ଇତିହାସର ପୁନରାବୃତ୍ତି, ତାଲିବାନ ଭୟରେ ଛାତ୍ରୀଙ୍କ ରେକର୍ଡ ପୋଡିଲେ ସ୍କୁଲର ପ୍ରତିଷ୍ଠାତା
କାବୁଲ : ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଏବଂ ତାଲିବାନ ଶାସନ ପ୍ରତିଷ୍ଠା ପରେ ମାନବ ଅଧିକାର ସଂଗଠନ ଆଫଗାନିସ୍ତାନ ରହୁଥିବା ବାଳିକା ଓ ମହିଳାଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କ ମଧ୍ୟରେ ଏକ ଭୟ ରହିଛି ଯେ ପୂର୍ବ ପରି ଏଥର ମଧ୍ୟ ତାଲିବାନ ଶାସନରେ ମହିଳା ଓ ଝିଅମାନଙ୍କୁ ସର୍ବସାଧାରଣରେ ଦଣ୍ଡିତ କରାଯିବ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଏକ ବୋର୍ଡିଂ […]
କାବୁଲ : ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଏବଂ ତାଲିବାନ ଶାସନ ପ୍ରତିଷ୍ଠା ପରେ ମାନବ ଅଧିକାର ସଂଗଠନ ଆଫଗାନିସ୍ତାନ ରହୁଥିବା ବାଳିକା ଓ ମହିଳାଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କ ମଧ୍ୟରେ ଏକ ଭୟ ରହିଛି ଯେ ପୂର୍ବ ପରି ଏଥର ମଧ୍ୟ ତାଲିବାନ ଶାସନରେ ମହିଳା ଓ ଝିଅମାନଙ୍କୁ ସର୍ବସାଧାରଣରେ ଦଣ୍ଡିତ କରାଯିବ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଏକ ବୋର୍ଡିଂ ସ୍କୁଲ ପ୍ରତିଷ୍ଠା କରିଥିବା ଶବନା ବସିଜ-ରଶିଖ ତାଙ୍କ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରୀମାନଙ୍କ ରେକର୍ଡ ଜାଳିଦେଉଛନ୍ତି। ତେବେ ଶବାନା ଯୁକ୍ତି କରିଛନ୍ତି ଯେ ଏପରି କରିବାର କାରଣ ହେଉଛି ସେମାନଙ୍କର ପରିଚୟ ଲିଭାଇବା ନୁହେଁ, ବରଂ ବାଳିକା ଏବଂ ସେମାନଙ୍କ ପରିବାରକୁ ତାଲିବାନରୁ ରକ୍ଷା କରିବା। ରେକର୍ଡ ଜାଳି ଦେବା ଫଳରେ ତାଲିବାନମାନେ ସେମାନଙ୍କ ସମ୍ପର୍କରେ ସୂଚନା ପାଇପାରିବେ ନାହିଁ ଏବଂ ପାଠ ପଢୁଥିବା ଛାତ୍ରୀଙ୍କ ପରିବାର ସୁରକ୍ଷିତ ରହିବେ । ରେକର୍ଡ ସହିତ ଆଫଗାନିସ୍ତାନର ଯୁବତୀଙ୍କ ଶିକ୍ଷା ଗ୍ରହଣର ସମ୍ଭାବନା ମଧ୍ୟ ଜଳି ଜଳି ଯାଉଛି । ତାଲିବାନଙ୍କ ଦ୍ବାରା ଶବନାଙ୍କ ରେକର୍ଡ ପୋଡି଼ ଦିଆଯିବା ପରେ ସେ ଆଫଗାନିସ୍ତାନ ଯୁବତୀଙ୍କୁ ଶିକ୍ଷା ଯୋଗାଇବା ପାଇଁ ସଂକଳ୍ପ ନେଇଥିଲେ । ମାତ୍ର ଦେଶ ଉପରେ ତାଲିବାନର ପୁଣି ରାଜୁତିକୁ ଦେଖି ଏହି ଆଶା ତାଙ୍କର ମଉଳି ଯାଇଥିବା ସେ କହିଛନ୍ତି ।
Nearly 20 years later, as the founder of the only all-girls boarding school in Afghanistan, I’m burning my students’ records not to erase them, but to protect them and their families.
2/6 pic.twitter.com/JErbZCSPuC— Shabana Basij-Rasikh (@sbasijrasikh) August 20, 2021
ସୂଚନାଯୋଗ୍ୟ ଯେ ୨୦ ବର୍ଷ ପୂର୍ବେ ଯେତେବେଳେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶାସିତ ହୋଇଥିଲା, ସେତେବେଳେ ମହିଳାମାନେ ଶାରିଆ ଆଇନ ଅନୁଯାୟୀ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେବା ଠାରୁ ଆରମ୍ଭ କରି ସାଧାରଣ ମୃତ୍ୟୁ ପର୍ଯ୍ୟନ୍ତ ଦଣ୍ଡିତ ହୋଇଥିଲେ। ତେବେ ଦେଶରେ ଆମେରିକା ସେନାର ଆଗମନ ଏବଂ ଗଣତାନ୍ତ୍ରିକ ସରକାର ଗଠନ ପରେ ଏଭଳି ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ସମୟରେ ତାଲିବାନର କ୍ଷମତାକୁ ଫେରିବା ଭୟ ଏବେ ମହିଳାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।
ଟ୍ୱିଟରେ ଶବାନା କ’ଣ କହିଛନ୍ତି ?
ବାଳିକା ବିଦ୍ୟାଳୟର ସହ-ପ୍ରତିଷ୍ଠାତା ଶବାନା ବାସିଜ-ରସିଖ ଏକ ଟୁଇଟ୍ରେ କହିଛନ୍ତି ଯେ ପ୍ରାୟ ୨୦ ବର୍ଷ ପରେ କେବଳ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ଭାବରେ ମୁଁ ବର୍ତ୍ତମାନ ମୋ ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନଙ୍କ ରେକର୍ଡ ଜାଳି ଦେଉଛି। ‘ରେକର୍ଡଗୁଡିକ, ସେମାନଙ୍କର ପରିଚୟକୁ ଲିଭାଇବା ପାଇଁ ନୁହେଁ, ବରଂ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବଞ୍ଚାଇବା ପାଇଁ | ଆଫଗାନିସ୍ତାନ ପ୍ରତି ବିଶ୍ବର ଧ୍ୟାନ ଅଧିକ ନାଟକୀୟ ହୋଇଯାଉଛି ଏବଂ ଆଫଗାନିସ୍ତାନ ନାଗରିକମାନେ ଦେଶବାହାରକୁ ପଳାଉଛନ୍ତି। ଶବାନା ଆହରୁି ମଧ୍ୟ କହିଛନ୍ତି ମୁଁ ଏବଂ ମୋର ବନ୍ଧୁମାନେ ସୁରକ୍ଷିତ ଅଛୁ। କିନ୍ତୁ ଏଠାରେ ଅନେକ ଅଛନ୍ତି, ଯେଉଁମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। ମୁଁ ସେମାନଙ୍କ ପାଇଁ ଚିନ୍ତିତ ଅଛି।
My students, colleagues, and I are safe with enormous gratitude to our ever vibrant global village. The time to appropriately express my gratitude will come. But right now there are many who aren’t or increasingly don’t feel safe. I’m broken & devastated for them.
4/6— Shabana Basij-Rasikh (@sbasijrasikh) August 20, 2021
ତାଲିବାନର ଆଇନ ଅନୁସାରେ ମହିଳାମାନେ ନଜରବନ୍ଦୀ ହୋଇ ରହୁଥିବା ବେଳେ ସେମାନେ ପାଠ ପଢିପାରିବେ ନାହିଁ । ଏକୁଟିଆ ଘରୁ ବାହାରିପାରିବେ ନାହିଁ । ୮ ବର୍ଷରୁ ଊର୍ଦ୍ଧ୍ବ ଝିଅମାନେ ବୁର୍ଖା ପିନ୍ଧିବା ବାଧ୍ୟ । ମହିଳା ଥିବା ଘରର କବାଟ ଓ ଝରକା ସବୁବେଳେ ବନ୍ଦ ରହିଥାଏ । ମହିଳାଙ୍କ ପାଇଁ ଏମିତି ଅନେକ କଠୋର ନିୟମ ରହିଛି ତାଲିବାନ ନିକଟରେ । ନିୟମ ନ ମାନିଲେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମରାଯିବା ସହିତ ପଥର ପିଙ୍ଗିବା ଭଳି ଦଣ୍ଡ ମଧ୍ୟ ରହିଛି । ତେବେ ଏହି ସମସ୍ତ ଅତ୍ୟାଚାରରୁ ନିଜ ଛାତ୍ରୀଙ୍କୁ ରକ୍ଷା କରିବା ପାଇଁ ଶବନା ସେମାନଙ୍କ ରେକର୍ଡକୁ ପୋଡ଼ିଛନ୍ତି ।