବାରର ୭ ଜଣ ଝିଅ ଗଙ୍ଗା ନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭:୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା। ସମସ୍ତ ୭ ଜଣ ଝିଅ ସମ୍ପର୍କୀୟ ଭଉଣୀ ଥିଲେ ଏବଂ ଏକାଠି ଗାଧୋଇବା ପାଇଁ ଘାଟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅସାବଧାନତା ବଶତଃ ଗଭୀର ପାଣିକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲେ। ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରି ଅନ୍ୟମାନେ ମଧ୍ୟ ନଦୀର ପ୍ରଖର ସ୍ରୋତରେ ଫସି ଯାଇଥିଲେ। ଏହା ଦେଖି ଘାଟରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନଦୀକୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ତିନି ଜଣ ଝିଅଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା।

ପାଣିରେ ବୁଡ଼ି ନିଖୋଜ ଥିବା ୪ ଜଣ ଝିଅଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅବଧେଶ ଚନ୍ଦ୍ରବଂଶୀଙ୍କ ଝିଅ ଆରତୀ କୁମାରୀ (୨୧) ଓ ନନ୍ଦିନୀ କୁମାରୀ (୧୬), କମଲେଶ ଚନ୍ଦ୍ରବଂଶୀଙ୍କ ଝିଅ ରାଧିକା କୁମାରୀ (୧୫) ଏବଂ ମଣ୍ଟୁ ଚନ୍ଦ୍ରବଂଶୀଙ୍କ ଝିଅ ବବ୍‌ଲି କୁମାରୀ (୬)। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏସଡିଆରଏଫ (SDRF) ଟିମ୍ ମୁତୟନ କରାଯାଇ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଖୋଜାଖୋଜି ବେଳେ ୨ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ବାକି ୨ ଜଣଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ନଦୀର ଗଭୀରତା ଏବଂ ପ୍ରଖର ସ୍ରୋତ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ବାର୍ହ ସବ୍-ଡିଭିଜନାଲ୍ ହସ୍ପିଟାଲକୁ ପଠାଯାଇଛି।

ଉଦ୍ଧାର କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଓ ପରିବାର ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ମୁତୟନ ଦାବିରେ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୨୦ ମିନିଟ୍ ଧରି ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଅବରୋଧ ହଟାଯାଇଥିଲା। ଏବେ ବି ନଦୀ କୂଳରେ ବହୁ ସଂଖ୍ୟାରେ ସମ୍ପର୍କୀୟମାନେ ଉପସ୍ଥିତ ରହି ଉଦ୍ଧାର ହେବାର ଆଶାରେ ଅପେକ୍ଷା କରି ରହିଛନ୍ତି। ଗୋଟିଏ ପରିବାରର ଏକାଧିକ ଶିଶୁ ଏବଂ ଯୁବତୀ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର