ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

Madhusudan Das Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ଏହାକୁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଇଛି। ଶିକ୍ଷାବିତ୍, ଉଦ୍ଭାବକ ତଥା ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ଏହି ଘଟଣାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ 'ଗଣତନ୍ତ୍ରର ବିଜୟ' ବୋଲି ଆଖ୍ୟା ଦେଇଛନ୍ତି। ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ଅନିୟମିତତା ପ୍ରସଙ୍ଗକୁ ନେଇ ସାରା ଦେଶରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ନିଜର ପ୍ରତିକ୍ରିୟା ରଖି ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ, ଏହା ହେଉଛି ଗଣତନ୍ତ୍ରର ବିଜୟ। ଏହା ଶାନ୍ତି, ଧୈର୍ଯ୍ୟ ଓ ଅବିରତ ପ୍ରୟାସର ବିଜୟ ବୋଲି ସେ ଦର୍ଶାଇଛନ୍ତି। ଦେଶର କୋଣ ଅନୁକୋଣରୁ ଭୟମୁକ୍ତ ହୋଇ ସ୍ୱର ଉତ୍ତୋଳନ କରିଥିବାରୁ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପରୀକ୍ଷା ଅନିୟମିତତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସୋନମ ୱାଙ୍ଗଚୁକ୍ ୨୬ ଦିନ ଧରି ଅନଶନ କରିଥିଲେ। ପରେ ଜୁଲାଇ ୨୩ ତାରିଖରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ଠାରେ କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡା ଏବଂ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ ତାଙ୍କର ଅନଶନ ଭାଙ୍ଗିଥିଲେ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଶନିବାର ଦିନ ନିଜର ଇସ୍ତଫା ଘୋଷଣା କରିବା ବେଳେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ୧୦ ଦିନର ଘଟଣାବଳୀ ତାଙ୍କୁ ଗଭୀର ଆଘାତ ଦେଇଛି। ପରୀକ୍ଷା ଅନିୟମିତତାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସୁଯୋଗ ନେଇ ଯେପରି କୌଣସି ଦେଶବିରୋଧୀ ଶକ୍ତି ଫାଇଦା ନଉଠାନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର