ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

Suryakanta Picture
Published On

ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବାରେ ଲାଗିଛି। ସୋମବାର ଦିନ ତୈଳ ଦରରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ହର୍ମୁଜ୍ ପ୍ରଣାଳୀ (Strait of Hormuz) କୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ତୀବ୍ର ହେବାରୁ ଏହି ଆର୍ଥିକ ପ୍ରଭାବ ପଡ଼ିଛି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ବ୍ରେଣ୍ଟ କ୍ରୁଡ୍ ଏବଂ ଡବ୍ଲ୍ୟୁଟିଆଇ ଦରରେ ବୃଦ୍ଧି

ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ (Brent crude) ଦର ବ୍ୟାରେଲ ପିଛା ୭୮ ଡଲାରରୁ ଅଧିକ ଟପିଯାଇଥିବା ବେଳେ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ (WTI) ଦର ବ୍ୟାରେଲ ପିଛା ୭୪ ଡଲାର ପାଖାପାଖି ପହଞ୍ଚିଛି। ଗତ ସପ୍ତାହରେ ମଧ୍ୟ ତୈଳ ଦରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଏହି ନୂତନ ସାମରିକ ସଂଘର୍ଷ କାରଣରୁ ପୂର୍ବରୁ ହୋଇଥିବା ଶାନ୍ତି ଚୁକ୍ତି ଏବେ ବିପଦରେ ପଡ଼ିଥିବା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ହର୍ମୁଜ୍ ପ୍ରଣାଳୀକୁ ନେଇ ଦ୍ୱନ୍ଦ୍ୱ

ଇରାନ ଦାବି କରିଛି ଯେ, ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ଅପରପକ୍ଷରେ, ଆମେରିକା କେନ୍ଦ୍ରୀୟ କମାଣ୍ଡ (Centcom) ଇରାନର ଏହି ଦାବିକୁ ଖଣ୍ଡନ କରିଛି। ଆମେରିକା ପ୍ରଶାସନ ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଜଳପଥରେ ଆମେରିକୀୟ ସୁରକ୍ଷା ବଳୟ ମଧ୍ୟରେ ବାଣିଜ୍ୟିକ ପରିବହନ ଜାରି ରହିଛି। ସୂଚନାଯୋଗ୍ୟ ଯେ, ବିଶ୍ୱର ମୋଟ ଅଶୋଧିତ ତୈଳ ଏବଂ ତରଳ ପ୍ରାକୃତିକ ଗ୍ୟାସର ପ୍ରାୟ ୨୦ ପ୍ରତିଶତ କେବଳ ଏହି ହୋରମୁଜ୍ ପ୍ରଣାଳୀ ଦେଇ ପରିବହନ ହୋଇଥାଏ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବର ଆଶଙ୍କା

ଏହି ବିବାଦ ଲମ୍ବା ସମୟ ଧରି ଲାଗିରହିଲେ ବିଶ୍ୱର ତୈଳ ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତୀକ ଶକ୍ତି ଏଜେନ୍ସି (IEA) ପ୍ରକାଶ କରିଛି ଯେ, ଏହି ଉତ୍ତେଜନା କାରଣରୁ ଚଳିତ ବର୍ଷ ଶେଷ ଆଡ଼କୁ ବିଶ୍ୱର ତୈଳ ମହଜୁଦ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ। ଯାହା ଫଳରେ ଆଗାମୀ ଦିନରେ ଏସିଆ ସମେତ ବିଶ୍ୱର ଅନେକ ଦେଶରେ ତୈଳ ଦର ଏବଂ ପରିବହନ ଖର୍ଚ୍ଚ ଆହୁରି ବଢ଼ିବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର