ଦେଶରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍‌ ନୋଟ୍‌, ବୈଧ ରହିବ ପୁରୁଣା କାଗଜ ନୋଟ୍ ...

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ପ୍ଲାଷ୍ଟିକ୍ କିମ୍ବା ପଲିମର ନୋଟ୍ ପାଇଁ ପ୍ରଥମ ପାଇଲଟ୍ ପ୍ରକଳ୍ପ  ଆରମ୍ଭ କରିବାକୁ ଯାଉଛି। ତେବେ ଏହି ନୋଟ୍‌ର  ପରୀକ୍ଷଣ ୧୦ ଏବଂ ୨୦ ଟଙ୍କିଆ ନୋଟ୍ ସହିତ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ, ରିଜର୍ଭ ବ୍ୟାଙ୍କ ପ୍ରଥମେ ଛୋଟ ମୂଲ୍ୟର ନୋଟ୍ ଉପରେ ପରୀକ୍ଷଣ କରିବ। 

ଆହୁରି ପଢ଼ନ୍ତୁ: ସୋନମ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ଯନ୍ତର ମନ୍ତରଠାରେ ‘କକରୋଚ୍ ଜନତା ପାର୍ଟି’ର ଆନ୍ଦୋଳନକୁ ସମର୍ଥନ, ହସ୍ତକ୍ଷେପ କଲେ ଦିଲ୍ଲୀ ହାଇକୋର୍ଟ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପାଇଲଟ୍ ପ୍ରକଳ୍ପ ୧୦ ଏବଂ ୨୦ ଟଙ୍କିଆ ର ଛୋଟ ମୂଲ୍ୟର ନୋଟ୍ ସହିତ ଆରମ୍ଭ ହେବା ଆଶା କରାଯାଉଛି। ଏହି ପରୀକ୍ଷଣର ଫଳାଫଳ ଏବଂ ଅଭିଜ୍ଞତାକୁ ଆଧାର କରି ଆର୍‌ବିଆଇ ଆଗକୁ ପ୍ଲାଷ୍ଟିକ୍‌ ନୋଟ୍‌ ଉପରେ  ଆହୁରି ଅଧିକ ନିଷ୍ପତ୍ତି ନେବ। ଯଦି ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୁଏ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୭  ସୁଦ୍ଧା ଦେଶରେ ଏହି ପଲିମର ନୋଟ୍‌ଗୁଡିକୁ ପୂର୍ଣ୍ଣ-ସ୍ତରରେ ବଜାରକୁ ଛାଡିବା ଆରମ୍ଭ କରିପାରେ। ତେବେ ଭାରତୀୟ ବଜାରରେ ପଲିମର ନୋଟ୍ ପ୍ରଚଳନ ହେବାର ଅର୍ଥ ନୁହେଁ ଯେ ପୂର୍ବରୁ ଥିବା କାଗଜ ନୋଟ୍‌ଗୁଡିକୁ ତୁରନ୍ତ ପ୍ରଚଳନରୁ ବାହାର କରିଦିଆଯିବ। ଆର୍‌ବିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନୂତନ ମୁଦ୍ରା ପୁରୁଣା କାଗଜ ନୋଟ୍‌କୁ ବଦଳାଇବ ନାହିଁ।

ଆହୁରି ପଢ଼ନ୍ତୁ: “ଆପଣଙ୍କୁ ଡାକ୍ତର ଲେଖିବାର ଅଧିକାର ନାହିଁ”: ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍

ପଲିମରରୁ ତିଆରି ହେଉଥ଄ବା ଏହି ବ୍ୟାଙ୍କ ନୋଟ୍‌ଗୁଡିକ ପାରମ୍ପରିକ କାଗଜ ନୋଟ୍ ତୁଳନାରେ ବହୁତ ସ୍ଥାୟୀ ହେବ। ଏହି ନୋଟ୍ ପାଣି, ମଇଳା ଏବଂ ଧୂଳି ପ୍ରତି ପ୍ରତିରୋଧୀ। ଏହା ବ୍ୟତୀତ, ଏହି ନୋଟଗୁଡ଼ିକ ସହଜରେ ଚିରିବ ନାହିଁ, ସେଥÒପାଇଁ ଏହା  ବଜାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫା ଏବଂ ଅକ୍ଷତ ରହିବ। ପଲିମର ସିଟ୍‌ର ଏକ ପ୍ରମୁଖ ସୁବିଧା ହେଉଛି, ଏଥିରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକୁ ସହଜରେ ସାମିଲ କରାଯାଇପାରିବ। ଏହି ନୋଟ୍‌ ଆସିବା ପରେ ଠକମାନେ ଆଉ ନକଲି ନୋଟ୍‌ ପ୍ରସ୍ତୁତ କରିପାରିବେ ନାହିଁ।  ପଲିମର ନୋଟ୍ ପୂର୍ବରୁ ବିଶ୍ବର ଅନେକ ପ୍ରମୁଖ ଦେଶଗୁଡିକରେ ପ୍ରଚଳିତ। ଅଷ୍ଟ୍ରେଲିଆ, କାନାଡା, ୟୁକେ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ବିକଶିତ ଦେଶରେ ପଲିମର ନୋଟ୍ ବହୁ ଦିନ ଧରି ବ୍ୟବହୃତ ହୋଇଆସୁଛି। ଦେଶର ମୁଦ୍ରାର ଜୀବନ ବୃଦ୍ଧି ଏବଂ ଏହାର ଗୁଣବତ୍ତା ଉନ୍ନତ କରିବା ପାଇଁ ପଲିମର ନୋଟ୍ ପ୍ରଚଳନ କରିବାକୁ ଆର୍‌ବିଆଇ ଏହା କରିବାକୁ ଇଚ୍ଛା ପ୍ରକାଶ କରିଥÒଲା।  ଏହି ପାଇଲଟ୍ ପ୍ରକଳ୍ପର  ପ୍ରଥମ ବ୍ୟବହାରିକ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ତଥାପି, ଏହି ବିଷୟରେ ଆର୍‌ବିଆଇ ଦ୍ୱାରା ଏ ପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ।
ନୋଟ୍‌ର ଘରୋଇକରଣ ହେବ : ଅଖିଳେଶ ଯାଦବ

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ନୋଟ୍ ମୁଦ୍ରଣ ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଆମନ୍ତ୍ରଣ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ବିଜେପି ଶାସନରେ କ’ଣ ଏବେ ନୋଟ୍‌ର ଘରୋଇକରଣ ହେବ।  ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସ’ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଦେଶର ଲୋକମାନେ କେବେ କଳ୍ପନା କରିନଥିଲେ ଯେ କମିଶନ ନେବା ମଡେଲ୍ ଏହି ସ୍ତରକୁ ଖସିଯିବ। ଯେତେବେଳେ ଦେଶର ମୁଦ୍ରା ନିଜେ ଆତ୍ମନିର୍ଭରଶୀଳ ନୁହେଁ, ତେବେ ଅର୍ଥନୀତି ଏବଂ ଦେଶ କିପରି ଆତ୍ମନିର୍ଭରଶୀଳ ହେବ ? ଏବେ ସରକାର ମଧ୍ୟ ଆଉଟସୋର୍ସିଂ ହେବ କି ?  ଏତେ ବଡ଼ ଏବଂ ସମ୍ବେଦନଶୀଳ କାର୍ଯ୍ୟ ପାଇଁ ଏତେ ଛୋଟ, କଞ୍ଜୁସ୍ ଟେଣ୍ଡର୍ ଜାରି କରିବା ପଛରେ କ’ଣ କିଛି ଗୁପ୍ତ ଉଦ୍ଦେଶ୍ୟ ଅଛି, ଗୁପ୍ତ ଭାବରେ ଏକ ଔପଚାରିକତା ପୂରଣ କରିବା ? ଏହା ମନେହୁଏ ଯେ ବ୍ୟବସ୍ଥା ପୂର୍ବରୁ ହୋଇସାରିଛି ଏବଂ ଔପଚାରିକତାର ପ୍ରଦର୍ଶନ କରାଯାଉଛି। ଏହି ପୋଷ୍ଟରେ, ଅଖିଳେଶ ଯାଦବ ରିଜର୍ଭ ବ୍ୟାଙ୍କ ପ୍ରେସ୍ ପକ୍ଷରୁରୁ ପ୍ରକାଶିତ ଏକ ବିଜ୍ଞାପନ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ପ୍ଲାଷ୍ଟିକ୍ ନୋଟ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଟେଣ୍ଡର ଆହ୍ଵାନ କରାଯାଇଛି। 

18 Jul 2026 By Madhusudan Das

ଦେଶରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍‌ ନୋଟ୍‌, ବୈଧ ରହିବ ପୁରୁଣା କାଗଜ ନୋଟ୍ ...

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ପ୍ଲାଷ୍ଟିକ୍ କିମ୍ବା ପଲିମର ନୋଟ୍ ପାଇଁ ପ୍ରଥମ ପାଇଲଟ୍ ପ୍ରକଳ୍ପ  ଆରମ୍ଭ କରିବାକୁ ଯାଉଛି। ତେବେ ଏହି ନୋଟ୍‌ର  ପରୀକ୍ଷଣ ୧୦ ଏବଂ ୨୦ ଟଙ୍କିଆ ନୋଟ୍ ସହିତ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ, ରିଜର୍ଭ ବ୍ୟାଙ୍କ ପ୍ରଥମେ ଛୋଟ ମୂଲ୍ୟର ନୋଟ୍ ଉପରେ ପରୀକ୍ଷଣ କରିବ। 

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପାଇଲଟ୍ ପ୍ରକଳ୍ପ ୧୦ ଏବଂ ୨୦ ଟଙ୍କିଆ ର ଛୋଟ ମୂଲ୍ୟର ନୋଟ୍ ସହିତ ଆରମ୍ଭ ହେବା ଆଶା କରାଯାଉଛି। ଏହି ପରୀକ୍ଷଣର ଫଳାଫଳ ଏବଂ ଅଭିଜ୍ଞତାକୁ ଆଧାର କରି ଆର୍‌ବିଆଇ ଆଗକୁ ପ୍ଲାଷ୍ଟିକ୍‌ ନୋଟ୍‌ ଉପରେ  ଆହୁରି ଅଧିକ ନିଷ୍ପତ୍ତି ନେବ। ଯଦି ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୁଏ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୭  ସୁଦ୍ଧା ଦେଶରେ ଏହି ପଲିମର ନୋଟ୍‌ଗୁଡିକୁ ପୂର୍ଣ୍ଣ-ସ୍ତରରେ ବଜାରକୁ ଛାଡିବା ଆରମ୍ଭ କରିପାରେ। ତେବେ ଭାରତୀୟ ବଜାରରେ ପଲିମର ନୋଟ୍ ପ୍ରଚଳନ ହେବାର ଅର୍ଥ ନୁହେଁ ଯେ ପୂର୍ବରୁ ଥିବା କାଗଜ ନୋଟ୍‌ଗୁଡିକୁ ତୁରନ୍ତ ପ୍ରଚଳନରୁ ବାହାର କରିଦିଆଯିବ। ଆର୍‌ବିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନୂତନ ମୁଦ୍ରା ପୁରୁଣା କାଗଜ ନୋଟ୍‌କୁ ବଦଳାଇବ ନାହିଁ।

ପଲିମରରୁ ତିଆରି ହେଉଥ଄ବା ଏହି ବ୍ୟାଙ୍କ ନୋଟ୍‌ଗୁଡିକ ପାରମ୍ପରିକ କାଗଜ ନୋଟ୍ ତୁଳନାରେ ବହୁତ ସ୍ଥାୟୀ ହେବ। ଏହି ନୋଟ୍ ପାଣି, ମଇଳା ଏବଂ ଧୂଳି ପ୍ରତି ପ୍ରତିରୋଧୀ। ଏହା ବ୍ୟତୀତ, ଏହି ନୋଟଗୁଡ଼ିକ ସହଜରେ ଚିରିବ ନାହିଁ, ସେଥÒପାଇଁ ଏହା  ବଜାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫା ଏବଂ ଅକ୍ଷତ ରହିବ। ପଲିମର ସିଟ୍‌ର ଏକ ପ୍ରମୁଖ ସୁବିଧା ହେଉଛି, ଏଥିରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକୁ ସହଜରେ ସାମିଲ କରାଯାଇପାରିବ। ଏହି ନୋଟ୍‌ ଆସିବା ପରେ ଠକମାନେ ଆଉ ନକଲି ନୋଟ୍‌ ପ୍ରସ୍ତୁତ କରିପାରିବେ ନାହିଁ।  ପଲିମର ନୋଟ୍ ପୂର୍ବରୁ ବିଶ୍ବର ଅନେକ ପ୍ରମୁଖ ଦେଶଗୁଡିକରେ ପ୍ରଚଳିତ। ଅଷ୍ଟ୍ରେଲିଆ, କାନାଡା, ୟୁକେ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ବିକଶିତ ଦେଶରେ ପଲିମର ନୋଟ୍ ବହୁ ଦିନ ଧରି ବ୍ୟବହୃତ ହୋଇଆସୁଛି। ଦେଶର ମୁଦ୍ରାର ଜୀବନ ବୃଦ୍ଧି ଏବଂ ଏହାର ଗୁଣବତ୍ତା ଉନ୍ନତ କରିବା ପାଇଁ ପଲିମର ନୋଟ୍ ପ୍ରଚଳନ କରିବାକୁ ଆର୍‌ବିଆଇ ଏହା କରିବାକୁ ଇଚ୍ଛା ପ୍ରକାଶ କରିଥÒଲା।  ଏହି ପାଇଲଟ୍ ପ୍ରକଳ୍ପର  ପ୍ରଥମ ବ୍ୟବହାରିକ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ତଥାପି, ଏହି ବିଷୟରେ ଆର୍‌ବିଆଇ ଦ୍ୱାରା ଏ ପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ।
ନୋଟ୍‌ର ଘରୋଇକରଣ ହେବ : ଅଖିଳେଶ ଯାଦବ

ନୋଟ୍ ମୁଦ୍ରଣ ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଆମନ୍ତ୍ରଣ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ବିଜେପି ଶାସନରେ କ’ଣ ଏବେ ନୋଟ୍‌ର ଘରୋଇକରଣ ହେବ।  ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସ’ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଦେଶର ଲୋକମାନେ କେବେ କଳ୍ପନା କରିନଥିଲେ ଯେ କମିଶନ ନେବା ମଡେଲ୍ ଏହି ସ୍ତରକୁ ଖସିଯିବ। ଯେତେବେଳେ ଦେଶର ମୁଦ୍ରା ନିଜେ ଆତ୍ମନିର୍ଭରଶୀଳ ନୁହେଁ, ତେବେ ଅର୍ଥନୀତି ଏବଂ ଦେଶ କିପରି ଆତ୍ମନିର୍ଭରଶୀଳ ହେବ ? ଏବେ ସରକାର ମଧ୍ୟ ଆଉଟସୋର୍ସିଂ ହେବ କି ?  ଏତେ ବଡ଼ ଏବଂ ସମ୍ବେଦନଶୀଳ କାର୍ଯ୍ୟ ପାଇଁ ଏତେ ଛୋଟ, କଞ୍ଜୁସ୍ ଟେଣ୍ଡର୍ ଜାରି କରିବା ପଛରେ କ’ଣ କିଛି ଗୁପ୍ତ ଉଦ୍ଦେଶ୍ୟ ଅଛି, ଗୁପ୍ତ ଭାବରେ ଏକ ଔପଚାରିକତା ପୂରଣ କରିବା ? ଏହା ମନେହୁଏ ଯେ ବ୍ୟବସ୍ଥା ପୂର୍ବରୁ ହୋଇସାରିଛି ଏବଂ ଔପଚାରିକତାର ପ୍ରଦର୍ଶନ କରାଯାଉଛି। ଏହି ପୋଷ୍ଟରେ, ଅଖିଳେଶ ଯାଦବ ରିଜର୍ଭ ବ୍ୟାଙ୍କ ପ୍ରେସ୍ ପକ୍ଷରୁରୁ ପ୍ରକାଶିତ ଏକ ବିଜ୍ଞାପନ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ପ୍ଲାଷ୍ଟିକ୍ ନୋଟ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଟେଣ୍ଡର ଆହ୍ଵାନ କରାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର