ଫୁକେଟ୍-ଦିଲ୍ଲୀ ଫ୍ଲାଇଟ୍ ଅଘଟଣ ପରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ଆଜିଠାରୁ ଡୋପ୍‌ ଟେଷ୍ଟ ନିଷ୍ପତ୍ତି । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି । ଫୁକେଟରୁ ଦିଲ୍ଲୀ ଆସୁଥିବା ବିମାନରେ ଘଟିଥିବା ଏକ ଅଘଟଣ ପରେ ଏୟାର ଇଣ୍ଡିଆ ଏପରି ବଡ଼ ପଦକ୍ଷେପ ନେଇଛି। ଏହି ବିମାନର ମୁଖ୍ୟ ପାଇଲଟଙ୍କ ଡୋପ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସଂସ୍ଥାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ନିଶାଦ୍ରବ୍ୟ ପରୀକ୍ଷା (Substance-abuse screening) କରାଯିବ ବୋଲି ଘୋଷଣା କରାଯାଇଛି। ଆଜି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାର ବିଭୀଷିକା: ଭାରତ ସୀମାରେ ଭାସି ଆସିଲା ୧୦ ମୃତଦେହ, ୟୁପିରେ ହାଇ ଆଲର୍ଟ

ଗତ ଅଗଷ୍ଟ ୪ ତାରିଖ ଦିନ ଫୁକେଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନ ଏଆଇ୨୩୭୯ (AI2379) ରେ ଏହି ଅଘଟଣ ଘଟିଥିଲା। ଏହି ଏୟାରବସ୍ ଏ୩୨୦ (Airbus A320) ବିମାନଟି ଆକାଶରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା। ଏହି ଘଟଣାରେ ୨୦ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ସମୁଦାୟ ୨୪ ଜଣ ଆହତ ହୋଇଥିଲେ। ପ୍ରଥମେ ଏୟାର ଇଣ୍ଡିଆ ଏହାକୁ ଟର୍ବୁଲାନ୍ସ (Turbulence) ବୋଲି କହିଥିଲେ ମଧ୍ୟ ପରେ ପାଇଲଟଙ୍କ ଡୋପ୍‌ ଟେଷ୍ଟରେ ସେ ଗଞ୍ଜେଇ (Marijuana/Cannabis) ସେବନ କରିଥିବା ପ୍ରମାଣିତ ହୋଇଥିଲା।

ଆହୁରି ପଢ଼ନ୍ତୁ: NCLT-ରେ ସୁଭାଷ ଚନ୍ଦ୍ରଙ୍କ ଦେବାଳିଆ ମାମଲାର ପୁଣି ହେବ ଶୁଣାଣି: ୨୨ ହଜାର କୋଟି ଋଣ ବଦଳରେ ମାତ୍ର ୬.୫ କୋଟି ଦେବା ପ୍ରସ୍ତାବରେ ଫସିଲା ପେଞ୍ଚ

ବିମାନ ଚଳାଚଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ନିଜର କର୍ମଚାରୀମାନଙ୍କୁ ଏକ ଇମେଲ୍ ମାଧ୍ୟମରେ ସୂଚନା ଦେଇଛି ଯେ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ର ନିୟମାନୁଯାୟୀ କମ୍ପାନୀ ସର୍ବଦା କାର୍ଯ୍ୟ କରିଆସୁଛି। ତେବେ ସୁରକ୍ଷା ଓ ପେସାଦାର ମନୋଭାବର ଉଚ୍ଚ ମାନ ବଜାୟ ରଖିବା ପାଇଁ ବର୍ତ୍ତମାନର ନିୟମଠାରୁ ଗୋଟିଏ ପାଦ ଆଗକୁ ଯାଇ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଗ୍ରୁପ୍ ପାଇଲଟଙ୍କର ଏକ ସମ୍ପୂର୍ଣ୍ଣ ସ୍କ୍ରିନିଂ କରାଯିବ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଏୟାର ଇଣ୍ଡିଆର ସୂଚନା ଅନୁଯାୟୀ, ପାଇଲଟମାନଙ୍କର କାର୍ଯ୍ୟସୂଚୀ ତଥା ସେମାନଙ୍କର ବେସ୍ ଅନୁଯାୟୀ ଏକାଧିକ ସ୍ଥାନରେ ଏହି ପରୀକ୍ଷା କରାଯିବ। ଟ୍ରେନିଂ ସମୟରେ ଏହା କମ୍ପାନୀର ଗୁରୁଗ୍ରାମ ଏକାଡେମୀରେ କରାଯିବ। ଏହା ସହିତ ଫ୍ଲାଇଟ୍ ବ୍ରିଫିଙ୍ଗ୍ ସେଣ୍ଟର, ଏୟାର ଇଣ୍ଡିଆ ଅଫିସ୍ ଏବଂ ବିଭିନ୍ନ ବେସ୍ ଷ୍ଟେସନରେ ମଧ୍ୟ ଟେଷ୍ଟ କରାଯିବ। ଯାତ୍ରୀ ତଥା କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବର୍ତ୍ତମାନ ଫୁକେଟ୍-ଦିଲ୍ଲୀ ବିମାନରେ ଘଟିଥିବା ଘଟଣାର ତଦନ୍ତ ଆକ୍ରାଫ୍ଟ ଆକ୍ସିଡେଣ୍ଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) କରୁଛି। ରିପୋର୍ଟ ଅନୁଯାୟୀ, ଉଚ୍ଚତା କମିବା ସମୟରେ ବିମାନର ପୋଷ୍ଟ-ଫ୍ଲାଇଟ୍ ଫଲ୍ଟ ଲଗରେ ଏହାର ହାଇଡ୍ରୋଲିକ୍ ସିଷ୍ଟମ୍, ଫ୍ଲାଇଟ୍ କଣ୍ଟ୍ରୋଲ୍ ଏବଂ ଅଟୋପାଇଲଟ୍ ସମ୍ବନ୍ଧୀୟ ଅନେକ ତ୍ରୁଟି ଦେଖାଯାଇଥିଲା। ପାଇଲଟଙ୍କ ପ୍ରଥମ ନିଶାଦ୍ରବ୍ୟ ପରୀକ୍ଷା "ନନ୍-ନେଗେଟିଭ୍" (Non-negative) ଆସିବା ପରେ ଅଧିକ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସେ ନିଶାଦ୍ରବ୍ୟ ନେଇଥିବା ସ୍ପଷ୍ଟ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର