ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ । ଜନ୍ତର ମନ୍ତରରେ ଚାଲିଥିବା CJP ର ବିକ୍ଷୋଭ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବୁଧବାର ଦିନ ଲୋକ କଲ୍ୟାଣ ମାର୍ଗ, ରାଜୀବ ଚୌକ, ପଟେଲ ଚୌକ ଏବଂ କେନ୍ଦ୍ରୀୟ ସଚିବାଳୟ ସମେତ ଦିଲ୍ଲୀର ମୋଟ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତେବେ ଷ୍ଟେସନଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ଥିଲେ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ରାଜୀବ ଚୌକ, ମଣ୍ଡି ହାଉସ ଏବଂ କେନ୍ଦ୍ରୀୟ ସଚିବାଳୟଠାରେ ଟ୍ରେନ୍ ପରିବର୍ତ୍ତନ (ଇଣ୍ଟରଚେଞ୍ଜ୍) ସୁବିଧା ଉପଲବ୍ଧ ରହିଛି ବୋଲି ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସାମୟିକ ଭାବେ ବନ୍ଦ ଥିବା ଷ୍ଟେସନଗୁଡ଼ିକ ମଧ୍ୟରେ ଲୋକ କଲ୍ୟାଣ ମାର୍ଗ, ରାଜୀବ ଚୌକ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରାଖମ୍ବା ରୋଡ୍, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ (ITO), ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ୍ ଏବଂ ଶିବାଜୀ ଷ୍ଟାଡିୟମ୍ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

NEET-UG ପ୍ରଶ୍ନପତ୍ର ଲିକ୍ ସମେତ ପରୀକ୍ଷା ପରିଚାଳନାରେ ବିଭିନ୍ନ ଅନିୟମିତତା ଅଭିଯୋଗ ଆଣି କକରୋଚ୍ ଜନତା ପାର୍ଟି (CJP)ର ହଜାର ହଜାର ସମର୍ଥକ ଏବଂ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ସୋମବାର ଦିନ ଜନ୍ତର ମନ୍ତରରୁ ସଂସଦ ଅଭିମୁଖେ ଶୋଭାଯାତ୍ରା ସମୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଦାବି କରି ଏହି ବିକ୍ଷୋଭରେ ଛାତ୍ର, ବିରୋଧୀ ନେତା ଏବଂ ସାମାଜିକ କର୍ମୀମାନେ ସାମିଲ ହୋଇଛନ୍ତି। ହିଂସା ଘଟଣାର ଉଚିତ ତଦନ୍ତ କରାଯିବ ବୋଲି ଦିଲ୍ଲୀ ପୋଲିସ ପ୍ରତିଶ୍ରୁତି ଦେଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ମଙ୍ଗଳବାର ରାତିରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ କଡ଼ା ସୁରକ୍ଷା ମଧ୍ୟରେ ମେଦାନ୍ତକୁ ସ୍ଥାନାନ୍ତର କରାଯାଇଥିଲା। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର